ETV Bharat / bharat

ନିର୍ବାଚନ ପାଇଁ ବଦଳିଲା ଦିଲ୍ଲୀ ମେଟ୍ରୋ ସମୟ - Metro

ନିର୍ବାଚନ ପାଇଁ ବଦଳିଲା ମେଟ୍ରୋ ସେବା । ଏନେଇ ପ୍ରତ୍ୟେକ ଦିନ ସକାଳ 6 ରେ ଚାଲୁଥିବା ଥିବା ମେଟ୍ରୋ ସେବା ଭୋଟ ଦିନ ସକାଳ 4 ଟାରେ ଆରମ୍ଭ ହେବ।

ଫାଇଲ ଫଟୋ
author img

By

Published : May 10, 2019, 2:36 PM IST

ନୂଆଦିଲ୍ଲୀ: ଚାଲିଛି ନିର୍ବାଚନୀ ମହାପର୍ବ। ଏହି ମହାପର୍ବର ପାଞ୍ଚୋଟି ପର୍ଯ୍ୟାୟ ଶେଷ ହୋଇଛି। ବର୍ତ୍ତମାନ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ମେ ୧୨ ତାରିଖ ରବିବାର ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୭ ରାଜ୍ୟର ୫୯ ଆସନରେ ଭୋଟ ଗ୍ରହଣ ହେବ।

ସପ୍ତମ ତଥା ଶେଷ ପର୍ଯ୍ୟାୟରେ ୮ ରାଜ୍ୟର ୫୯ ଆସନରେ ମତଦାନ କରାଯିବ ବୋଲି ସିଇସି ସୂଚନା ଦେଇଛନ୍ତି। ଏଥିରେ ଦିଲ୍ଲୀ ସହ ବିଭିନ୍ନ ରାଜ୍ୟରେ ଭୋଟଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ଭୋଟିଂ ପ୍ରତିଶତ ବଢାଇବା ସହ ଭୋଟରଙ୍କ ବିଭିନ୍ନ ଅସୁବିଧାକୁ ଦୂରେଇବା ପାଇଁ ନିର୍ବାଚନ କମିଶନ ଦୃଷ୍ଟି ଦେଇଛନ୍ତି ।

ଖବର ଅନୁଯାୟୀ, ଦିଲ୍ଲୀ ମେଟ୍ରୋ ସେବାର ବିବରଣୀ ଅନୁସାରେ ପ୍ରତ୍ୟେକ ଦିନ ସକାଳ 6 ରେ ଚାଲୁଥିବା ଥିବା ମେଟ୍ରୋ ସେବା ଭୋଟ ଦିନ ସକାଳ 4 ଟାରେ ଆରମ୍ଭ ହେବ। ଏହି ସୁବିଧା ନିର୍ବାଚନ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ଯୋଗାଇ ଦିଆଯିବ।

ମେଟ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦ୍ବାରକା ସେକ୍ଟର 21ର ମେଟ୍ରୋ ସକାଳ 6 ପରିବର୍ତ୍ତେ ସକାଳ 4.30 ରେ ଯୋଗାଇ ଦିଆଯିବ । ପରେ ପରେ ପ୍ରତି ଅଧଘଣ୍ଚା ବ୍ୟବଧାନରେ ମେଟ୍ରୋ ସୁବିଧା ଜାରି ରହିବ । ତେବେ ମେ 12 ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଦିଲ୍ଲୀରେ 7ଟି ଆସନରେ ଭୋଟ ଗ୍ରହଣ କରାଯିବ । ଏହାସହ ମେ 23 ରେ ଭୋଟ ଗଣତି ଆରମ୍ଭ ହେବ ।

ସ୍ଲଗ -  ବଲାଗିଂର ସହରି କରଣରେ ବଲି ପଡୁଛନ୍ତି ଗଛ, ବଢୁଛି ତାପ ମାତ୍ରା ପ୍ରତିକାର ଦାବୀ କଲେ ସାଧାରଣ ଲୋକେ 
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୦୬-୦୫-୧୯
ଫରମାଟ -ପେକେଜ
ଏଙ୍କର-
ବଲାଗିଂର ସହର ଦିନକୁ ଦିନ ବଢି ବଢି ଚାଲିଥିବା ବେଲେ ସହରୀ କରଣ ପାଇଁ ବଲି ପଡୁଛନ୍ତି ଗଛ । ପୁର୍ବରୁ ପାଟଣା ଷ୍ଟେଟ ସମୟରେ ବଲାଗିଂର ସହରରେ ବ୍ୟାପକ ଗଛ ଲଗା ଯାଇଥିବା ବେଲେ ସହର ସବୁଜିମା ସହର ଭାବରେ ପରିଗଣିତ ହୋଉଥିଲା । ହେଲେ ଏବେ ସହରରେ ରୋଡ ରାସ୍ତା ଘର ଇତ୍ୟାଦି ପାଇଁ ସବୁ ଗଛ କଟା ସରିଛି । ଯାହା ସାଧାରଣ ଲୋକଙ୍କୁ ଆନ୍ଦୋଲିତ କରିଥିବା ବେଲେ ଏହାର ପ୍ରତିକାର ପାଇଁ ସମସ୍ତେ ଦାବୀ କରିଛନ୍ତି । ସେହିପରି କିଛି ଯୁବ ସଂଗଠନ ଆଗକୁ ଆସି ବଲକା ଥିବା ଗଛ ସବୁକୁ ବଞ୍ଚାଇବା ପାଇଁ ଏବେ କୋର୍ଟର ଆଶ୍ରୟ ନେଇଛନ୍ତି । 
ଭି ଓ ୧ 
ବଲାଗିଂର ସହର ଦିନକୁ ଦିନ ବଢି ବଢି ଚାଲିଥିବା ବେଲେ ଜଙ୍ଗଲ ପର୍ଯ୍ୟନ୍ତ ପ୍ରସାରିତ ହୋଇଛି ସହର । ଏବଂ ସହରୀ କରଣ ବିକାଶ ନାଁରେ ଏବେ ବଲି ପଡୁଛନ୍ତି ଶତାଧିକ ମୁଳ୍ୟବାନ ଗଛ । ପୁର୍ବରୁ ପାଟଣା ଷ୍ଟେଟ ସମୟରେ ବଲାଗିଂର ସହରରେ ବ୍ୟାପକ ନିମ୍ବ ଓ ଅନ୍ୟାନ୍ୟ ଗଛ ଲଗା ଯାଇଥିବା ବେଲେ ସହର ସବୁଜିମା ସହର ଭାବରେ ପରିଗଣିତ ହୋଇ ଆସୁଥିଲା । ସହରର ସବୁ ରାସ୍ତା କଡେ ଗଛ ଲାଗି ଛାଇ ସହ ଲୋକଙ୍କୁ ଅନେକ ପ୍ରକାରରେ ସାହାର୍ଯ୍ୟ କରୁଥିଲା । ହେଲେ ଏବେ ସହରରେ ରୋଡ ରାସ୍ତା ଘର ଇତ୍ୟାଦି ପାଇଁ ସବୁ ଗଛ କଟା ସରିଛି । ଏବଂ ବର୍ତ୍ତମାନ କେବଲ କିଛି ଗଛ ପେଲେସ ଲାଇନ ଓ ସୁଦପଡା ଅଞ୍ଚଲରେ ରହିଛି । ତେବେ ଏସବୁକୁ ମଧ୍ୟ କାଟିବା ପାଇଁ ଜାତୀୟ ସଡକ ବିଭାଗ ଜଙ୍ଗଲ ବିଭାଗର ଅନୁମତି ଲୋଢିଛି । ଏବଂ ଏହି ଖବର ଏବେ ଲୋକେ ଜାଣିବା ପରେ ଲୋକଙ୍କୁ ଏହା ଆନ୍ଦୋଲିତ କରିଥିବା ବେଲେ ଏହାର ପ୍ରତିକାର ପାଇଁ ସମସ୍ତେ ଦାବୀ କରିଛନ୍ତି । ସେହିପରି କିଛି ଯୁବ ସଂଗଠନ ଏକ୍ସନ କମିଟି ପାଦେ ଆଗାକୁ ଯାଇ  ବଲକା ଥିବା ଗଛ ସବୁକୁ ବଞ୍ଚାଇବା ପାଇଁ ବନ ବିଭାଗକୁ ଲିଖିତ ଆବେଦନ କରିବା ସହ କୋର୍ଟର ମଧ୍ୟ ଆଶ୍ରୟ ନେଇଛନ୍ତି । ଏବଂ ବଲାଗିଂର ଲୋକ ଅଦାଲତରେ ଏହି କମିଟି ଦ୍ୱାରା ଏକ ଜନସ୍ୱାର୍ଥ ମାମଲା ଦାୟର କରା ଯାଇଛି । 
ବାଇଟ- ବିନୋଦ କାଲସାଏ- ସଭାପତି ଯୁବ ଏକ୍ସନ କମିଟୀ 
ବାଇଟ- ଏସ ପରିଚ୍ଛା - ସଦସ୍ୟ ଏକ୍ସନ କମିଟୀ ବଲାଗିଂର
ଭି ଓ ୨ 
ତେବେ ସହରୀ କରଣ ପାଇଁ ଗଛ ବଲି ପଡୁଥିବା ବେଲେ ବନ ବିଭାଗ ନିଜର ପ୍ରତିକ୍ରୀୟା ରଖିଛି । ଏବଂ ଗ୍ରାମାଞ୍ଚଲରେ ବିଭିନ୍ନ ଯୋଜନା ସହିତ ଏମଜିଏନଆରଜିଏରେ ଗଛ ଲଗା ଯାଉଥିବାର କହିଛି । ସେହିପରି ସହରରେ ଏଯାଏଁ ଗଛ ଲଗାଇବା ପାଇଁ କୌଣସି ସହରୀ ଯୋଜନା ନଥିବା ବେଲେ ଜଦି କୌଣସି ବିଭାଗ ତାଙ୍କ ଜମିରେ ଗଛ ଲଗାଇବାକୁ ସ୍ୱୀକୃତୀ ଦେବେ ତାହା ହେଲେ ବନ ବିଭାଗ ସେଠି ଗଛ ଲଗାଇବ ବୋଲି କହିଛି । ସମାନ ଭାବରେ ରାସ୍ତା ପ୍ରସସ୍ଥି କରଣ ପାଇଁ କଟା ଯାଉଥିବା ଗଛ ଗୁଡିକର ଦୁଶ ଗୁଣା ଗଛ ପୁଣି ଲଗା ଯିବ ବୋଲି ବନ ବିଭାଗ କହିଛି । ତେବେ ଗଛ କଟା ସହରରେ ବଢୁଥିବା ତାପ ମାତ୍ରା ବୃଦ୍ଧିର ଏକ କାରଣ ବୋଲି ଶେଷରେ ସ୍ୱୀକାର କରିଛି । ଏବଂ ଆଗାମୀ ଦିନରେ ସହରରେ ଗଛ ନିହାତୀ ଭାବରେ ଲଗାଯିବ ଓ ଏଥିପାଇଁ ସରକାରୀ ତଥା ବେସରକାରୀ ସଂଗଠନ ମାନଙ୍କର ସହାୟତା ନିଆ ହେବ ବୋଲି ବିଭାଗ କହିଛି ।
ବାଇଟ- ସମିର ଶତପଥୀ -ଡିଏଫଓ ବଲାଗିଂର
ଏଫ ଭି ଓ 
ବଲାଗିଂରରେ ବିକାଶ ନିହାତୀ ଆବଶ୍ୟକ ଥିବା ବେଲେ ଏଥିପାଇଁ ବ୍ୟାପକ ମାତ୍ରାରେ ଗଛ କଟା ମଧ୍ୟ ହେଉଛି । ଯାହାର ସିଧା ସଳଖ ପ୍ରଭାବ ଲୋକେ ଜାଣି ପାରିଥିବା ବେଲେ ଏବେ ସେମାନେ ସ୍ୱର ଉତ୍ତୋଲନ କରିଛନ୍ତି । ତେବେ ଆଗକୁ ଏହାର କଣ ସମାଧାନ ବାହାରୁଛି ତାହା ଦେଖିବାର ବାକି ରହିଲା । 

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.