ETV Bharat / bharat

ଚଳନ୍ତା ଟ୍ରେନରେ ଲୋକୋ ପାଇଲଟଙ୍କୁ ପଥର ମାଡ, ଅବସ୍ଥା ସଙ୍କଟାପନ୍ନ - ଲୋକୋ ପାଇଲଟଙ୍କୁ ଆକ୍ରମଣ

ସ୍ଥାନୀୟ ଶାହଦରା ଷ୍ଟେସନରେ ଜନୈକ ଲୋକୋ ପାଇଲଟଙ୍କ ଉପରକୁ ଲୋକେ ପଥର ଫୋପାଡି ଆକ୍ରମଣ କରିଛନ୍ତି । ଆକ୍ରମଣ ଏତେ ଭୟଙ୍କର ଥିଲା କି ଲୋକୋ ପାଇଲଟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

loco pilot attack, latest train news, loco pilot attacked on moving train, ଚଳନ୍ତା ଟ୍ରେନରେ ଲୋକୋ ପାଇଲଟଙ୍କୁ ଆକ୍ରମଣ, ଲୋକୋ ପାଇଲଟଙ୍କୁ ଆକ୍ରମଣ, ଲାଟେଷ୍ଟ ଟ୍ରେନ ନ୍ୟୁଜ୍‌
ଚଳନ୍ତି ଟ୍ରେନରେ ଲୋକୋ ପାଇଲଟଙ୍କୁ ପଥର ମାଡ, ଅବସ୍ଥା ସଙ୍କଟାପନ୍ନ
author img

By

Published : Jan 11, 2020, 7:51 PM IST

ନୂଆଦିଲ୍ଲୀ: ସ୍ଥାନୀୟ ଶାହଦରା ଷ୍ଟେସନରେ ଜନୈକ ଲୋକୋ ପାଇଲଟଙ୍କ ଉପରକୁ ଲୋକେ ପଥର ଫୋପାଡି ଆକ୍ରମଣ କରିଛନ୍ତି। ଆକ୍ରମଣ ଏତେ ଭୟଙ୍କର ଥିଲା କି ଲୋକୋ ପାଇଲଟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ରେଳବାଇ ସୁରକ୍ଷାବଳ(ଆରପିଏଫ) ଏକ ମାମଲା ରୁଜୁ କରି ଏ ଘଟଣାର ଖୋଳତାଡ ଆରମ୍ଭ କରାଯାଇଛି।

ଶୁକ୍ରବାର ସନ୍ଧ୍ୟାରେ ଗାଡି ସଂଖ୍ୟା 15035 ଉତ୍ତରାଞ୍ଚଳ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଶାହଦରା ଷ୍ଟେସନ ଦେଇ ଯିବା ସମୟରେ ଏହି ଘଟଣା ଘଟିଥିଲା । ଷ୍ଟେସନରେ ନାଲି ସଙ୍କେତ ଥିବାରୁ ଟ୍ରେନଟି ଧିରେ ଗତି କରୁଥିଲା । ଏହି ସମୟରେ ସୁଯୋଗ ପାଇ କେତେକ ଦୁର୍ବୃତ୍ତ ଲୋକୋ ପାଇଲଟଙ୍କ କ୍ୟାବିନ ଉପରକୁ ଢେଲା ପଥର ଫୋପାଡିଥିଲେ। ଫଳରେ ଲୋକେ ପାଇଲଟ କରମ ଚାନ୍ଦଙ୍କ ଗଭୀର କ୍ଷତ ହୋଇଥିଲା । ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ଏନେଇ ଆରପିଏଫର ବରିଷ୍ଠ ସୁରକ୍ଷା କମାଣ୍ଡାଣ୍ଟ ଏ ଏନ ଝାଙ୍କ କହିବା ଅନୁଯାୟୀ ଘଟଣା ପରେ ଆରପିଏଫ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଆକ୍ରମଣ ସ୍ଥାନୀୟ ଅଞ୍ଚଳର କିଛି ବାସିନ୍ଦା କରିଥିବା ନେଇ ସନ୍ଦେହ କରାଯାଉଥିବା ସେ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:୩୧ତମ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଢେଙ୍କାନାଳ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ତତ୍ପର ହୋଇପଡିଛି।

Body:ଏହି ଉପଲକ୍ଷେ ଶନିବାର ଏକ ସଚେତନତା ରଥ ଜିଲା ପରିକ୍ରମା ପାଇଁ ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳଙ୍କ କଯ୍ୟାଳୟ ପରିସରରେ ଏହି ସଡ଼କ ସୁରକ୍ଷା ସଚେତନତା ରଥ କୁ ଢେଙ୍କାନାଳ ଏସପି ଅନୁପମା ଜେମେସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ସଡ଼କ ସୁରକ୍ଷା ସମ୍ପର୍କିତ ବାର୍ତା ନେଇ ଜିଲ୍ଲା ବ୍ୟାପି ଲୋକମାନଙ୍କୁ ସଚେତନତା କରାଇବ।

Conclusion:ଏହି ଅବସରରେ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ, ରେଡ୍କ୍ରସ ଓ ବିଭିନ ସଂଗଠନର କର୍ମକର୍ତ୍ତା ଉପସ୍ଥିତି ଥିଲେ।
ଢେଙ୍କାନାଳରୁ ଉର୍ମିଳା ପାତ୍ର ଙ୍କ ରିପୋର୍ଟ ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.