ETV Bharat / bharat

4.56 ଲକ୍ଷ ହେକ୍ଟର ଜମିରେ ସରିଛି ପଙ୍ଗପାଳ ନିୟନ୍ତ୍ରଣ କାର୍ଯ୍ୟ:କୃଷି ମନ୍ତ୍ରଣାଳୟ

author img

By

Published : Aug 1, 2020, 12:16 PM IST

କୃଷି ମନ୍ତ୍ରଣାଳୟ କହିଛି ଯେ,10ଟି ରାଜ୍ୟର 4.56 ହେକ୍ଟରରୁ ଅଧିକ ଅଞ୍ଚଳରେ ଫସଲ ପ୍ରତି ବିପଦ ଥିବା ପଙ୍ଗପାଳଙ୍କ ବିରୁଦ୍ଧରେ ନିୟନ୍ତ୍ରଣ କାର୍ଯ୍ୟ ଜାରି ରହିଛି।

_locust
4.56 ଲକ୍ଷ ହେକ୍ଟର ଜମିରେ ସରିଛି ପଙ୍ଗପାଳ ନିୟନ୍ତ୍ରଣ କାର୍ଯ୍ୟ

ନୂଆଦିଲ୍ଲୀ:କୋରୋନା ମହାମାରୀ ମଧ୍ୟରେ ପଙ୍ଗପାଳ ଦେଶ ପାଇଁ ଆଉ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଏହା ମଧ୍ୟରେ କୃଷି ମନ୍ତ୍ରଣାଳୟ କହିଛି ଯେ, 10ଟି ରାଜ୍ୟର 4.56 ହେକ୍ଟରରୁ ଅଧିକ ଅଞ୍ଚଳରେ ଫସଲ ପ୍ରତି ବିପଦ ଥିବା ପଙ୍ଗପାଳଙ୍କ ବିରୁଦ୍ଧରେ ନିୟନ୍ତ୍ରଣ କାର୍ଯ୍ୟ ସରିଛି ।

ଗୁରୁବାର ରାଜସ୍ଥାନ, ଗୁଜୁରାଟ ଏବଂ ହରିୟାଣାର 11ଟି ଜିଲ୍ଲାର 37 ଟି ସ୍ଥାନରେ କିଟ ବିରୁଦ୍ଧ ଅପରେସନ ଜାରି ରହିଥିଲା ବୋଲି ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ନିୟନ୍ତ୍ରଣ କାର୍ଯ୍ୟ ପଙ୍ଗପାଳ ସର୍କଲ ଅଫିସ ତଥା ରାଜ୍ୟ କୃଷି ବିଭାଗ ଦ୍ୱାରା ପରିଚାଳିତ ହେଉଛି।

ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ଗୁଜୁରାଟ, ଉତ୍ତରପ୍ରଦେଶ ଏବଂ ହରିୟାଣା ଆଦି ରାଜ୍ୟଗୁଡିକରେ ପଙ୍ଗପାଳ ସର୍କଲ ଅଫିସ ପକ୍ଷରୁ 2.26 ଲକ୍ଷ ହେକ୍ଟର ଅଞ୍ଚଳରେ ଅପରେସନ କାର୍ଯ୍ୟ ସରିଛି। ସେହିପରି ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ଗୁଜୁରାଟ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ହରିୟାଣା, ଉତ୍ତରପ୍ରଦେଶ ଏବଂ ବିହାର ରାଜ୍ୟରେ 2.29 ଲକ୍ଷ ହେକ୍ଟର ଜମିରେ ରାଜ୍ୟ ସରକାର ନିୟନ୍ତ୍ରଣ କାର୍ଯ୍ୟ କରିଛନ୍ତି। ମନ୍ତ୍ରଣାଳୟ କହିଛି ଯେ, ଏହି ରାଜ୍ୟଗୁଡିକରେ କୌଣସି ଫସଲ କ୍ଷୟକ୍ଷତି ହୋଇନାହିଁ। ତଥାପି ରାଜସ୍ଥାନର କେତେକ ଜିଲ୍ଲାରେ କିଛି ଫସଲ କ୍ଷୟକ୍ଷତି ହୋଇଛି।

ଶୁକ୍ରବାର ଜୟସୈଲମର, ବାର୍ମର, ଯୋଧପୁର, ବିକାନେର, ଚୁରୁ, ନାଗୌରରେ ଗୋଲାପୀ, ହଳଦିଆ ରଙ୍ଗର ପଙ୍ଗପାଳ ସକ୍ରିୟ ଥିଲେ । ବର୍ତ୍ତମାନ ରାଜସ୍ଥାନ ଏବଂ ଗୁଜୁରାଟ ରାଜ୍ୟରେ ସ୍ପ୍ରେ ଗାଡି ସହିତ 104 କଣ୍ଟ୍ରୋଲ୍ ଟିମ୍ ନିୟୋଜିତ ହୋଇଛନ୍ତି । ଏଥିସହ 200ରୁ ଅଧିକ କେନ୍ଦ୍ର ସରକାର କର୍ମଚାରୀ ପଙ୍ଗପାଳ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଏହାଛଡା 15 ଟି ଡ୍ରୋନ୍ ସହ ପାଞ୍ଚଟି କମ୍ପାନୀ ରାଜସ୍ଥାନର ବର୍ମର, ଜୈସଲମେର, ବିକାନେର, ନାଗୌର ଏବଂ ଫାଲୋଡିରେ ପଙ୍ଗପାଳର ଅପରେସନରେ ନିୟୋଜିତ ହୋଇଛନ୍ତି। ଆବଶ୍ୟକତା ଅନୁଯାୟୀ ରାଜସ୍ଥାନର ମରୁଭୂମି ଅଞ୍ଚଳରେ ବ୍ୟବହାର ପାଇଁ ଏକ ବେଲ ହେଲିକପ୍ଟର ନିୟୋଜିତ କରାଯାଇଛି। ଏଥିସହ ମନ୍ତ୍ରଣାଳୟ କହିଛି ଯେ, ଏମଆଇ -17 ହେଲିକପ୍ଟର ବ୍ୟବହାର କରି ପଙ୍ଗପାଳ ବିରୋଧୀ କାର୍ଯ୍ୟରେ ଭାରତୀୟ ବାୟୁସେନା ମଧ୍ୟ ସାହାଯ୍ୟ କରୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.