ETV Bharat / bharat

ଇତିହାସ ରଚିଲା ଆଇଜିଏମସି ହସ୍ପିଟାଲ, ପ୍ରଥମ ଲାଇଭ ରୋବର୍ଟ ଅପରେସନ ସଫଳ - ଇତିହାସ ରଚିଲା ଆଇଜିଏମସି ହସ୍ପିଟାଲ

ହିମାଚଳ ପ୍ରଦେଶର ଆଇଜିଏମସି ମେଡିକାଲ କଲେଜରେ ହୋଇଥିବା ପ୍ରଥମ ଲାଇଭ ରୋବର୍ଟ ଅପରେସନ ସଫଳ ହୋଇଛି । ଅଧିକ ପଢନ୍ତୁ...

Live robotic surgery
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Dec 1, 2019, 6:07 PM IST

ସିମଲା: ପୁଣି ଥରେ ଆଉ ଏକ ଇତିହାସ ରଚିଛି ହିମାଚଳପ୍ରଦେଶର ସବୁଠୁ ବଡ ହସ୍ପିଟାଲ ଓ ମେଡିକାଲ କଲେଜ ଆଇଜିଏମସି । ଏହି ମେଡିକାଲରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ ବିଧାନସଭା ଅଧ୍ୟକ୍ଷ ଡା.ରାଜୀବ ବିନ୍ଦଲଙ୍କ ଉପସ୍ଥିତିରେ ପ୍ରଥମ ଲାଇଭ ଅପରେସନ କରାଯାଇଛି । ଯାହା ସଫଳ ମଧ୍ୟ ହୋଇଛି ।

ଜଣେ ହାର୍ନିଆ ରୋଗୀଙ୍କ ଅପରେସନ ଓ ଅନ୍ୟଟି ମୋଟାପଣ କମ କରିବାର ଅପରେସନ ରୋବର୍ଟ ସାହାର୍ଯ୍ୟରେ କରାଯାଇଥିଲା । ଏହି ପ୍ରରିପ୍ରେକ୍ଷୀରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ କହିଛନ୍ତି,‘ସ୍ବାସ୍ଥ୍ୟକ୍ଷେତ୍ରରେ ଏହା ଏକ ନୂଆ ଉପଲବ୍ଧି । ବର୍ତ୍ତମାନ ରୋବର୍ଟ ମାଧ୍ୟମରେ ଅପରେସନ କରିହେଉଛି । ’

ଖାଲି ରୋବର୍ଟ ନୁହଁ ଏହି ସଫଳ ଅପରେସନ ପଛରେ ମଧ୍ୟ ଡାକ୍ତରଙ୍କ ହାତ ରହିଛି । ବିଶେଷ କରି ଦିଲ୍ଲୀରୁ ଆସିଥିବା ଡାକ୍ତରଙ୍କ । ରୋବଟ ଅପରେସନରେ ସାମିଲ ଡାକ୍ତର ଟିମରେ ହିମାଚଳ ପ୍ରଦେଶ ବିଧାନସଭା ଅଧ୍ୟକ୍ଷ ଡା. ରାଜୀବ ବିନ୍ଦଲଙ୍କ ପୁଅ ଡାକ୍ତର ବିବେକ ବିନ୍ଦଲ ମଧ୍ୟ ସାମିଲ ହୋଇଥିଲେ । ଏହି ଅପରେସନର ଆୟୋଜକ ଡା. ୟୁକେ ଚନ୍ଦେଲ କହିଛନ୍ତି ଯେ, ଆଇଜିଏମସିରେ ପ୍ରଥମ ଥର ପାଇଁ ରୋବାର୍ଟିକ ସର୍ଜରୀ କରାଯାଇଛି ।

ଆଇଜିଏମସି ମେଡିକାଲରେ କାର୍ଯ୍ୟରତ ଡାକ୍ତର ଡିକେ ବର୍ମା କହିଛନ୍ତି ଯେ, ଏଠାରେ ଦୁଇଟି ସର୍ଜରୀ କରାଯାଇଛି । ଗୋଟେ ହାର୍ନିଆ ଓ ଅନ୍ୟଟି ମୋଟାପଣ କମ କରିବା । ଏହି ଅପରେସନ ପ୍ରଥମେ ନିଃଶୁଳ୍କ ଭାବେ କରାଯାଇଥିବାବେଳେ ରୋବାର୍ଟିକ ଅପରେସନରେ 70ରୁ 80 ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ।

Intro:Body:

test

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.