ETV Bharat / bharat

କୋରୋନା ସତର୍କତା: ଦେଶର 75 ଜିଲ୍ଲା ମାର୍ଚ୍ଚ 31 ଯାଏଁ ଲକ୍‌ଡାଉନ୍‌

author img

By

Published : Mar 23, 2020, 8:01 AM IST

ଭାରତରେ ଧିରେ ଧିରେ ବଢୁଥିବା କୋରୋନା ଚେନ୍‌କୁ ରୋକିବା ଲାଗି 22 ରାଜ୍ୟର 75 ଜିଲ୍ଲାକୁ ଲକ୍‌ଡାଉନ୍‌ କରାଯାଇଛି । ଏହି ଲକଡାଉନ ମାର୍ଚ୍ଚ 31 ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି ।

corona update
କୋରୋନା ସତର୍କତା: ଦେଶର 75 ଜିଲ୍ଲା ମାର୍ଚ୍ଚ 31 ଯାଏଁ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଭାରତରେ ଧିରେ ଧିରେ ବଢୁଥିବା କୋରୋନା ଚେନ୍‌କୁ ରୋକିବା ଲାଗି 22 ରାଜ୍ୟର 75 ଜିଲ୍ଲାକୁ ଲକ୍‌ଡାଉନ୍‌ କରାଯାଇଛି । ଏହି ଲକଡାଉନ ମାର୍ଚ୍ଚ 31 ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି । ଏହାସହ ଦରକାର ପଡିଲେ ଅନ୍ୟ ଜିଲ୍ଲାକୁ ମଧ୍ୟ ଲକ୍‌ଡାଉନ୍‌ କରାଯାଇପାରେ ବୋଲି କୁହାଯାଇଛି ।

କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୁପ୍ତା, ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁ ଜିଲ୍ଲାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତଥା ଯେଉଁ ଜିଲ୍ଲାରେ ଅଧିକ ସନ୍ଦିଗ୍ଧ ସେହି ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି । ଲକ୍‌ଡାଉନ୍‌ରୁ ମେଡିକାଲ, ଅଗ୍ନିଶମ ତଥା କିଛି ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି ।

ସେହିପରି 31 ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ରେଳ ସେବା ଓ ମେଟ୍ରୋ ସେବାକୁ ବାତିଲ କରିଦିଆଯାଇଛି । ତେବେ ଏହି ଲକ୍‌ଡାଉନ୍‌ ହରିୟାଣା, ହିମାଚଳପ୍ରଦେଶ, ଜମ୍ମୁକଶ୍ମୀର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଗୋଆ, ଝାଡଖଣ୍ଡ, ଆସାମ, ବିହାର, ମହାରାଷ୍ଟ୍ର, ପଞ୍ଜାବ ଓ ଓଡିଶାରେ ହୋଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.