ETV Bharat / bharat

ହରିୟାଣାରେ କାମ ଦେବନି ମେଣ୍ଟ : ମନୋହର ଲାଲ ଖଟ୍ଟର

ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧିନ ଆମ ଆଦମୀ ପାର୍ଟି ଦିଲ୍ଲୀରେ କଂଗ୍ରେସ ଦଳ ସହ ମେଣ୍ଟ କରିବାକୁ ବିଫଳ ହେବାପରେ ଏବେ ହରିୟାଣାରେ ଦଳ ମେଣ୍ଟ କରିବାରେ ସଫଳ ହୋଇଛି ।

author img

By

Published : Apr 13, 2019, 12:40 PM IST

ଫାଇଲ ଫଟୋ

ଚଣ୍ଡିଗଡ: ସାଧାରଣ ନିର୍ବାଚନ 2019 ର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଦେଶର ରାଜନୀତିରେ ଆହୁରି ଉତ୍କଣ୍ଠା ବଢିଯାଇଛି । ଏନଡିଏକୁ କ୍ଷମତାଚ୍ୟୁତ କରିବାକୁ କଂଗ୍ରେସ ଓ ଅନ୍ୟ ଛୋଟ ଛୋଟ ଦଳ ପ୍ରାଣମୂର୍ଛା ଉଦ୍ୟମ ଚଳାଇଛନ୍ତି ।

ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ପଟେ ଶାସକ ବିଜେପି ସବୁ ବିରୋଧୀଙ୍କୁ ଏକୁଟିଆ ମୁକାବିଲା କରୁଥିବା ବେଳେ ଅନ୍ୟ ବିରୋଧୀ ଦଳ ନିଜ ନିଜ ଭିତରେ ମେଣ୍ଟ କରି ବିଜେପିକୁ ମାତ ଦେବାକୁ କମର କସୁଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧିନ ଆମ ଆଦମୀ ପାର୍ଟି ଦିଲ୍ଲୀରେ କଂଗ୍ରେସ ଦଳ ସହ ମେଣ୍ଟ କରିବାକୁ ବିଫଳ ହେବାପରେ ଏବେ ହରିୟାଣାରେ ଦଳ ମେଣ୍ଟ କରିବାରେ ସଫଳ ହୋଇଛି ।

ସୂଚନା ମୁତାବକ, ହରିୟାଣରେ ‘ଜନନାୟକ ଜନତା ପାର୍ଟି ଓ ଆମ୍ ଆଦମୀ ପାର୍ଟି’ ମଧ୍ୟରେ ବୁଝାମଣା ହୋଇଛି । ଏହି ଦୁଇଦଳ ହରିୟାଣାରେ ମିଳିତ ଭାବେ ଲୋକସଭା ନିର୍ବାଚନ ଲଢିବେ । ଏହି ଦୁଇ ଦଳର ମେଣ୍ଟକୁ ନେଇ ଶନିବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଉଭୟ ଦଳକୁ ତେରେଛା ବାଣ ମାରି ଜୋରଦାର ହମଲା କରିଛନ୍ତି । ମନୋହର କହିଛନ୍ତି 'ମୁଁ ଶୁଣିଛି ହରିୟାଣାରେ ‘ଝାଡୁ ଓ ଚପଲ’ ମିଶିଯାଇଛନ୍ତି କିନ୍ତୁ ଏହା ଉଭୟ ଦଳ ପାଇଁ ବୁମେରାଂ ହେବ' ।

ମନୋହର ଆହୁରି କହିଛନ୍ତି, ଲୋକସଭା ନିର୍ବାଚନ ପାଇଁ ବର୍ତ୍ତମାନ ରାଜ୍ୟରେ ଜୋରସୋର ରାଜନୀତି ଆରମ୍ଭ ହୋଇଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ହରିୟାଣାର ହାଂସି ଠାରେ ଏକ ରୋଡ ଶୋ କରି କହିଛନ୍ତି ଯେ, ଝାଡୁ ଚପଲ ଯେତେ ମେଣ୍ଟ କରିବା କଥା କରି ନିଅନ୍ତୁ, ଏହା ସତ ଯେ, ଚଳିତ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟର 10 ଗୋଟି ଲୋକସଭା ଆସନରୁ ସମସ୍ତ ଦଶ ଗୋଟି ଆସନରେ ବିଜୟୀ ହେବ ।

 ରାତି ଅଧରେ ଦଣ୍ଡ ନାଚ ଦେଖି ଫେରୁଥିବା ଲୋକଙ୍କ ଉପରେ   ଟ୍ରକ ଚଢି ତିନି ଜଣଙ୍କର ମୃତ୍ୟୁ କୁ ନେଇ ତୁମ୍ଭି ତୁଫାନ । ଆଜି  ଦିନ ତମାମ ଦୁର୍ଘଟଣା ର ପ୍ରତିବାଦ ଦେଖିବାକୁ ମିଳିଛି । ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା  ମୃତକଙ୍କ ପରିବାର ଓ ଗାଁ ଲୋକେ କ୍ଷତିପୂରଣ ଓ ଦୁର୍ଘଟଣା ଘଟିଥିବା ଗାଡିକୁ ଧରିବା ପାଇଁ ଥାନା ଘେରାଉ ଠାରୁ ଆରମ୍ଭ 55ନଂ ଜାତୀୟ   ଅବରୋଧ  କରିଛନ୍ତି । ଗତ କାଲି ବିଳମ୍ବିତ ରାତିରେ  55 ନଂ ଜାତୀୟ ରାଜପଥର ଅନୁଗୋଳ କାଲଟାକ୍ସ ଛକ ଛକ ନିକଟରେ  ଏକ ସ୍କୁଟି କୁ ଏକ ଟ୍ରକ ଧକ୍କା ଦେଇଥିଲା ।ଯେଉଁ ଦୁର୍ଘଟଣା ରେ ତୁରଙ୍ଗ ଗାଁ ର ତିନିଜଣଙ୍କ ର ମୃର୍ତ୍ୟୁ ହୋଇଥିଲା। ସେମାନେ   ନିଜ ଘରକୁ ଫେରୁଥିବା ବେଳେ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛି। ଆହତ ଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେଠାରେ ତାର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଦୀପକ ନାଏକ ଓ କାଳିଆ ନାଏକ ଓ ଦିଲ୍ଲୀପ ନାଏକ ।
Visual on FTP 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.