ETV Bharat / bharat

ରେଳମନ୍ତ୍ରୀଙ୍କ ଟ୍ବିଟର ଯବାବ ଦେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

author img

By

Published : May 16, 2020, 5:46 PM IST

ରେଳ ମନ୍ତ୍ରୀ ପୀୟୁଷ ଗୋଏଲ କିଛି ରାଜ୍ୟକୁ କେନ୍ଦ୍ରରେ ରଖି ଏକ ଟ୍ବିଟରେ କହିଛନ୍ତି, ଏହି ରାଜ୍ୟଦ୍ବାରା ନିଜ ଶ୍ରମିକମାନଙ୍କୁ ଆଣିବା ପାଇଁ ଟ୍ରେନ୍ ଦାବିକୁ ଅନୁମତି ଦିଆଯାଉ ନାହିଁ । ଏହି ଟ୍ବିଟ ପରଠାରୁ ରାଜନୈତିକ ମାହୋଲ ଗରମ ଥିବାବେଳେ ଗତ ଶୁକ୍ରବାର ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିୟୁଷ ଗୋଏଲଙ୍କୁ ଏହାର ଯବାବ ଦେଇଛନ୍ତି ।

_tweet
ରେଳମନ୍ତ୍ରୀଙ୍କ ଟ୍ବିଟର ଯବାବ ଦେଲେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ

ରାଞ୍ଚି: ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଟ୍ବିଟକୁ ନେଇ ରାଜନୀତି ମାହୋଲ ଗରମ ରହିଛି । ରେଳ ମନ୍ତ୍ରୀ ପୀୟୁଷ ଗୋଏଲ କିଛି ରାଜ୍ୟକୁ କେନ୍ଦ୍ରରେ ରଖି ଏକ ଟ୍ବିଟରେ କହିଛନ୍ତି, ଏହି ରାଜ୍ୟଦ୍ବାରା ନିଜ ଶ୍ରମିକମାନଙ୍କୁ ଆଣିବା ପାଇଁ ଟ୍ରେନ୍ ଦାବିକୁ ଅନୁମତି ଦିଆଯାଉ ନାହିଁ । ଏହି ଟ୍ବିଟ ପରଠାରୁ ରାଜନୈତିକ ମାହୋଲ ଗରମ ଥିବାବେଳେ ଗତ ଶୁକ୍ରବାର ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପିୟୁଷ ଗୋଏଲଙ୍କୁ ଏହାର ଯବାବ ଦେଇଛନ୍ତି ।

ହେମନ୍ତ ସୋରେନ ଟ୍ବିଟ୍ କରି ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ କହିଛନ୍ତି ଯେ, ସଠିକ୍ ସୂଚନା ଆପଣଙ୍କ ନିକଟରେ ପହଞ୍ଚି ନାହିଁ। ହେମନ୍ତ ସୋରେନ ଦାବି କରିଥିଲେ ଯେ ସେ ସବୁଠାରୁ ପ୍ରଥମ ଟ୍ରେନରେ ଶ୍ରମିକ ଆଣିବାକୁ ଦାବି କରିଥିଲେ।

ହେମନ୍ତ ସୋରେନ ରେଳମନ୍ତ୍ରୀଙ୍କୁ କହିଛନ୍ତି ଯେ, ମୁଁ ପୁଣିଥରେ ଆପଣଙ୍କୁ ଅନୁରୋଧ କରୁଛି ଯେ ଝାଡଖଣ୍ଡ ପାଇଁ ଅଧିକରୁ ଅଧିକ ଟ୍ରେନ୍ ଚଲାନ୍ତୁ। ବର୍ତ୍ତମାନ କେବଳ 4-6ଟି ଟ୍ରେନ୍ ପ୍ରତିଦିନ ଝାଡଖଣ୍ଡ ଆସୁଛି । ଯାହା ଝାଡଖଣ୍ଡର ପାଖାପାଖି 7 ଲକ୍ଷ ଶ୍ରମିକଙ୍କୁ ଶୀଘ୍ର ଫେରାଇ ଆଣିବା ପାଇଁ ପର୍ଯ୍ୟାପ୍ତ ନୁହେଁ । ଆଶା କରୁଛି ଆପଣ ଏହି ପ୍ରସଙ୍ଗରେ ଧ୍ୟାନ ଦେଇ ଝାଡଖଣ୍ଡବାସୀଙ୍କୁ ସାହାଯ୍ୟ କରିବେ ।

ପ୍ରକାଶ ଥାଉକି, ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଟ୍ୱିଟ୍ କରି ପୀୟୁଷ ଗୋୟଲଙ୍କ ଟ୍ବିଟକୁ ବିରୋଧ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.