ETV Bharat / bharat

ଆସନ୍ତାକାଲି ଯାଏ ରାଜ୍ୟସଭା ମୁଲତବୀ

author img

By

Published : Sep 15, 2020, 8:20 AM IST

Updated : Sep 15, 2020, 1:03 PM IST

ସକାଳ 9ଟାରୁ ଆରମ୍ଭ ହେବ ଅଧିବେଶନ
ସକାଳ 9ଟାରୁ ଆରମ୍ଭ ହେବ ଅଧିବେଶନ

13:03 September 15

ଆସନ୍ତାକାଲି ଯାଏ ରାଜ୍ୟସଭା ମୁଲତବୀ

ଆସନ୍ତାକାଲି ଦିନ 9ଟା ଯାଏ ରାଜ୍ୟସଭା ମୁଲତବୀ । ରାଜ୍ୟସଭାକୁ ମୁଲତବୀ ଘୋଷଣା କଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ତେବେ ଆଜିର ଅଧିବେଶନରେ ବିମାନ(ସଂଶୋଧନ)ବିଧେୟକ -2020 ପାରିତ ହୋଇଛି । 

12:08 September 15

ରାଜ୍ୟସଭାରେ ବିମାନ (ସଂଶୋଧନ) ବିଧେୟକ-2020 ପାରିତ

ରାଜ୍ୟସଭାରେ ବିମାନ (ସଂଶୋଧନ) ବିଧେୟକ-2020 ପାରିତ । ରାଜ୍ୟସଭାରେ ଆଲୋଚନା ପରେ ବିଧେୟକକୁ ପାରିତ କରିଛି ଗୃହ । 

09:26 September 15

ସରକାରଙ୍କ କୃଷିନୀତିକୁ ବିରୋଧ, ସଂସଦ ବାହାରେ ବାମଦଳ ସାଂସଦଙ୍କ ପ୍ରଦର୍ଶନ

ସରକାରଙ୍କ କୃଷିନୀତିକୁ ବିରୋଧ କରି ସଂସଦ ବାହାରେ ବାମଦଳ ସାଂସଦଙ୍କ ପ୍ରଦର୍ଶନ । ସଂସଦ ଭବନରେ ଥିବା ଗାନ୍ଧୀ ମୂର୍ତ୍ତୀ ତଳେ ବାମଦଳର ସାଂସଦ ମାନେ ପ୍ରଦର୍ଶନ କରିଛନ୍ତି । 

09:04 September 15

ରାଜ୍ୟସଭା ଅଧିବେଶନ ଆରମ୍ଭ

ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ଆରମ୍ଭ ହୋଇଛି ରାଜ୍ୟସଭା ଅଧିବେଶନ । ସକାଳ 9ଟାରୁ ଅଧିବେଶନ ଆରମ୍ଭ ହୋଇଛି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଗୃହର ଅଧ୍ୟକ୍ଷତା କରୁଛନ୍ତି । 

08:09 September 15

ସକାଳ 9ଟାରୁ ଆରମ୍ଭ ହେବ ଅଧିବେଶନ

ନୂଆଦିଲ୍ଲୀ: ଆଜି ସଂସଦ ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ । ସକାଳ 9ଟାରୁ ଆରମ୍ଭ ହେବ ଅଧିବେଶନ । ପ୍ରଥମେ ସକାଳ 9ଟାରୁ ଅପରାହ୍ନ 1ଟା ଯାଏ ରାଜ୍ୟସଭା ଓ ଅପରାହ୍ନ 3ଟାରୁ ସନ୍ଧ୍ୟା 7ଟା ଯାଏ ଲୋକସଭା ଅଧିବେଶନ ବସିବ ।  

ସେପଟେ ଗତକାଲି ପ୍ରଥମ ଦିନରେ ପ୍ରଥମେ ଲୋକସଭା ଓ ପରେ ରାଜ୍ୟସଭା ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ହିଁ ଲୋକସଭାରେ 8ଟି ବିଧେୟକ ଆଗତ ହୋଇଥିବାବେଳେ 2ଟି ବିଧେୟକ ଗୃହୀତ ହୋଇଛି । ନ୍ୟାସନାଲ କମିସନ ଫର ଇଣ୍ଡିଆନ ସିଷ୍ଟମ ଅଫ ମେଡିସନ ବିଧେୟକ 2019 ଓ ନ୍ୟାସନାଲ କମିସନ ଫର ହୋମିଓପ୍ୟାଥି ବିଧେୟକ 2019 ଗୃହୀତ ହୋଇଛି । ଏହି ବିଧେୟକ 2019 ଜାନୁଆରୀରେ ରାଜ୍ୟସଭାରେ ଗୃହୀତ ହୋଇଥିଲା ।  

ତେବେ ଚଳିତ ଥର କୋଭିଡ୍‌ କଟକଣା ମଧ୍ୟରେ ଚାଲିଛି ଅଧିବେଶନ ।

Last Updated : Sep 15, 2020, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.