ETV Bharat / bharat

4ର୍ଥ ପର୍ଯ୍ୟାୟ ମହାସଂଗ୍ରାମ, 5 ଚର୍ଚ୍ଚିତ ମଇଦାନ

author img

By

Published : Apr 29, 2019, 9:01 AM IST

ଆରମ୍ଭ ହୋଇଯାଇଛି ଚତୁର୍ଥ ପର୍ଯ୍ୟାୟରେ ଲଢେଇ । ନେତାଠୁ ଜନତା ସମସ୍ତେ ପ୍ରସ୍ତୁତ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବୁଥରେ ବେଶ ସଜାଗ ପୋଲିଂ ପାର୍ଟି । ଏହି ପର୍ଯ୍ୟାୟରେ 9 ରାଜ୍ୟର 71 ଲୋକସଭା ଆସନ ପାଇଁ ଭାରତ ଦେବ ଭୋଟ । 961 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 12.79 କୋଟିରୁ ଊର୍ଦ୍ଧ୍ବ ଭୋଟର ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଚତୁର୍ଥ ପର୍ଯ୍ୟାୟରେ ଲଢେଇ । ନେତାଠୁ ଜନତା ସମସ୍ତେ ପ୍ରସ୍ତୁତ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବୁଥରେ ବେଶ ସଜାଗ ପୋଲିଂ ପାର୍ଟି । ଏହି ପର୍ଯ୍ୟାୟରେ 9 ରାଜ୍ୟର 71 ଲୋକସଭା ଆସନ ପାଇଁ ଭାରତ ଦେବ ଭୋଟ । 961 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 12.79 କୋଟିରୁ ଊର୍ଦ୍ଧ୍ବ ଭୋଟର । ଆଉ ସେଥିପାଇଁ ପ୍ରସ୍ତୁତ 1.40 ଲକ୍ଷ ପୋଲିଂବୁଥ । ସେପଟେ କଶ୍ମୀର ଅନନ୍ତନାଗ ଲୋକସଭା ଆସନର କୁଲଗାମ ଜିଲ୍ଲାରେ ବି ଚାଲିଛି ଭୋଟ ଗ୍ରହଣ ।

ଚତୁର୍ଥ ପର୍ଯ୍ୟାୟରେ ଭୋଟ ଦେଉଛି ଓଡିଶା, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଜମ୍ମୁ କଶ୍ମୀର । ତୃତୀୟ ପର୍ଯ୍ୟାୟ ଭଳି ଏଥର ବି ହାଇ ପ୍ରୋଫାଇଲ ଆସନ ଉପରେ ଦେଶବାସୀଙ୍କ ନଜର । ଏହି ଆସନରୁ ମଇଦାନକୁ ଓହ୍ଲାଇଛନ୍ତି କିଛି ହେଭିୱେଟ ନେତା ।

କେନ୍ଦ୍ରାପଡା: ଚର୍ଚ୍ଚିତ ହାଇ-ପ୍ରୋଫାଇଲ ଆସନ ମଧ୍ୟରେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ବେଶ ଜଣାଶୁଣା । ସଦ୍ୟତମ ବିଜେପିରେ ଯୋଗ ଦେଇଥିବା ହେଭିୱେଟ ବୈଜୟନ୍ତ ପଣ୍ଡା ଏଠାରୁ ହିଁ ଲଢୁଛନ୍ତି । ଦୀର୍ଘ 20 ବର୍ଷ ଧରି ରାଜନୀତିରେ ବେଶ ସକ୍ରିୟ ଥିବା ଏହି ଟାଣୁଆ ନେତା ଜଣକ 2009 ଓ 2014ରେ କେନ୍ଦ୍ରାପଡାରୁ ଦୁଇ ଥର ସାଂସଦ ରହି ଆସିଛନ୍ତି । ସେହିପରି 2000ରୁ 2009 ମଧ୍ୟରେ ରାଜ୍ୟସଭା ସାଂସଦ ରହିଛନ୍ତି ବୈଜୟନ୍ତ ।

କିନ୍ତୁ ମୁଖ୍ୟମନ୍ତ୍ରୀ ତଥା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ତିକ୍ତତା ପରେ ସେ ବିଜେଡି ଛାଡି ବିଜେପିରେ ମିଶିଥିଲେ । ସେପଟେ ବହୁ କସରତ ପରେ ତାଙ୍କୁ ଟକ୍କର ଦେବା ପାଇଁ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି । ଆସନ୍ତାକାଲି (ସୋମବାର) ଏହି ଆସନରୁ ନେତା ଓ ଅଭିନେତାଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିବ ।

ବେଗୁସରାଇ: ବିହାରର ବେଗୁସରାଇରେ ହେବ ତ୍ରିମୁଖୀ ଲଢେଇ । ପୁଣିଥରେ ଗଡ ହାତେଇବା ଲକ୍ଷ୍ୟରେ ବିଜେପି ସାଂସଦ ଗିରିରାଜ ସିଂ । ସେପଟେ ବିହାର ରାଜନୀତିକୁ ଆହୁରି ଗରମ କରିବା ପାଇଁ ଏଥର ମଇଦାନରେ ଜେଏନୟୁ ପୂର୍ବତନ ଛାତ୍ରନେତା କହ୍ନେୟା କୁମାର । ବାମଦଳ ସହ ହାତ ମିଳାଇ ସେ ନିର୍ବାଚନ ଲଢିବା ସହ ଆରଜେଡି ନେତା ତନୱିର ସିଂ ଓ ଗିରିରାଜଙ୍କୁ ଦେବେ ଟକ୍କର । 2014ରେ ଗିରିରାଜ ନୱାଡା ସଂସଦୀୟ କ୍ଷେତ୍ରରୁ ଜିତିଥିବା ବେଳେ ତାଙ୍କୁ ବେଗୁସରାଇରୁ ଏଥର ଟିକେଟ ଦେଇଛି ବିଜେପି ।

ଆସନସୋଲ: ଏଥର ପଶ୍ଚିମବଙ୍ଗ ଆସନସୋଲରେ ହେବ ଗ୍ଲାମର ୱାର । ମୁହାଁମୁହିଁ ହେବେ ଦୁଇ କଳାକାର ମୁନମୁନ ସେନ ଓ ବାବୁଲ ସୁପ୍ରିୟୋ । 2014ରେ ଏହି ଆସନରୁ ଲଢେଇ କରି ବିଜୟ ହାସଲ କରିଥିଲେ ବିଜେପିର ବାବୁଲ ସୁପ୍ରିୟୋ । ନରେନ୍ଦ୍ର ମୋଦି ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ଥିବା ସୁପ୍ରିୟୋଙ୍କୁ ଏଥର ଚ୍ୟାଲେଞ୍ଜ ଦେବେ ଟିଏମସି ସାଂସଦ ମୁନମୁନ ସେନ । 2014ରେ ବାଙ୍କୁରାରୁ ନିର୍ବାଚନ ଲଢି 9ଥରର ସିପିଆଇଏମ ସାଂସଦ ବାସୁଦେବ ଅଚାରିଆଙ୍କୁ ହରାଇ ବାମଗଡ ହାତେଇ ଥିଲା ଟିଏମସି । ମାତ୍ର ପ୍ରଥମ ଥର ବାବୁଲଙ୍କୁ ଟକ୍କର ଦେବା ପାଇଁ ଆସାନସୋଲରୁ ଗ୍ଲାମର ଅସ୍ତ୍ର ଖେଳିଛି ଟିଏମସି ।

ମୁମ୍ବାଇ ନର୍ଥ ସେଣ୍ଟ୍ରାଲ: ମହାରାଷ୍ଟ୍ର ମୁମ୍ବାଇ ନର୍ଥ ସେଣ୍ଟ୍ରାଲରେ ହେବ ହେଭି ଟକ୍କର । ଦୁଇ ପୁରୋଖା ନେତାଙ୍କ ଅଲିଅଳି ପରସ୍ପର ମଧ୍ୟରେ କରିବେ ମୁକାବିଲା । ବିଜେପି ବରିଷ୍ଠ ନେତା ପ୍ରମୋଦ ମହାଜନଙ୍କ ଝିଅ ପୁନମ ମହାଜନଙ୍କ ସହ ମୁହାଁମୁହିଁ ହେବେ କଂଗ୍ରେସ ପୁରୁଖା ସୁନିଲ ଦତ୍ତଙ୍କ ଝିଅ ପ୍ରିୟା ଦତ୍ତ । ତେବେ ଏହି ଆସନରୁ 2009ରେ ପ୍ରିୟା ବାଜି ମାରି ଥିବାବେଳେ 2014ରେ ପୁନମଙ୍କ ସପକ୍ଷରେ ଆସିଥିଲା ଫଳାଫଳ । ଏହି ଦୁଇ ନାରୀନେତ୍ରୀ ଥରେ ଲେଖାଏଁ ଉକ୍ତ ଆସନ କବଜା କରିଥିବା ବେଳେ 2019 ଫଳାଫଳକୁ ଏବେ ଅପେକ୍ଷା ।

କନୌଜ: ସପା ଗଡ ଭାବେ ପରିଚିତ ଉତ୍ତର ପ୍ରଦେଶର କନୌଜରେ ଚତୁର୍ଥ ପର୍ଯ୍ୟାୟରେ ହେବ ମତଦାନ । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ 2014ରେ ବିଜେପିର ସୁବ୍ରତ ପାଠକଙ୍କୁ ହରାଇ ପୁଣିଥରେ ସପାଗଡ ହାତେଇ ଥିଲେ । ତଥାପି ବହୁ କମ ଅନ୍ତର ଭୋଟରେ ପରାଜୟ ବରଣ କରିଥିଲା ବିଜେପି । ଏଣୁ ଏଠାରୁ ଏଥର କଡା ମୁକାବିଲା ହେବା ନେଇ ରାଜନୀତି ବିଶେଷଜ୍ଞ ମତ ଦିଅନ୍ତି ।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.