ETV Bharat / bharat

ଆଉ ମାସେ ତାମିଲନାଡୁରେ ତାଲାବନ୍ଦ

author img

By

Published : Aug 30, 2020, 9:20 PM IST

ତାମିଲନାଡୁରେ 30 ସେପ୍ଟେମ୍ବର ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଛି । ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଇଦାପଦୀ ପଲାନିସ୍ବାମୀ । ଅଧିକ ପଢନ୍ତୁ...

ଆଉ ମାସେ ତାମିଲନାଡୁରେ ତାଲାବନ୍ଦ, ସିଏମ ପଲାନିସ୍ବାମୀଙ୍କ ବଡ ଘୋଷଣା

ଚେନ୍ନାଇ: ସାରା ଦେଶରେ ବଢି ଚାଲିଛି ମହାମାରୀ କୋରୋନାର ସଂକ୍ରମଣ । କେନ୍ଦ୍ର ସରକାର କୋଭିଡ ନିୟମକୁ କୋହଳ କରିଥିଲେ ମଧ୍ୟ କିଛି ରାଜ୍ୟ ସରକାର ନିୟମକୁ କେତେକାଂଶରେ ବଳବତ୍ତର ରଖିଛନ୍ତି । ଏହି କ୍ରମରେ ତାମିଲନାଡୁରେ 30 ସେପ୍ଟେମ୍ବର ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଛି।

ତାମିଲନାଡୁରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଲକଡାଉନ 30 ସେପ୍ଟମ୍ବର ଯାଏଁ ବୃଦ୍ଧି କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଇଦାପଦୀ ପଲାନିସ୍ବାମୀ । ଏହା ସହ ସେ କହିଛନ୍ତି ଯେ ସେପ୍ଟେମ୍ବରରେ ରବିବାର ଦିନ ସମ୍ପୂର୍ଣ୍ଣ ଲକଡାଉନ ରହିବ ନାହିଁ । ଅନ୍ୟପକ୍ଷେ ଆନ୍ତଃ ଜିଲ୍ଲା ଭ୍ରମଣ ପାଇଁ ଇ-ପାସ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି | ସମସ୍ତ ଧାର୍ମିକ ଅନୁଷ୍ଠାନ, ହୋଟେଲ ଏବଂ ରିସର୍ଟ ଖୋଲିବାକୁ ଅନୁମତି ଦିଆଯାଇଛି |

ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ତାମିଲନାଡୁରେ କୋରୋନା ପଜିଟିଭ ମାମଲା 4.22 ଲକ୍ଷକୁ ବୃଦ୍ଧି ପାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 6495ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 94 ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା 52 ହଜାର 721 ରହିଛି। ଅନ୍ୟପକ୍ଷେ ଏବେସୁଦ୍ଧା 3 ଲକ୍ଷ 62 ହଜାର 133 ଲୋକ ସୁସ୍ଥ ହୋଇସାରିଲେଣି। ସେହିପରି ରାଜ୍ୟରେ କୋରୋନା ଯୋଗୁଁ ମୋଟ 7231 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.