ETV Bharat / bharat

କାହିଁକି ବଢିଥାଏ ମାନସିକ ଚାପ: ଜାଣନ୍ତୁ କାରଣ, ନିବାରଣ

author img

By

Published : Jun 16, 2020, 7:58 PM IST

କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ଅଧ୍ୟୟନରୁ ଜଣାପଡିଛି ଯେ ତାଲାବନ୍ଦ କାରଣରୁ କିଶୋରମାନଙ୍କ ମଧ୍ୟରେ ମାନସିକ ଚାପ ଭଳି ସମସ୍ୟା ଅଧିକ ଦେଖାଦେଇଛି । ଏହି ଗବେଷଣା ମଧ୍ୟ ସତର୍କ କରାଇ ଦେଇଛି ଯେ ଦୀର୍ଘ ସମୟ ଧରି ନିଜକୁ ବନ୍ଦ କରି ରଖିବା ଦ୍ବାରା ମାନସିକ ସମସ୍ୟା ବଢିବାର ଆଶଙ୍କା ରହିଛି । ଅଧିକ ପଢନ୍ତୁ....

କାହିଁକି ବଢିଥାଏ ମାନସିକ ଚାପ: ଜାଣନ୍ତୁ କାରଣ, ନିବାରଣ
କାହିଁକି ବଢିଥାଏ ମାନସିକ ଚାପ: ଜାଣନ୍ତୁ କାରଣ, ନିବାରଣ

ହାଇଦ୍ରାବାଦ: ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉବାରେ ଲାଗିଛି । ଯାହାକୁ ନେଇ ସାରା ଦେଶକୁ ଲକଡାଉନ କରାଯାଇଥିଲା । ଧିରେଧିରେ ଅନେକ ସ୍ଥାନରେ ଏହି ନିୟମକୁ କୋହଳ କରାଯାଇଛି । ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଏହି ଲକଡାଉନ୍ ସମସ୍ତଙ୍କ ଉପରେ ପ୍ରଭାବ ପକାଇଛି । ନିକଟରେ ହୋଇଥିବା ଏକ ଗବେଷଣା ଅନୁଯାୟୀ, ଯୁବକ ଏହି ଲକଡାଉନରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ଏହାସହ ଏହି ଗବେଷଣାରେ ଦାବି କରାଯାଇଛି ଯେ ଲକଡାଉନ କାରଣରୁ କିଶୋରମାନଙ୍କ ମଧ୍ୟରେ ମାତ୍ରାଧିକ ମାନସିକ ଚାପ ସୃଷ୍ଟି ହୋଇଛି ।

କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ଅଧ୍ୟୟନରୁ ଜଣାପଡିଛି ଯେ ତାଲାବନ୍ଦ କାରଣରୁ କିଶୋରମାନଙ୍କ ମଧ୍ୟରେ ମାନସିକ ଚାପ ଭଳି ସମସ୍ୟା ଅଧିକ ଦେଖାଦେଇଛି । ଏହି ଗବେଷଣା ମଧ୍ୟ ସତର୍କ କରାଇ ଦେଇଛି ଯେ ଦୀର୍ଘ ସମୟ ଧରି ନିଜକୁ ବନ୍ଦ କରି ରଖିବା ଦ୍ବାରା ମାନସିକ ସମସ୍ୟା ବଢିବାର ଆଶଙ୍କା ରହିଛି ।

ମାନସିକ ସମସ୍ୟା ବଢିବାର କାରଣ

କିଶୋରଙ୍କ ମଧ୍ୟରେ ମାନସିକ ସମସ୍ୟା ବୃଦ୍ଧି ହେବାର ଅନେକ କାରଣ ରହିଛି । ଆସନ୍ତୁ ଜାଣିବା ଲକଡାଉନରେ କିଶୋରଙ୍କ ମଧ୍ୟରେ ମାନସିକ ସମସ୍ୟା ବଢିବାର କାରଣ କଣ ...

ଏହି ଅନୁସନ୍ଧାନରେ କୁହାଯାଇଛି ଯେ କିଶୋରମାନଙ୍କ ମଧ୍ୟରେ ମାନସିକ ସମସ୍ୟା ବୃଦ୍ଧି ହେବାର ସବୁଠାରୁ ବଡ କାରଣ ହେଉଛି ସାମାଜିକ ଦୂରତ୍ବ । ଲକଡାଉନ ଯୋଗୁଁ ସମସ୍ତେ ନିଜ ଘରେବନ୍ଦ ହୋଇ ରହିଛନ୍ତି । ଯେଉଁ କାରଣରୁ କାହାସହ ଦେଖା କରିବା ସମ୍ଭବ ନୁହେଁ । ଗବେଷକମାନଙ୍କ ସୂଚନା ଅନୁଯାୟୀ, କିଶୋର ବୟସରେ ସାମାଜିକ କାର୍ଯ୍ୟକଳାପ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ଡାକ୍ତରଙ୍କ କହିବା ଅନୁଯାୟୀ, ଲୋକଙ୍କ ସହ ମିଶିବା ଏହି ବୟସରେ ନିଜର ଭାବନା ପ୍ରକାଶ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହାଦ୍ବାରା ମାନସିକ ଚିନ୍ତାଗ୍ରସ୍ତ ହେବାର ଆଶଙ୍କା କମ୍ ଥାଏ ।

ଲକଡାଉନ କାରଣରୁ ସ୍କୁଲ ଓ କଲେଜ ବନ୍ଦ ରହିଛି । ସ୍କୁଲ, କଲେଜ ବନ୍ଦ ହେବାଦ୍ବାରା ମଧ୍ୟ ମାନସିକ ଚାପ ବଢିଥାଏ । ଏକ ରିପୋର୍ଟ ଅନୁଯାୟୀ, ଏହି ବୟସରେ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିଥାଏ ଏବଂ ଏହି ସମୟରେ ଘରେ ବନ୍ଦ ହୋଇ ରହିବା ଦ୍ବାରା ମନରେ ଭୁଲ ଚିନ୍ତାଧାରା ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି । ଯାହା ମାନସିକ ଚାପ ଭଳି ସମସ୍ୟା ସୃଷ୍ଟି କରିପାରେ |

ସାଙ୍ଗମାନଙ୍କ ସହିତ ସମ୍ପର୍କରେ ରୁହନ୍ତୁ

ଲକଡାଉନରେ ସାଙ୍ଗଙ୍କ ସହ ଭେଟିବା ବନ୍ଦ ହୋଇଯାଇଛି । ତେଣୁ ଆପଣ ସୋସିଆଲ ମିଡିଆ, ଭିଡିଓ ଚାଟ୍ ମାଧ୍ୟମରେ ସାଙ୍ଗମାନଙ୍କ ସହିତ କଥା ହୋଇପାରିବେ ।

ଫୋନ୍ ମାଧ୍ୟମରେ ସାଙ୍ଗମାନଙ୍କ ସହିତ ଯୋଗାଯୋଗ କରନ୍ତୁ | ଏପରି କରିବା ଦ୍ବାରା ମାନସିକ ଚାପ ସୃଷ୍ଟି ହେବ ନାହିଁ | କିଶୋର ଅବସ୍ଥାରେ ବ୍ୟକ୍ତି କେବଳ ନିଜ ସାଙ୍ଗମାନଙ୍କ ସହିତ ନିଜ ଭାବନା ସେୟାର କରିବାକୁ ପସନ୍ଦ କରିଥାଆନ୍ତି । ଏକ ଅଧ୍ୟୟନ ଅନୁଯାୟୀ, ସାଙ୍ଗମାନଙ୍କ ସହିତ ସବୁ କଥା ସେୟାର କରିବା ମସ୍ତିଷ୍କ ପାଇଁ ଭଲ ହୋଇଥାଏ ।

ଘର କାମରେ ସାହାଯ୍ୟ କରନ୍ତୁ

ଭାରତ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଶିକ୍ଷାନୁଷ୍ଠାନ 15 ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହାର ଅର୍ଥ ଆପଣଙ୍କୁ ଆହୁରି କିଛି ସମୟ ଘରେ ରହିବାକୁ ପଡିବ । ଏହି ସମୟରେ ମାନସିକ ଚାପରୁ ରକ୍ଷା ପାଇବା ପାଇଁ ନିଜକୁ ବ୍ୟସ୍ତ ରଖିବା ଭଲ ହିଁ ସବୁଠାରୁ ଭଲ ଉପାୟ ।

ଆପଣ ନିଜ ପିତାମାତାଙ୍କୁ ଘର କାମରେ ସାହାଯ୍ୟ କରିପାରିବେ । ଏହା କରିବା ଦ୍ବାରା ଆପଣଙ୍କୁ ଭଲ ଲାଗିବା ସହ ପିତାମାତାଙ୍କୁ ମଧ୍ୟ ସାହାଯ୍ୟ ମିଳିବ ।

ବହି ପଢନ୍ତୁ

ଗୋଟିଏ ବହି 100ଟି ବନ୍ଧୁ ସହ ସମାନ । ତେଣୁ ପୁସ୍ତକକୁ ବ୍ୟକ୍ତିର ସର୍ବୋତ୍ତମ ବନ୍ଧୁ ବୋଲି କୁହାଯାଇଥାଏ । ଏହି ସମୟରେ ଆପଣଙ୍କ ନିଜ ପସନ୍ଦ ଅନୁଯାୟୀ ବହି ପଢନ୍ତୁ । ବର୍ତ୍ତମାନ ଆପଣ ଅନଲାଇନରେ ଅନେକ ବହି ଖୁବ୍ ସହଜରେ ପାଇ ପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.