ETV Bharat / bharat

କାର୍ବେଟ ନ୍ୟାସନାଲ ପାର୍କରେ ସିଂହ ଆକ୍ରମଣ, ବିଟ ଓ୍ବାଚର ମୃତ - ସିଂହ

ଉତ୍ତରାଖଣ୍ଡର କାର୍ବେଟ ନ୍ୟାସନାଲ ପାର୍କରେ ଜଣେ ବିଟ ଓ୍ବାଚର ସିଂହ ଆକ୍ରମଣରେ ପ୍ରାଣ ହରାଇଛନ୍ତି।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 14, 2019, 3:28 PM IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର କାର୍ବେଟ ନ୍ୟାସନାଲ ପାର୍କର ଢିକାଲା ରେଞ୍ଜରେ ଜଣେ ବିଟ ଓ୍ବାଚର( ଜଙ୍ଗଲୀ ଜୀବଙ୍କ ଗତିବିଧି ଉପରେ ନଜର ରଖୁଥିବା ଜଗୁଆଳି) ସିଂହ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଗତ ମଙ୍ଗଳବାର ଏହି ଘଟଣା ଘଟିଥିବା ବେଳେ ବିଟ ଓ୍ବାଚରର ମୃତଦେହ ଖୋଜିବାକୁ ବନ ବିଭାଗକୁ ନାକେଦମ ହେବାକୁ ପଡିଥିଲା । ପରେ ତାଙ୍କର ମୃତଦେହ ମିଳିଥିଲା ।

ମୃତକ ବିଟ ଓ୍ବାଚର ଜଣଙ୍କ ହେଉଛନ୍ତି ମଟେଲ ଦ୍ବାରାହାଟ ଗାଁ ନିବାସୀ ବିଶାନ ରାମ, ସେ ଢିକାଲା ରେଞ୍ଚର ଖିନାନୌଲି ବ୍ଲକରେ ବିଭାଗୀୟ କର୍ମଚାରୀଙ୍କ ସହ ଗସ୍ତ କରୁଥିବା ବେଳେ ସେଠାକାରା ସୁଠାଖାଲ ରୋଡରେ ଏକ ସିଂହ ବିଶାନ ରାମଙ୍କ ଉପରକୁ ଝାମ୍ପ ମାରିଥିଲା । ଏହାପରେ ସେ ବିଶାନଙ୍କୁ 50 ମିଟର ଜଙ୍ଗଲକୁ ଟାଣି ନେଇ ତାଙ୍କର ଡାହଣ ପଟର ଗୋଡକୁ ଖାଇ ଦେଇଥିଲା । ତତକ୍ଷଣାତ୍ ବିଶାନଙ୍କ ମୃତ୍ୟୁ ଘଟିଥିଲା।

ଘଟଣା ଘଟିବା ପରେ ପାର୍କର ସମସ୍ତ ଓ୍ବାର୍ଡନଙ୍କୁ ସତର୍କ କରି ଦିଆଯାଇଛି । ତେବେ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି DISCOVERYର MAN VS WILDର ସୁଟିଂ ଏହି ଜାତୀୟ ଉଦ୍ୟାନରେ କରିଥିଲେ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.