ETV Bharat / bharat

ଲକଡାଉନ: ଭିଡିଓ କଲରେ ସ୍ବାମୀଙ୍କ ଶେଷ ଦର୍ଶନ କଲେ ସ୍ତ୍ରୀ - ମୁମ୍ବାଇ ଲକଡାଉନ

କୋରୋନା ସଂକ୍ରମଣକୁ ନେଇ ଲକଡାଉନ ଚାଲିଥିବା ବେଳେ ଆଖି ବୁଜିଛନ୍ତି କ୍ୟାନ୍ସର ପୀଡିତ ଚନ୍ଦ୍ରକାନ୍ତ । ଯାହାଙ୍କୁ ପାଖକୁ ଯାଇ ନପାରି ଶେଷରେ ଭିଡିଓ କଲରେ ଅନ୍ତିମ ଦର୍ଶନ କରିଛନ୍ତି ପତ୍ନୀ ବାସନ୍ତୀ । ଅଧିକ ପଢନ୍ତୁ...

lockdown, funeral on video call, mumbai lockdown, coronavirus news, ଲକଡାଉନ, ଭିଡିଓ କଲରେ ଅନ୍ତିମ ସଂସ୍କାର, ମୁମ୍ବାଇ ଲକଡାଉନ, କୋରୋନା ଭାଇରସ ନ୍ୟୁଜ୍‌
ଲକଡାଉନ: ଭିଡିଓ କଲରେ ସ୍ବାମୀଙ୍କ ଶେଷ ଦର୍ଶନ କଲେ ସ୍ତ୍ରୀ
author img

By

Published : Apr 19, 2020, 7:43 PM IST

ମୁମ୍ବାଇ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ବର୍ତ୍ତମାନ ଲକଡାଉନ । ଦୋକାନ ବଜାରଠାରୁ ଆରମ୍ଭ କରି ଛୋଟ ବଡ ସମସ୍ତ ବ୍ୟବସାୟ ଏବେ ବନ୍ଦ । ଏମିତିରେ କେତେ ଯେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହାର କୌଣସି ଠିକଣା ନାହିଁ । ନିକଟରେ ମୁମ୍ବାଇରେ ଲକଡାଉନ ସମୟରେ ଦେଖିବାକୁ ମିଳିଛି ଅତି ଦୁଃଖଦ ଘଟଣା ।

ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଜଣେ ପତ୍ନୀ 490 କିଲୋମିଟର ଦୂରରେ ରହି ଭିଡିଓ କଲରେ ଦେଖିଛନ୍ତି ନିଜ ସ୍ବାମୀଙ୍କ ଅନ୍ତ୍ୟେଷ୍ଟି କ୍ରିୟା । ଘଟଣା ଅନୁଯାୟୀ ଦୋଦାମାର୍ଗ ତହସିଲ ଅନ୍ତର୍ଭୁକ୍ତ ମୋରଲେ ଗ୍ରାମରେ ବସବାସ କରନ୍ତି ଏହି ଚନ୍ଦ୍ରକାନ୍ତ ବାନ୍ଦେକର ଓ ପତ୍ନୀ ବାସନ୍ତୀ ବାନ୍ଦେକର । ହେଲେ ମୁମ୍ବାଇରେ ରହୁଥିବା ନିଜ ପୁଅକୁ ଦେଖା କରିବା ପାଇଁ ଚନ୍ଦ୍ରକାନ୍ତ ଯାଇଥିବା ବେଳେ ଗତ ମାର୍ଚ୍ଚ 22ରେ ସେ କ୍ୟାନ୍ସରରେ ପୀଡିତ ଥିବା ଜାଣିବାକୁ ପାଇଥିଲେ । ମା’ ଏକୁଟିଆ ଗାଁରେ ଥିବାରୁ ତାଙ୍କୁ ଏହା ଜଣାଇନଥିଲେ ବାପ ଓ ପୁଅ ।

କିନ୍ତୁ କିଏ ଜାଣିଥିଲା କି ପରିସ୍ଥିତି ଯୋଗୁଁ ବାଧ୍ୟ ହୋଇ ଲକଡାଉନ ସମୟ ସୀମା ବଢିବ ଓ ଏହି ଭିତରେ ଶେଷ ନିଃଶ୍ବାସ ତ୍ୟାଗ କରିବେ ଚନ୍ଦ୍ରକାନ୍ତ । ଗତ ଏପ୍ରିଲ 16 ରେ ଚନ୍ଦ୍ରକାନ୍ତ ନିଜ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ବେଳେ ଲକଡାଉନ ଯୋଗୁଁ ତାଙ୍କୁ ଗାଁ ଆଣିବା ଅସମ୍ଭବ ହୋଇପଡିଥିଲା । ଫଳରେ ବାଧ୍ୟ ହୋଇ ଭିଡିଓ କଲରେ ନିଜ ସ୍ବାମୀଙ୍କ ଶେଷ ଦର୍ଶନ କରିଥିଲେ ବାସନ୍ତୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.