ETV Bharat / bharat

ରାଜ୍ୟସଭା ଉପାଧ୍ୟକ୍ଷ ପଦରେ ହରିବଂଶଙ୍କ ବିଜୟ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Sep 14, 2020, 3:33 PM IST

Updated : Sep 14, 2020, 5:48 PM IST

ସଂସଦ ଅଭିବେଶନ ଲାଇଭ ଅପଡେଟ
ସଂସଦ ଅଭିବେଶନ ଲାଇଭ ଅପଡେଟ

17:41 September 14

ରାଜ୍ୟସଭାର ନବନିର୍ବାଚିତ ଉପାଧ୍ୟକ୍ଷ ହରିବଂଶଙ୍କୁ ଶୁଭେଚ୍ଛା ଜଣାଇଲେ ଗୁଲମ ନବୀ ଆଜାଦ

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । କଂଗ୍ରେସ ନେତା କହିଛନ୍ତି, ହରିବଂଶ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ସେ ସମସ୍ତ ଦଳର ସଦସ୍ୟଙ୍କ ସହ ଅଛନ୍ତି ।

17:36 September 14

ରାଜ୍ୟସଭା ଉପାଧ୍ୟକ୍ଷ ପଦରେ ହରିବଂଶଙ୍କ ବିଜୟ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନରେ ବିଜୟ ନେଇ ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିବା ହରିଂବଶ ନାରାୟଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ହରିବଂଶଙ୍କ  ପ୍ରତି ମୋ ମନରେ ଯେଉଁ ସମ୍ମାନ ରହିଛି, ତହା ଗୃହର ପ୍ରତ୍ୟେକ ସଦସ୍ୟ ଅଂଶୀଦାର କରନ୍ତି | ସେ ଏହି ସମ୍ମାନ ଅର୍ଜନ କରିଛନ୍ତି | ସଂସଦରେ ତାଙ୍କର ନିରପେକ୍ଷ ଭୂମିକା ଆମର ଗଣତନ୍ତ୍ରକୁ ମଜବୁତ କରୁଛି ।

17:26 September 14

ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ହରିବଂଶ ନାରାୟଣ

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ​​ଏନଡିଏର ବାଜିମାତ । ଏନଡିଏ ପ୍ରାର୍ଥୀ ହରିବଂଶ ପୂନର୍ବାର ରାଜ୍ୟସଭାର ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଲଗାତାର ଦ୍ୱିତୀୟ ଥର ପାଇଁ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି ।

15:54 September 14

ଅପରାହ୍ନ 4ଟା 40 ଯାଏଁ ରାଜ୍ୟସଭା ମୁଲତବୀ

ଅପରାହ୍ନ 4ଟା 40 ଯାଏଁ ରାଜ୍ୟସଭାକୁ ମୁଲତବୀ କରାଯାଇଛି । ଦିବଙ୍ଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳୀ ତଥା ସମ୍ମାନ ଜଣାଇବା ପାଇଁ ଗୃହକୁ ମୁଲତବୀ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ।

15:35 September 14

ରାଜ୍ୟସଭାରେ ଗୃହକାର୍ଯ୍ୟ ଜାରି, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ

ସଂସଦର ରାଜ୍ୟସଭାରେ ଜାରି ରହିଛି ଗୃହକାର୍ଯ୍ୟ । ଗୃହକାର୍ଯ୍ୟ ଆରମ୍ଭ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ ।

15:25 September 14

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ମତଦାନରୁ ବିରତ ରହିବ ଟିଆରଏସ

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସମୟରେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ମତଦାନରୁ ବିରତ ରହିବ । ଏନେଇ ସୂଚନା ଦେଇଛନ୍ତି ଟିଆରଏସ ସାଂସଦ କେ କେଶବ ରାଓ ।

15:23 September 14

ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ କରିବ YSR କଂଗ୍ରେସ

ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ କରିବ YSR କଂଗ୍ରେସ ପାର୍ଟି । ଏନେଇ ସୂଚନା ଦେଇଛନ୍ତି ୱାଇଆରଏସ କଂଗ୍ରେସର ସାଂସଦ ବିଜୟ ରେଡ୍ଡୀ ।

15:21 September 14

ଲୋକସଭା ମୁଲତବୀ ପରେ ରାଜ୍ୟସଭା ଆରମ୍ଭ

ରାଜ୍ୟ ସଭାରେ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ଆଜି ରାଜ୍ୟସଭାର ଉପସଭାପତି ନିର୍ବାଚନ ହେବ । ଏନଡିଏ ପ୍ରାର୍ଥୀ ହରିବଂଶ ଏବଂ ବିରୋଧୀ ଦଳର ପ୍ରାର୍ଥୀ ମନୋଜ ଝାଙ୍କ ମଧ୍ୟରେ କଡା ଟକ୍କରର ସମ୍ଭାବନା ।

15:08 September 14

ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ସଂସଦମାନଙ୍କୁ ଆଭାର ବ୍ୟକ୍ତି କରିଛନ୍ତି । ଅସାଧାରଣ ପରିସ୍ଥିତିରେ ସଦସ୍ୟମାନେ ସକ୍ରିୟ ରୂପେ ଭାଗ ନେଇଥିବା କହିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଏହାସହ ସେ କହିଛନ୍ତି, ସଦସ୍ୟ ଲୋକତନ୍ତ୍ରର ଭାବନାକୁ ମଜବୁତ କରିଛନ୍ତି ।

Last Updated : Sep 14, 2020, 5:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.