ପାଟନା: ଜେଏନ୍ୟୁ ପୂର୍ବତନ ଛାତ୍ର ସଂସଦର ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାରଙ୍କ ସଭାକୁ ମଳିଲା ନାହିଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଞ୍ଜୁରୀ । ବେତିୟାସ୍ଥିତ ବିମାନବନ୍ଦର ମୈଦାନରେ ହେବାକୁ ଥିବା କହ୍ନେୟା କୁମାରଙ୍କ ସଭାକୁ ଅନୁମତି ମିଳି ନାହିଁ । ସରସ୍ବତୀ ପୂଜା ଓ ବିଧି ବ୍ୟବସ୍ଥାକୁ ନଜରରେ ରଖି ଏହି ରୋକ ଲଗାଯାଇଥିବା ସୂଚନା ମିଳିଛି ।
ବୁଧବାର ସିଏଏ ବିରୋଧରେ ସିପିଆଇ ଭାରତ ବନ୍ଦକୁ ସମର୍ଥନ ଦେବା ପାଇଁ କହ୍ନେୟା ପାଟନା ପହଞ୍ଚିଥିଲେ । ଏହାପରେ ଏକ ସଂଯୁକ୍ତ ମୋର୍ଚ୍ଚା ଗଠନ କରିଥିଲେ । ଏହି ମୋର୍ଚ୍ଚାର ମୂଳ ଲକ୍ଷ୍ୟ ବିହାର ଜନସାଧାରଣଙ୍କୁ ସିଏଏ, ଏନପିଆର ଓ ଏନଆରସି ମୁଦ୍ଦାକୁ ନେଇ ଏକଜୁଟ କରିବା ।
କହ୍ନେୟା କୁମାର ବୁଧବାର ପାଟନା ଗାନ୍ଧୀ ମୈଦାନରେ ‘ଦେଶ ବଞ୍ଚାଓ, ନାଗରିକତା ବଞ୍ଚାଓ’ ଯାତ୍ରାର ଆରମ୍ଭ କରିଛନ୍ତି । ଏହି ଯାତ୍ରାର ଆରମ୍ଭ ଗୁରୁବାର ଠାରୁ ମୋତିହାରୀର ବାପୁ ଧାମ ଠାରୁ ଆରମ୍ଭ ହେବା ସ୍ଥିର ହୋଇଥିଲା । ମାତ୍ର ସରସ୍ବତୀ ପୂଜାକୁ ଆଖି ଆଗରେ ରଖି ବୋତିୟା ଜିଲ୍ଲା ପ୍ରଶାସନ କହ୍ନେୟାଙ୍କ ସଭାକୁ ମଞ୍ଜୁରୀ ଦେଇନାହାଁନ୍ତି ।