ETV Bharat / bharat

ଲକଡାଉନ୍ ରିଟର୍ଣ୍ଣ: ପଶ୍ଚିମବଙ୍ଗରେ 3, ଭୋପାଳରେ 10, ମଣିପୁରରେ 14 ଦିନ ବନ୍ଦ ଘୋଷଣା - ମଣିପୁରରେ 14 ଦିନ ବନ୍ଦ ଘୋଷଣା

ଚଳିତ ମାସରେ ପଶ୍ଚିମବଙ୍ଗରେ 3 ଦିନିଆ ଲକଡାଉନ୍ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ମଧ୍ୟ 10 ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି।

ଲକଡାଉନ୍ ରିଟର୍ଣ୍ଣ
ଲକଡାଉନ୍ ରିଟର୍ଣ୍ଣ
author img

By

Published : Jul 23, 2020, 1:57 PM IST

ନୂଆଦିଲ୍ଲୀ: ଚଳିତ ମାସରେ ପଶ୍ଚିମବଙ୍ଗରେ 3 ଦିନିଆ ଲକଡାଉନ୍ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ 3 ଦିନିଆ ବନ୍ଦ ଡାକରା ଦେଇଛନ୍ତି। ମମତା ବାନାର୍ଜୀ ଗୁରୁବାର, ଶନିବାର ଓ ବୁଧବାର ଅର୍ଥାତ୍ 23, 25 ଓ 29 ଜୁଲାଇରେ ଲକଡାଉନ୍ ଘୋଷଣା କରିଛନ୍ତି କିନ୍ତୁ ଶୁକ୍ରବାର ଦିନକୁ ଛାଡ ଦିଆଯାଇଛି । ଏହି କାରଣରୁ ପଶ୍ଚିମବଙ୍ଗରେ ରାଜନୀତି ମଧ୍ୟ ତୀବ୍ର ହୋଇଛି। ଶୁକ୍ରବାର କାହିଁକି ଲକଡାଉନକୁ କୋହଳ କରାଯାଇଛି, ସେ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

ସୂଚନାନୁସାରେ, ଶୁକ୍ରବାର ଓ ରବିବାର ବହୁ ସଂଖ୍ୟକ ଲୋକ ବାହାରକୁ ଯିବାକୁ ଅଟକାଇବା ଓ ସପ୍ତାହରେ 4ଟି କାର୍ଯ୍ୟ ଦିବସ ସୁନିଶ୍ଚିତ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ପଶ୍ଚିମବଙ୍ଗ ସରକାର କହିଛନ୍ତି ଯେ ରାଜ୍ୟରେ ଗୁରୁବାର ଓ ଶନିବାର ଲକଡାଉନ୍ ବେଳେ ସମସ୍ତ ସର୍ବସାଧାରଣ ସ୍ଥାନକୁ ପରିମଳ କରାଯିବ।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କୋରୋନା ମାମଲା ମଧ୍ୟ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ 10 ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି। ଏହି ଲକଡାଉନ୍ 24 ଜୁଲାଇ ସନ୍ଧ୍ୟା ଠାରୁ ଆରମ୍ଭ ହୋଇ 3 ଅଗଷ୍ଟ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟ ମଧ୍ୟରେ ଭୋପାଳରେ ଚିକିତ୍ସା ସେବା, ସରକାରୀ ରାସନ ଦୋକାନ ଖୋଲା ରହିବ । ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ସେବା ମଧ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହି ଲକଡାଉନ୍ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭୋପାଳରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ୍ ପକାଇବାକୁ ନିଷ୍ପତ୍ତି ନେଇଛନ୍ତି। ଭୋପାଳରେ ଯିବାଆସିବା ପାଇଁ ପ୍ରଶାସନ ଏକ ଇ-ପାସ୍ ଜାରି କରିବେ।

ମଣିପୁରରେ କୋରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଗୁରୁବାର ଅପରାହ୍ନ 2 ଟାରୁ 14 ଦିନ ପାଇଁ କର୍ଫ୍ୟୁ ଭଳି ପ୍ରତିବନ୍ଧକ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂ ବୁଧବାର ଏହା ଘୋଷଣା କରିଛନ୍ତି। ଜରୁରୀକାଳୀନ କ୍ୟାବିନେଟ ବୈଠକରେ ଏହି ପ୍ରତିବନ୍ଧକ ନିଷ୍ପତ୍ତି ନିଆଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.