ହାଇଦ୍ରାବାଦ: କାଚ୍ଚିଗୁ଼ଡା ରେଲୱେ ଷ୍ଟେସନରେ MMTS ଓ କରନୁଲ ଇଣ୍ଟରସିଟି ଏକ୍ସପ୍ରେସ ମୁହାଁମୁହିଁ ଧକ୍କା । ଫଳରେ 5 ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ସ୍ଥାନୀୟ ଓସମାନିଆ ଡାକ୍ତରଖାନା ଓ କିମ୍ସରେ ଭର୍ତ୍ତି କରାଯାଇଛି ।
ମିଳିଥିବା ଖବର ଅନୁଯାୟୀ, କାଚ୍ଚିଗୁ଼ଡା ରେଲୱେ ଷ୍ଟେସନରେ କରନୁଲ ଇଣ୍ଟରସିଟି ଏକ୍ସପ୍ରେସ( ହଣ୍ଡ୍ରି ଏକ୍ସପ୍ରେସ ) ପ୍ଲାଟଫର୍ମରେ ଛିଡା ହୋଇଥିବାବେଳେ MMTS ତାକୁ ଧକ୍କା ଦେଇଥିଲା । ଦକ୍ଷିଣକେନ୍ଦ୍ରୀୟ ରେଳବାଇ ବିଭାଗର ଅବହେଳା ଯୋଗୁଁ ଏହା ହୋଇଥିବା ଜଣାପଡିଛି । ଦୁର୍ଘଟଣା ଯୋଗୁଁ ଅନ୍ୟ ଟ୍ରେନ ଗୁଡିକର ଗତିପଥ ବଦଳାଯାଇଛି । ଏମଏମଟିଏସର ଲୋକ ପାଇଲଟ ଏପର୍ଯ୍ୟନ୍ତ କ୍ୟାବିନରୁ ଫସିରହିଛନ୍ତି । ଘଟଣାସ୍ଥଳରେ NDRF ଟିମ ମୁତୟନ ହୋଇଛନ୍ତି ।