ଲକ୍ଷ୍ନୌ: କୋରୋନା ଭାଇରସ ଦେଶରେ ଆତଙ୍କ ଖେଳାଇଛି । କୋରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ 21 ଦିନିଆ ଲକଡାଉନ ଜାରି ରହିଛି । ତେବେ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ଲକଡାଉନ ନିୟମ ଉଲଙ୍ଘନ ମାମଲା ରହିଛି । ୟୁପିରେ 9 ହଜାର 955ଟି ମାମଲା ପଞ୍ଜିକୃତ ହୋଇଛି । 11.36 ଲକ୍ଷ ମୋଟର ଗାଡି ଯାଞ୍ଚ କରାଯାଇଛି ।
ଏଥିସହିତ, ଲକଡାଉନର ସୁଯୋଗ ନେଇ ହୋର୍ଡିଂ ଏବଂ ବ୍ଲାକ୍ ମାର୍କେଟିଂ ମାମଲାରେ 203 ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ନିୟମ ଉଲ୍ଲଙ୍ଘନ କରିଥିବା ଗାଡିରୁ 4.72 କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏହାପୂର୍ବରୁ 2.45 ଲକ୍ଷ ଯାନବାହାନ ଚଳାଚଳ କରାଯାଇଥିଲା ଏବଂ 5324 ଟି ପ୍ରତିବନ୍ଧକ ଲଗାଇ ରାଜ୍ୟରେ 5365 ଟି ଯାନ ଯାଞ୍ଚ କରି 17 ହଜାର 244 ଟି ଗାଡି ଜବତ କରାଯାଇଥିଲା ।
ଏଡିଜି ଏଲଓ ପିବି ରାମଶାସ୍ତ୍ରୀଙ୍କ ଅନୁଯାୟୀ, ସମସ୍ତ ଜିଲ୍ଲାର ଅଧିକାରୀଙ୍କୁ ଲକଡାଉନ ନିୟମ ଉଲ୍ଲଙ୍ଘନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।