ETV Bharat / bharat

ସମ୍ଭାଳିପାରିଲେନି ଭିଡ, ଖୋଲିବା ପରେ ପୁଣି ବନ୍ଦ ଦୋକାନ - କୋଭିଡ 19

ଦିଲ୍ଲୀର 90ଟି କଣ୍ଟେନମେଣ୍ଟ ଜୋନରେ 100ଟି ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା । ହେଲେ ଏହି ସମସ୍ତ ଦୋକାନ ଆଗରେ ଥିଲେ ପ୍ରାୟ ହଜାର ହଜାର ଲୋକ । ଅଧିକ ପଢନ୍ତୁ...

ସମ୍ଭାଳିପାରିଲେନି ଭିଡ, ଖୋଲିବା ପରେ ପୁଣି ବନ୍ଦ ଦୋକାନ

author img

By

Published : May 4, 2020, 5:47 PM IST

ନୂଆଦିଲ୍ଲୀ: ଲକଡାଉନରେ ଲୋକେ ନିଜକୁ କିପରି ସମ୍ଭାଳି ରଖିଥିଲେ ତାହା ସୋମବାର ସାରା ଦେଶର ଦୃଶ୍ୟରୁ ଜଣାପଡିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଯେତିକି ଲୋକ ବାହାରକୁ ବାହାରିନଥିଲେ ମଦ ଦୋକାନ ସାମନାରେ ଅଧିକ ଭିଡ ଲାଗିଥିଲା । ଲୋକେ ଏପରି ଭାବେ ଲମ୍ବା ଲାଇନ ଲଗାଇଥିଲେ ଯେ କିଛି ଦୋକାନ ବିକ୍ରି କରିନପାରି ବନ୍ଦ କରିଦେଇଥିଲେ ।

ବିଶେଷ କରି ରାଜଧାନୀ ଦିଲ୍ଲୀରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଅଧିକାଂଶ ଦୋକାନ ଆଗରେ ସକାଳୁ ଲାଗିଥିଲା ଲମ୍ବା ଲାଇନ । ଦିଲ୍ଲୀର 90ଟି କଣ୍ଟେନମେଣ୍ଟ ଜୋନରେ 100ଟି ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା । ହେଲେ ଏହି ସମସ୍ତ ଦୋକାନ ଆଗରେ ଥିଲେ ପ୍ରାୟ ହଜାର ହଜାର ଲୋକ । କିଛି ଦୋକାନ ଆଗରେ ଲୋକଙ୍କ ଭିଡ ସମ୍ଭାଳିପାରିନଥିଲେ ଦୋକାନୀ । ଦୋକାନ ଖୋଲିବା ମାତ୍ରେ ମାଡି ଆସିଥିଲେ ଶହ ଶହ ଲୋକ । ପୋଲିସ ଉପସ୍ଥିତି ସତ୍ତ୍ବେ ସାମାଜିକ ଦୂରତ୍ବକୁ ଫୁ କରିଦେଇଥିଲେ ଲୋକେ । ମଦ ନେବାକୁ ଦୋକାନ ସାମନାରେ ଠେଲାପେଲା ଲାଗିଥିଲେ । ଅସମ୍ଭବ ଭିଡ ଦେଖି ଶେଷରେ କିଛି ଦୋକାନୀ ଖୋଲିବା ପରେ ପରେ ପୁଣି ଦୋକାନ ବନ୍ଦ କରିଦେଇଥିଲେ । ବିକ୍ରି କରିବିନି ପଛେ ହେଲେ ସମ୍ଭାଳିପାରିବିନି ଏପରି କହି ଦୋକାନ ମାଲିକ ବନ୍ଦ କରିଦେଇଥିଲେ ।

କିଛି ଲୋକ ନିରାଶରେ ଫେରିଥିବାବେଳେ ଆଉ କିଛି ରାଗରେ ଛୋଟମୋଟ ଗଣ୍ଡଗୋଳ କରିଥିଲେ । ଗତ ସପ୍ତାହରେ ଲକଡାଉନ 3.0 ଘୋଷଣା ବେଳେ ଗୃହ ମନ୍ତ୍ରଣାଳୟ କଣ୍ଟେନମେଣ୍ଟ ଜୋନ ଛଡା ଅନ୍ୟ ସମସ୍ତ ଜାଗାରେ ମଦ ବିକ୍ରିକୁ ଅନୁମତି ଦେଇଥିଲେ । ଏହି ଦୋକାନ ସବୁ ମାର୍କେଟ କିମ୍ବା ମଲ ପାଖରେ ନଥିବ । ଏହାସହ ଅତିକମରେ 6 ଫିଟ ସାମାଜିକ ଦୂରତା ମାନିବାକୁ ହେବ । ଏକାସାଙ୍ଗରେ ଦୋକାନ ଭିତରେ 5ରୁ ଅଧିକ ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏପରି ସମସ୍ତ ନିୟମ ସହ ଦୋକାନ ଖୋଲିବାକୁ ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.