ETV Bharat / bharat

ୟୁପିର ବାରବାଙ୍କିରେ ପଙ୍ଗପାଳ ଆତଙ୍କ, ଅନେକ ଫସଲ ନଷ୍ଟ - locust attack

କିଛି ଦିନ ହେବ ପଙ୍ଗପାଳଙ୍କ ଦାଉରେ ଅସହ୍ୟ ହୋଇପଡିଲେଣି ଚାଷୀ । ଦେଶର ଉତ୍ତର ଭାଗରେ ଅତ୍ୟଧିକ ମାତ୍ରାରେ ବ୍ୟାପିଛନ୍ତି ପଙ୍ଗପାଳ, ନଷ୍ଟ କରୁଛନ୍ତି ଅନେକ ଫସଲ । ଅଧିକ ପଢନ୍ତୁ...

ୟୁପିର ବାରବାଙ୍କିରେ ପଙ୍ଗପାଳ ଆତଙ୍କ, ଅନେକ ଫସଲ ନଷ୍ଟ

author img

By

Published : Jul 13, 2020, 12:38 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପଙ୍ଗପାଳଙ୍କ ଆତଙ୍କ କମ ହେବାର ନାଁ ନେଉନାହିଁ । ଗ୍ରାମ୍ୟ ଅଞ୍ଚଳ ଗୁଡିକରେ ଏହାକୁ ନେଇ ଚିନ୍ତାରେ ଚାଷୀ । ସହରାଞ୍ଚଳର ଆକାଶରେ ଘୁରି ବୁଲୁଥିବା ପଙ୍ଗପାଳମାନେ ବର୍ତ୍ତମାନ ଗଛର ପତ୍ର ଖାଉଛନ୍ତି । ଏହାସହ ଲୋକଙ୍କ ଛାତ ଉପରେ ପଙ୍ଗପାଳ ଦଳ ଏକତ୍ର ଜମାଟ ବାନ୍ଧୁଛନ୍ତି । ରାଜଧାନୀ ଲକ୍ଷ୍ନୌ ସହିତ ଲାଗିଥିବା ବାରବାଙ୍କି ଜିଲ୍ଲାରେ ପଙ୍ଗପାଳ କୃଷକଙ୍କ ଫସଲ ନଷ୍ଟ କରୁଛନ୍ତି । ଏନେଇ କୃଷି ବିଭାଗ ସମସ୍ତ ଲୋକଙ୍କୁ ଆଲର୍ଟ କରାଇବା ସହିତ ସରକାରୀ ଯନ୍ତ୍ରପାତି ସାହାଯ୍ୟରେ ସେମାନଙ୍କୁ ଘଉଡ଼ାଇବା କାର୍ଯ୍ୟ ଜାରି ରହିଛି ।

ବାରବାଙ୍କି ଜିଲ୍ଲାରେ ରବିବାର ଅପରାହ୍ନ ସମୟରେ ପଙ୍ଗପାଳ ଦଳ ସହରରୁ ଗାଁ ପର୍ଯ୍ୟନ୍ତ, ଚାଷ ଫସଲ ଠାରୁ ଆରମ୍ଭ ଗଛର ପତ୍ର ପର୍ଯ୍ୟନ୍ତ ସବୁ ଖାଇ ନଷ୍ଟ କରିଛନ୍ତି । ପଙ୍ଗପାଳଙ୍କ ଆଗମନ ନେଇ କୃଷି ବିଭାଗ ପୂର୍ବରୁ କୃଷକମାନଙ୍କୁ ଆଲର୍ଟ କରାଇଥିଲା । 7 ରୁ 8 କିମି ଅଞ୍ଚଳରେ ବ୍ୟାପିଥିବା ଏକ ପଙ୍ଗପାଳ ଦଳ ଲକ୍ଷ୍ନୌର ସୀତାପୁର ଏବଂ ପରେ ବାରବାଙ୍କିରେ ପହଞ୍ଚିଥିଲେ । ଯେଉଁଠାରେ ଏକ ବଡ଼ ପଙ୍ଗପାଳ ଦଳ ଦେଖାଯାଇଥିଲା।

ଏମାନଙ୍କୁ ଘଉଡାଇବା ପାଇଁ ଲୋକମାନେ ଡିଜେ, ବାଣ, ବାଜା, ଥାଳି, ଟିଫିନ ଆଦି ବଜାଇଥିଲେ । ଏହାସହ ବିଭାଗ ପକ୍ଷରୁ କୀଟନାଶକ ସ୍ପ୍ରେ କରାଯାଇଥିଲା, ଏହାପରେ ପଙ୍ଗପାଳ ଦଳ ଅନ୍ୟ ଦିଗ ଅଭିମୁଖେ ଯାତ୍ରା ଆରମ୍ଭ କରୁଛନ୍ତି । ତେବେ ଏମାନଙ୍କ ପ୍ରକୋପରେ ଜିଲ୍ଲାରେ ଅନେକ ଫସଲ ନଷ୍ଟ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.