ETV Bharat / bharat

ଚର୍ଚ୍ଚିତ ବାବ୍ରୀ ମସଜିଦ୍ ମାମଲା: ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ

author img

By

Published : Sep 30, 2020, 10:33 AM IST

Updated : Sep 30, 2020, 1:40 PM IST

ବାବ୍ରୀ ମସଜିଦ୍ ମାମଲା:ଆଜି ଆସିବ ରାୟ
ବାବ୍ରୀ ମସଜିଦ୍ ମାମଲା:ଆଜି ଆସିବ ରାୟ

13:40 September 30

ନିର୍ଦ୍ଦୋଶରେ ଖଲାସ ପରେ ବିଜେପି ନେତା ମୁରଲୀ ମନୋହର ଜୋଶୀଙ୍କ ପ୍ରତିକ୍ରିୟା । ଏହା ଏକ ଐତିହାସିକ ନିଷ୍ପତ୍ତି । ଆମେ ବହୁତ ଖୁସି । ଏଥିରୁ ସ୍ପଷ୍ଟ ହେଲା ଯେ, ଡିସେମ୍ବର 6 ତାରିଖ ଘଟଣା ପାଇଁ କୌଣସି ଷଡଯନ୍ତ୍ର କରାଯାଇନଥିଲା ।

13:38 September 30

ରାୟକୁ ହୃଦୟର ସହ ସ୍ବାଗତ କଲେ ଆଡଭାନୀ

ବାବ୍ରୀ ମସଜିଦ ମାମଲାରେ କୋର୍ଟଙ୍କ ରାୟ ପରେ ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ପ୍ରତିକ୍ରିୟା । ମୁଁ ଏହି ରାୟକୁ ହୃଦୟର ସହ ସ୍ବାଗତ କରୁଛି ବୋଲି କହିଲେ ଆଡଭାନୀ ।

12:28 September 30

ଚର୍ଚ୍ଚିତ ବାବ୍ରୀ ମସଜିଦ୍ ମାମଲା: ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ

ଚର୍ଚ୍ଚିତ ବାବ୍ରୀ ମସଜିଦ୍ ମାମଲା । ସମସ୍ତ 32 ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ । ରାୟ ଶୁଣାଇଲେ ସ୍ସେଶାଲ ସିବିଆଇ କୋର୍ଟ ।1992 ମସିହାରେ ଏହି ମାମଲାରେ ଥିଲେ ଅନେକ ବରିଷ୍ଠ ବିଜେପି ନେତା ।

11:36 September 30

32 ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି 8 ବିଜେପି ନେତା

32 ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି 8 ବିଜେପି ନେତା । ସେମାନେ ହେଉଛନ୍ତି ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀ, ମୁରଲୀ ମନୋହର ଜୋଶୀ, ଉମା ଭାରତୀ, କଲ୍ୟାଣ ସିଂ, ବିନୟ କଟିୟାର, ସାକ୍ଷୀ ମହାରାଜ, ଲାଲୁ ସିଂହ, ବିବି ସାରନ ସିଂ ।

11:29 September 30

କୋର୍ଟରେ ହାଜର ହେଲେ 26 ଅଭିଯୁକ୍ତ

କୋର୍ଟରେ ହାଜର ହେଲେ 26 ଅଭିଯୁକ୍ତ । ଲାଲକୃଷ୍ଣ ଆଡଭାନୀ, ଉମା ଭାରତୀଙ୍କ ସମେତ 6 ଅଭିଯୁକ୍ତ ସ୍ବାସ୍ଥ୍ୟଗତ କାରଣରୁ କୋର୍ଟରେ ହୋଇନାହାଁନ୍ତି ଉପସ୍ଥିତ ।

10:58 September 30

କୋର୍ଟରେ ପହଞ୍ଚିଲେ ଅଭିଯୁକ୍ତ

ଶୁଣାଣି ସମୟରେ କୋର୍ଟରେ ହାଜର ପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁ ମାନି କୋର୍ଟରେ ପହଞ୍ଚିଛନ୍ତି କିଛି ଅଭିଯୁକ୍ତ । ସାଧ୍ବୀ ଋତଂଭରା, ବିନୟ କଟିୟାର, ଚମ୍ପତ ରାୟ ଓ ପୱନ ପାଣ୍ଡେ କୋର୍ଟରେ ପହଞ୍ଚିଛନ୍ତି । ଏମାନେ ସମସ୍ତେ ବାବ୍ରୀ ବିଧ୍ବଂସ ମାମଲାରେ ଅଭିଯୁକ୍ତ ରହିଛନ୍ତି ।

10:42 September 30

ରାୟ ଶୁଣାଣି ସମୟରେ ଉପସ୍ଥିତ ହୋଇନପାରନ୍ତି ବରିଷ୍ଠ ବିଜେପି ନେତା ଏଲ କେ ଆଡଭାନୀ, ଉମା ଭାରତୀ, ମୁରଲୀ ମନହୋର ଜୋଶୀ ଓ ମହନ୍ତ ନିତ୍ୟ ଗୋପାଳ ଦାସ । ସ୍ବାସ୍ଥ୍ୟବାସ୍ଥା ଠିକ୍‌ ନଥିବା ଦର୍ଶାଇ ଉପସ୍ଥିତ ନରହିବାକୁ କୋର୍ଟକୁ ଜଣାଇଥିବା ସୂଚନା । 

10:14 September 30

ବାବ୍ରୀ ମସଜିଦ୍ ମାମଲା: ଆଜି ଆସିବ ରାୟ

ଲକ୍ଷ୍ନୌ: ଆଜି ଆସିବ ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ ବିଧ୍ବଂସ ମାମଲାର ରାୟ । ରାୟ ଶୁଣାଇବେ ସ୍ପେଶାଲ ସିବିଆଇ କୋର୍ଟ । ଅଭିଯୁକ୍ତଙ୍କ ମଧ୍ୟରେ ଅନେକ ବରିଷ୍ଠ ବିଜେପି ନେତା ରହିଛନ୍ତି । ରାୟ ଶୁଣାଇବା ସମୟରେ ସମସ୍ତ 32 ଅଭିଯୁକ୍ତଙ୍କୁ ହାଜର ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରରେ କରାଯାଇଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା । କୋର୍ଟଙ୍କ ରାୟ ଉପରେ ରହିଛି ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 30, 2020, 1:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.