ETV Bharat / bharat

ଟିକେଟକୁ ନେଇ ସାକ୍ଷୀ ମହାରାଜଙ୍କ ଖୋଲା ଧମକ, କହିଲେ ଏମିତି କଥା... - MP

2019 ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଟିକେଟକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ବଳ କଷାକଷି । ଏପଟେ ବିଜେପି ସାଂସଦ ସାକ୍ଷୀ ମହାରାଜ ଟିକେଟକୁ ନେଇ ନିଜ ଦଳକୁ ହିଁ ଖୋଲ ଧମକ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Mar 13, 2019, 9:39 PM IST

ନୂଆଦିଲ୍ଲୀ: 2019 ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଟିକେଟକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ବଳ କଷାକଷି । ଏପଟେ ବିଜେପି ସାଂସଦ ସାକ୍ଷୀ ମହାରାଜ ଟିକେଟକୁ ନେଇ ନିଜ ଦଳକୁ ହିଁ ଖୋଲ ଧମକ ଦେଇଛନ୍ତି । ତାଙ୍କୁ ବିଜେପିରୁ ଟିକେଟ ନ ମିଳିଲେ ପରିମାଣ ସାଙ୍ଘାତିକ ହେବ। ନେଇ ଉତ୍ତର ପ୍ରଦେଶ ବିଜେପି ଅଧ୍ଯକ୍ଷ ମହେନ୍ଦ୍ର ନାଥଙ୍କୁ ଚିଠି ଲେଖିଛନ୍ତି ସାକ୍ଷୀ ।

ଏହାସହ ସେ ଲେଖିଛନ୍ତି ଯେ, ତାଙ୍କ ସଂସଦୀୟ କ୍ଷେତ୍ର ଉନ୍ନାଓରେ ଓବିସି ମତଦାତାଙ୍କ କେହି ପ୍ରତିନିଧି ନାହାଁନ୍ତି । କିନ୍ତୁ ତାଙ୍କର କଠିନ ପରିଶ୍ରମ ବଳରେ ସେ ପାର୍ଟି ତିଆରି କରିଛନ୍ତି । ଏହି କାରଣ ପାଇଁ ହିଁ ପାର୍ଟି 15 ବର୍ଷ ପରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ସହ ବିଜୟ ଲାଭ କରିଥିଲା ।

ତେବେ ବିଜେପିର ସାକ୍ଷୀ ମହାରାଜ ବର୍ତ୍ତମାନ ମଧ୍ୟପ୍ରଦେଶ ସାଂସଦ ଅଛନ୍ତି । ଏହାସହ ସେ 2014 ଲୋକସଭା ନିର୍ବାଚନରେ ମସିହାରେ 518834 ଭୋଟରେ ବିଜୟ ଲାଭ କରିଥିଲେ । ତେବେ 2009 ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅନୁ ଟଣ୍ଡନ ମଧ୍ୟପ୍ରଦେଶରେ ବିଜୟ ମୁକୁଟ ପିନ୍ଧିଥିଲେ। ଏହାସହ ସପା ବସପାର ମେଣ୍ଟ ପରେ ସେଠାରେ ସମାଜବାଦୀ ପାର୍ଟି ବିଜୟ ଲାଭ କରିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏବେ ସୁଦ୍ଧା ନାମ ଘୋଷଣା କରାଯାଇ ନାହିଁ ।

ସୂଚନା ଅନୁସାରେ, ସାକ୍ଷୀ ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଦଳ ଓ ଦଳର ମୁଖିଆ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଚାପ ପକାଇଥାନ୍ତି । ଏମିତିକି ଗତ 5 ବର୍ଷ ଭିତରେ ସେ ନିଜକୁ ହାଇ କମାଣ୍ଡ କରିବାକୁ ଦାବି କରି ଆସିଛନ୍ତି ।

ସ୍ଲଗ- ତହସିଲଦାରଙ୍କ ସ୍ତ୍ରୀ ଦେଲେ ନିର୍ଯ୍ୟାତନା, ତହସିଲ କର୍ମଚାରୀ କଲେ କଲମ ଛାଡ଼ ଆନ୍ଦୋଳନ।
ଫର୍ମାଟ- ଏଭିବି
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 12/03/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ଭୋଗରାଇ ତହସିଲଦାର ଓ ତାଙ୍କ ସ୍ତ୍ରୀ ତହସିଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନେଇ ଘର କାମରେ ଲଗାଇବା ଘଟଣା ଏବେ ସରକାରୀ ବାବୁଙ୍କୁ ଅଡୁଆରେ ପକାଇଛି। ତହସିଲଦାର ଓ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ତହସିଲ କର୍ମଚାରୀମାନେ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଭୋଗରାଇରେ ନୂତନ ଭାବେ ସନତ କୁମାର ନାୟକ କିଛିଦିନ ହେବ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସରକାରୀ ବାବୁ ଜଣଙ୍କ ଭୋଗରାଇର ବିଭିନ୍ନ ରାଜସ୍ୱ ମଣ୍ଡଳରୁ ପିଅନ ମାନଙ୍କୁ ଡାକି ଘରୋଇ କାର୍ଯ୍ୟରେ ଲିପ୍ତ କରୁଥିବା ଅଭିଯୋଗ ହୋଇଛି। ଏମିତିକି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନେଇ ସରକାରୀ ବାବୁ ତାଙ୍କ ଘରେ ରୋଷେଇ କରିବା, ଘର ସଫା କରିବା,ବାସନ ମାଜିବା, ପାଇଖାନା ମଧ୍ୟ ସଫା କରିବାକୁ କହୁଥିଲେ। ସବୁ କିଛି ଚୁପଚାପ କର୍ମଚାରୀମାନେ ସହିଯାଉଥିବା ବେଳେ ଜଣେ 58 ବର୍ଷର ରାତ୍ରି ଜଗୁଆଳିଙ୍କୁ ନେଇ ତହସିଲଦାର କାର୍ଯ୍ୟରେ ଅବହେଳା ଦର୍ଶାଇ ତାଙ୍କୁ 2ଘଣ୍ଟା ଆଣ୍ଠେଇ ଦେଇଥିଲେ। ଏହାକୁ ନେଇ କର୍ମଚାରୀମାନେ ଅସହ୍ୟ ହୋଇ ଜିଲ୍ଲାପାଳଙ୍କୁ ଭେଟି ସମସ୍ତ କଥା କହିଥିଲେ। ଜିଲ୍ଲାପାଳ ଏ ବିଷୟରେ ଗୁରୁତ୍ୱ ଦେବାକଥା କହି କାର୍ଯ୍ୟାନୁଷ୍ଠାନ ନ ନେବାରୁ ସମସ୍ତ  କର୍ମଚାରୀମାନେ ଆଜି କାଲମଛାଡ଼ ଆନ୍ଦୋଳନ କରିଛନ୍ତି। ଅନ୍ୟପଟେ ଜିଲ୍ଲାପାଳ ଏହି ଘଟଣାରେ ଉପଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ବ ଦେଇଥିବା ଜଣାପଡିଛି। ହେଲେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି। ତୁରନ୍ତ ତହସିଲଦାରଙ୍କ ବଦଳି କରାନଗଲେ ଏମିତି ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦିଆଯାଇଛି।
ବାଇଟ୍- 1- ରବିଶଙ୍କର ନନ୍ଦୀ(ରାତ୍ରି ଜଗୁଆଳି)
ବାଇଟ୍-2- ସନତ କୁମାର ନାୟକ(ତହସିଲଦାର)

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.