ବେଙ୍ଗାଲୁରୁ: ମହାମାରୀ କୋରୋନା ଲକଡାଉନ ସମୟରେ ସମାଜ ପାଇଁ ପାର୍କ ତିଆରି କଲେ ଶିକ୍ଷକ । ତାହା ପୁଣି ଆବର୍ଜନାକୁ ଏକାଠି କରି । ଏହି ପାର୍କ ନିର୍ମାଣ କରିଛନ୍ତି କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ଚିକ୍କାକୁଲୁଥୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସତୀଶ ।
ଲକଡାଉନରେ ଘରର ଚାରି କାନ୍ଥ ମଧ୍ୟରେ ଅନେକ ସମୟ ରହି ବିରକ୍ତ ହୋଇଯାଉଥିଲେ ସେ । ତେଣୁ କିଛି କରିବା ପାଇଁ ଚିନ୍ତା କରିଥିଲେ । କିଛି ୱେଷ୍ଟ ମ୍ୟାଟେରିଆଲ ନେଇ ଏକ ଛୋଟ ଉଦ୍ୟାନ ନିର୍ମାଣ କଲେ। ସୃଜନଶୀଳ ଉଦ୍ୟାନରେ ପକ୍ଷୀମାନଙ୍କ ପାଇଁ ଏକ ଛୋଟ ଜଳପ୍ରପାତ, ପୁଷ୍କରିଣୀ ରହିଛି । ଜଳପ୍ରପାତଗୁଡ଼ିକ ଉପରେ ସିମେଣ୍ଟ ଲଗାଇ କାଦୁଅ ଉପରେ ନିର୍ମାଣ କରାଯାଇଛି । ପୁଷ୍କରିଣୀ ଉପରେ ନାଇଲନ ସୂତା ବ୍ୟବହାର କରି ଏକ ସେତୁ ମଧ୍ୟ ତିଆରି କରି ଉଦ୍ୟାନକୁ ଅଭିନବ ରୂପ ଦେଇଛନ୍ତି ସେ ।
ମୁଁ କୃଷି ଉଦ୍ଦେଶ୍ୟରେ ଏକ ଛୋଟ ପୁଷ୍କରିଣୀ ନିର୍ମାଣ କରିଛି । ବାଉଁଶ ବ୍ୟବହାର କରି 20 ଫୁଟ ଗର୍ତ୍ତ ମଧ୍ୟ ଖୋଳାଯାଇଛି ବୋଲି କହିଛନ୍ତି ସତୀଶ । "ମୁଁ ଜୈବିକ ଚାଷ ପ୍ରତି ଆଗ୍ରହୀ, ଯାହା ମୋତେ ଏହି ଛୋଟ ବଗିଚା ନିର୍ମାଣ କରିବାକୁ ପ୍ରେରିତ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ