ETV Bharat / bharat

ସାଧାରଣତନ୍ତ୍ର ଦିବସ ପୂର୍ବରୁ ପୋଲିସ ପଦକ ଘୋଷଣା: ଦେଶରୁ 1040ଜଣଙ୍କୁ ମିଳିବ ପଦକ

author img

By

Published : Jan 25, 2020, 6:43 PM IST

ଘୋଷଣା ହୋଇଛି ପୋଲିସ ମେଡାଲ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଚଳିତ ବର୍ଷ ମୋଟ 1040ଜଣଙ୍କୁ ମିଳିବ ପୋଲିସ ପଦକ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

list of service medals gallantry medals
ସାଧାରଣତନ୍ତ୍ର ଦିବସ ପୂର୍ବରୁ ପୋଲିସ ପଦକ ଘୋଷଣା: ଦେଶରୁ 1040ଜଣଙ୍କୁ ମିଳିବ ପଦକ

ନୂଆଦିଲ୍ଲୀ: ରାତି ପାହିଲେ ଦେଶ ପାଳିବ 71ତମ ଗଣତନ୍ତ୍ର ଦିବସ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଘୋଷଣା ହୋଇଛି ବୀରତ୍ବ ପୁରସ୍କାର । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 4 ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ । ସେହିପରି 286 ଜଣଙ୍କୁ ବୀରତ୍ବ ପୁରସ୍କାର ମିଳିବାକୁ ଥିବାବେଳେ 93ଜଣଙ୍କୁ ବିଶିଷ୍ଟ ସେବା ପୋଲିସ ପ୍ରଦାନ କରାଯିବ । କେବଳ ସେତିକି ନୁହେଁ ଶ୍ରେଷ୍ଠ ସେବା ପାଇଁ 657ଜଣଙ୍କୁ ମିଳିବ ପୋଲିସ ପଦକ ।

ତେବେ ବୀରତ୍ବ ପଦକ ପାଇବାରେ ସବୁଠୁ ଆଗରେ ରହିଛି ଜମ୍ମୁ ଓ କାଶ୍ମୀର । ଜମ୍ମୁ ଓ କାଶ୍ମୀରକୁ ମିଳିବ 108ଟି ପୋଲିସ ପଦକ । ଏହାବ୍ୟତିତ ସିଆରପିଏଫକୁ 76ଟି ପଦକ ମିଳିବ । ସୂଚନା ଅନୁସାରେ, ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହଙ୍କ ସମେତ 19 ଜଣ ଅଧିକାରୀ ପାଇବେ ପରମ ବିଶିଷ୍ଟ ସେବା ମେଡାଲ ।

ଜମ୍ମୁ ଓ କାଶ୍ମୀର ପୋଲିସର ବିରତ୍ବ ପାଇଁ 105 ପୋଲିସ ପଦକ ସହ 3 ପିପିଏମଜି ପଦକ ମିଳିବ । ଏହାପରେ କେନ୍ଦ୍ରୀୟ ରିଜର୍ଭ ପୋଲିସକୁ 75 ପିଏମଜି ମିଳିବ । ତେବେ ଚଳିତ ବର୍ଷ ସର୍ବମୋଟ 1040ଜଣଙ୍କୁ ପୋଲିସ ପଦକ ଦିଆଯିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.