ETV Bharat / bharat

ଆଜିଠୁ ଆରମ୍ଭ ହେଲା ଲକଡାଉନ 3.0, ଜାଣନ୍ତୁ କ'ଣ ଖୋଲା ରହିବ

author img

By

Published : May 4, 2020, 9:24 AM IST

ଆଜି ଠୁ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ତାଲାବନ୍ଦ। ହେଲେ ପୂର୍ବ ପରି କଟକଣାରେ କିଛି ମାତ୍ରାରେ କୋହଳ କରାଯିବ। ଏହା ସହ କଣ୍ଟେନମେଣ୍ଟ ଜୋନରେ ପୂର୍ବ କଟକଣା ସେହିପରି ବଳବତ୍ତର ରହିବ।

Lockdown 3.0
ଆଜିଠୁ ଆରମ୍ଭ ହେଲା ଲକଡାଉନ 3.0, ଜାଣନ୍ତୁ କ'ଣ ଖୋଲା ରହିବ

ନୂଆଦିଲ୍ଲୀ: ଲକଡାଉନ ପାଇଁ ବିଶ୍ବବ୍ୟାପି କ୍ଷତି ସହୁଛି। ହେଲେ କୋରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହାକୁ ବଳବତ୍ତର ରଖିବାକୁ ହେବ। ବର୍ତ୍ତମାନ ସୁଦ୍ଧା 2 ଟି ପର୍ଯ୍ୟାୟ ଲକଡାଉନ ଅବଧି ଶେଷ ହୋଇଥିବା ବେଳେ ଆଜି ଠୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ତାଲାବନ୍ଦ। ପୂର୍ବ ପରି କଡା କଟକଣା ନରଖି କିଛି ମାତ୍ରାରେ କୋହଳ କରାଯିବ। କିନ୍ତୁ କଣ୍ଟେନମେଣ୍ଟ ଜୋନରେ ପୂର୍ବ କଟକଣା ସେହିପରି ବଳବତ୍ତର ରହିବ।

କୋରୋନା ବିସ୍ତାରକୁ ଦୃଷ୍ଟିରେ ଦେଶକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି। ତାହା ହେଲା ଗ୍ରୀନ,ରେଡ୍ ଓ ଅରେଞ୍ଜ। ତେବେ ଗ୍ରୀନ ଜୋନରେ ସବୁ କଟକଣା କୋହଳ କରାଯିବା ସହ ସାମାଜିର ଦୁରତ୍ବ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅରେଞ୍ଜରେ ସେହିପରି ବିଭିନ୍ନ କଟକଣାକୁ କୋହଳ କରାଯାଇଛି। କଣ୍ଟେନମେଣ୍ଟ ଜୋନରେ ଦୋକାନ ବଜାର ବନ୍ଦ ରହିବା ସହ ସାମାଜିକ ଦୁରତ୍ବ ରକ୍ଷା କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏସବୁ ଭିତରେ ରେଡ୍ ଜୋନରେ ସମସ୍ତ କଟକଣା ପୂର୍ବପରି ବଳବତ୍ତର ରହିଛି।

ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, 3ଟି ଜୋନକୁ ଛାଡି ବିମାନ, ରେଳ, ମେଟ୍ରୋ ଯାତ୍ରା, ସଡକ ଦ୍ୱାରା ଆନ୍ତଃ ରାଜ୍ୟ ପରିବହନ ବନ୍ଦ ରହିବ। ସେହିପରି ବିଦ୍ୟାଳୟ, କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ,ହୋଟେଲ ଏବଂ ରେଷ୍ଟୁରାଣ୍ଟ ମଧ୍ୟ ବନ୍ଦ ରହିବ।

ଏହି ସମସ୍ତ ଜୋନ୍ ଗୁଡିକରେ ଅଣ-ଅତ୍ୟାବଶ୍ୟକ କାର୍ଯ୍ୟକଳାପ ପାଇଁ ବ୍ୟକ୍ତିବିଶେଷଙ୍କକୁ ସକାଳ 7 ରୁ ସନ୍ଧ୍ୟା 7 ଟା ମଧ୍ୟରେ କଟକଣା କୋହଳ ରହିବ। ମଲ ବନ୍ଦ ରହିଥିବା ବେଳେ ସମସ୍ତ ଜୋନରେ ମଦ ବିକ୍ରିକୁ ଅନୁମତି ଦିଆଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.