ETV Bharat / bharat

ଲକଡାଉନ 4.0: ଟ୍ରାଫିକ ଆଡଭାଇଜରୀ ଜାରି କଲା ଦିଲ୍ଲୀ ପୋଲିସ - traffic advisory

ଦିଲ୍ଲୀ ପୋଲିସ କହିଛି ଯେ, ଆପଣ ଜାଣନ୍ତି ଯେ ଉତ୍ତରପ୍ରଦେଶ ପୋଲିସ କେବଳ ଦିଲ୍ଲୀରୁ ସେହି ଲୋକଙ୍କୁ ନୋଏଡା ଯିବାକୁ ଅନୁମତି ଦେଉଛି ଯେଉଁମାନଙ୍କର ନୋଏଡାର ଡିଏମ ଦ୍ୱାରା ଦିଆଯାଇଥିବା ପାସ ଅଛି। ଅଧିକ ପଢନ୍ତୁ...

ଲକଡାଉନ 4.0: ଟ୍ରାଫିକ ଆଡଭାଇଜରୀ ଜାରି କଲା ଦିଲ୍ଲୀ ପୋଲିସ

author img

By

Published : May 19, 2020, 1:20 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ କାରଣରୁ, ମେ 31 ପର୍ଯ୍ୟନ୍ତ ସାରା ଦେଶରେ 4ର୍ଥ ପର୍ଯ୍ୟାୟ ଲକଡାଉନ ଜାରି ହୋଇଛି । ଲକଡାଉନ 4.0ରେ ପୂର୍ବ ଅପେକ୍ଷା କିଛି ସୁବିଧା ରହିଛି । ଏହା ସତ୍ତ୍ବେ ଅନେକ କ୍ଷେତ୍ରରେ ପୋଲିସ କଡାକାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ସେପଟେ ଦିଲ୍ଲୀ ପୋଲିସ ଟ୍ବିଟ୍ କରି ଟ୍ରାଫିକ କୁ ନେଇ ଏକ ଆଡଭାଇଜରି ଜାରି କରିଛି । ଏଥିରେ ଦିଲ୍ଲୀ ପୋଲିସ କହିଛି ଯେ, ଆପଣ ଜାଣନ୍ତି ଯେ ଉତ୍ତରପ୍ରଦେଶ ପୋଲିସ କେବଳ ଦିଲ୍ଲୀରୁ ସେହି ଲୋକଙ୍କୁ ନୋଏଡା ଯିବାକୁ ଅନୁମତି ଦେଉଛି ଯେଉଁମାନଙ୍କର ନୋଏଡାର ଡିଏମଙ୍କ ଦ୍ୱାରା ଦିଆଯାଇଥିବା ପାସ ଅଛି। ଦିଲ୍ଲୀ ପୋଲିସ ଆହୁରି ମଧ୍ୟ କହିଛି ଯେ, ଏଭଳି ପରିସ୍ଥିତିରେ କାଲିନ୍ଦି କୁଞ୍ଜ ବ୍ୟାରେଜ ଫ୍ଲାଏଓଭର ଏବଂ ଡିଏନଡି ଫ୍ଲାଏଓଭର ଦେଇ ନୋଏଡା ଯାଉଥିବା ଲୋକମାନେ ଏହାକୁ ଦୃଷ୍ଟିରେ ରଖି ଯାତ୍ରା ଯୋଜନା କରିବା ଉଚିତ।

ବାସ୍ତବରେ, ଲକଡାଉନ 4.0ରେ ଏହି କୋହଳ ପାଇବା ପରେ ସୋମବାର ଦିଲ୍ଲୀକୁ ନୋଏଡା ସହିତ ସଂଯୋଗ କରୁଥିବା କାଲିନ୍ଦି କୁଞ୍ଜ ରାସ୍ତା ଏବଂ ବ୍ରିଜରେ ବହୁ ଟ୍ରାଫିକ ଜାମ ହୋଇଥିଲା। ଅନେକ ଦୂର ଯାଏଁ ଲମ୍ବା ଲାଇନ ଲାଗିଥିଲା । ଯେଉଁଥିରେ କାର ଚାଳକଙ୍କ ସହିତ ବହୁ ସଂଖ୍ୟକ ବାଇକ ଚାଳକ ମଧ୍ୟ ଥିଲେ ।

ୟୁପି ପୋଲିସ ସୀମାନ୍ତରେ ଦକ୍ଷିଣ ଦିଲ୍ଲୀ ଏବଂ ଫରିଦାବାଦରୁ ନୋଏଡାକୁ ଆସୁଥିବା ଲୋକଙ୍କୁ ଅଟକାଇଥିଲା। ପୋଲିସ କହିଛି ଯେ, ପୂର୍ବ ନିୟମ ଏବେ ମଧ୍ୟ ବଳବତ୍ତର ରହିଛି। ଯେଉଁମାନଙ୍କ ପାଖରେ ଜରୁରୀ ପାସ ରହିଛି, ସେମାନଙ୍କୁ ଯିବାକୁ ଦିଆଯାଉଛି । ତେବେ 2 ମାସ ପରେ ରାସ୍ତାରେ ଏତେ ସଂଖ୍ୟକ ଗାଡି ଚଳାଚଳ କରୁଛି । ଅଧିକାଂଶ ଲୋକ କିଛି କାମ ପାଇଁ ଘରୁ ବାହାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.