ETV Bharat / bharat

ଲକ୍ ଡାଉନ୍: ଛାତ୍ରଛାତ୍ରୀଙ୍କୁ ପଢାଇବ DAKSH-ଚ୍ୟାନେଲ 10 - ଶିକ୍ଷା ଯୋଗାଇବ DAKSH- ଚ୍ୟାନେଲ 10

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ DAKSH- ଚ୍ୟାନେଲ 10 ବିଷୟରେ ଟ୍ବିଟ୍ କରିଛି । ଏହି ଚ୍ୟାନେଲ ଦ୍ବାରା ସମସ୍ତ ସ୍ନାତକ ଓ ପିଜି ଛାତ୍ରଛାତ୍ରୀ ମାନଙ୍କୁ ଏହି ଚ୍ୟାନେଇ ଜରିଆରେ ବିଜ୍ଞାନ, ଭୌତିକ ବିଜ୍ଞାନ ଓ ରସାୟନିକ ବିଜ୍ଞାନ ବିଷୟରେ ଅଧ୍ୟୟନ କରିପାରିବେ । ଡିଡି ଫ୍ରି ଡିସ୍, ଜି ଡିସ୍ ଟିଭି, ଜିଓ ମୋବାଇଲ ଆପ୍ ଜରିଆରେ ମଧ୍ୟ ବିଷୟ ଗୁଡିକର ଅଧ୍ୟୟନ କରିପାରିବେ ।

MHRD DAKSH-Channel 10
DAKSH- ଚ୍ୟାନେଲ 10
author img

By

Published : Apr 5, 2020, 6:41 PM IST

ହାଇଦ୍ରାବାଦ: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ DAKSH- ଚ୍ୟାନେଲ 10 ବିଷୟରେ ଟ୍ବିଟ୍ କରିଛି । ଏହି ଚ୍ୟାନେଲ ଦ୍ବାରା ସମସ୍ତ ସ୍ନାତକ ଓ ପିଜି ଛାତ୍ରଛାତ୍ରୀ ମାନଙ୍କୁ ଏହି ଚ୍ୟାନେଇ ଜରିଆରେ ବିଜ୍ଞାନ, ଭୌତିକ ବିଜ୍ଞାନ ଓ ରସାୟନିକ ବିଜ୍ଞାନ ବିଷୟରେ ଅଧ୍ୟୟନ କରିପାରିବେ । ଡିଡି ଫ୍ରି ଡିସ୍, ଜି ଡିସ୍ ଟିଭି, ଜିଓ ମୋବାଇଲ ଆପ୍ ଜରିଆରେ ମଧ୍ୟ ବିଷୟ ଗୁଡିକର ଅଧ୍ୟୟନ କରିପାରିବେ ।

DAKSH- ଚ୍ୟାନେଲ 10

SWAYAM Prabha DTH ଚ୍ୟାନେଲ ନମ୍ବର - 10 ଆପ୍ଲାଏଡ୍ ସାଇନ୍ସ କ୍ଷେତ୍ରରେ ଉଚ୍ଚ ଗୁଣାତ୍ମକ ଶିକ୍ଷା ଭିତ୍ତିକ ଭିଡିଓ ବିଷୟବସ୍ତୁ ପ୍ରସାରଣ କରୁଛି । ଏହା କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ଆପ୍ଲାଏଡ୍ ଇଲେକ୍ଟ୍ରୋନିକ୍ସ, ଖାଦ୍ୟ ପ୍ରଯୁକ୍ତିବିଦ୍ୟା, କୃଷି, ଶିଳ୍ପ ରସାୟନ ଏବଂ ବି ଆର୍କ ଇତ୍ୟାଦି କ୍ଷେତ୍ରରେ ବିଶେଷ ଭାବରେ ସ୍ନାତକୋତ୍ତର ଶିକ୍ଷା ଛାତ୍ରମାନଙ୍କ ନିକଟରେ ପହଞ୍ଚାଉଛି। ଟେକନୋଲୋଜିର ଏହି ଭିଜୁଆଲ୍ ମୋଡ୍ ରେ ଛାତ୍ରମାନେ ଜ୍ଞାନ ଶିଖିପାରିବେ ଏବଂ ଏହାକୁ ଅନୁଭବ ମଧ୍ୟ କରିପାରିବେ ।

  • DAKSH-Channel 10 is for all UG & PG students studying Applied Sciences, Allied Physical & Chemical Sciences. Learn these subjects on DD Free Dish, Zee Dish TV, or Jio Mobile TV App. https://t.co/ntpgh8x38d

    Students, we hope you are devoting your time in #lockdown to studying! pic.twitter.com/L414Yk0Qqb

    — Ministry of HRD (@HRDMinistry) April 4, 2020 " class="align-text-top noRightClick twitterSection" data=" ">

SWAYAM PRABHA ହେଉଛି 32 DTH ଚ୍ୟାନେଲର ଏକ ଗୋଷ୍ଠୀ ଯାହା, GSAT-15 ଉପଗ୍ରହ ବ୍ୟବହାର କରି 24X7 ଆଧାରରେ ଗୁଣାତ୍ମକ ଶିକ୍ଷାଗତ ପ୍ରୋଗ୍ରାମର ଟେଲି ପ୍ରସାରଣ ପାଇଁ ଉତ୍ସର୍ଗୀକୃତ । ପ୍ରତ୍ୟେକ ଦିନ ଅତି କମରେ 4 ଘଣ୍ଟା ପାଇଁ ନୂତନ ବିଷୟବସ୍ତୁ ରହିବ ଯାହା ଦିନରେ 5 ଥର ପୁନରାବୃତ୍ତି ହେବ । ଏହା ଛାତ୍ରମାନଙ୍କୁ ସେମାନଙ୍କ ସୁବିଧା ସମୟ ବାଛିବା ପାଇଁ ଅନୁମତି ଦେବ । ଚ୍ୟାନେଲଗୁଡିକ BISAG, ଗାନ୍ଧିନଗରରୁ ଲିଙ୍କ୍ ହୋଇଛି । ବିଷୟବସ୍ତୁଗୁଡିକ NPTEL, IITs, UGC, CEC, IGNOU, NCERT ଏବଂ NIOS ଦ୍ବାରା ପ୍ରଦାନ କରାଯାଇଛି । ତେବେ INFLIBNET କେନ୍ଦ୍ର ୱେବ୍ ପୋର୍ଟାଲ୍ ପରିଚାଳନା କରେ ।

SWAYAM PRABHAର ଉଦ୍ଦେଶ୍ୟ-

ଉଚ୍ଚଶିକ୍ଷା: ସ୍ନାତକୋତ୍ତର ସ୍ତରରେ ପାଠ୍ୟକ୍ରମ ଆଧାରିତ ବିଷୟବସ୍ତୁ ଯଥା କଳା, ବିଜ୍ଞାନ, ବାଣିଜ୍ୟ, ପ୍ରଦର୍ଶନ କଳା, ସାମାଜିକ ବିଜ୍ଞାନ ଏବଂ ମାନବିକତା, ପ୍ରଯୁକ୍ତିବିଦ୍ୟା, ଆଇନ, ଔଷଧ, କୃଷି ଇତ୍ୟାଦି ବିଭିନ୍ନ ପାଠ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯାଇଛି । SWAYAM ମାଧ୍ୟମରେ ସେମାନଙ୍କର ସାର୍ଟିଫିକେଟ୍ ମଧ୍ୟ ଦିଆଯାଇଥାଏ ।

ବିଦ୍ୟାଳୟ ଶିକ୍ଷା : ଶିକ୍ଷକଙ୍କୁ ତାଲିମ୍ ଦେବା । ଏହସହ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠ୍ୟସାମଗ୍ରୀ ଯୋଗାଇବା । ବିଷୟକୁ ଭଲସେ ବୁଝାଇବା । ବୃତ୍ତିଗତ ଡିଗ୍ରୀ ପାଇଁ ପ୍ରସ୍ତୁତ କରିବା । ପାଠ୍ୟକ୍ରମ ଭିତ୍ତିକ ଶିକ୍ଷା, ଯାହା ଭାରତ ତଥା ବିଦେଶରେ ଭାରତୀୟ ଶିକ୍ଷାର୍ଥୀଙ୍କର ଆବଶ୍ୟକତା ପୂରଣ କରିପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.