ETV Bharat / bharat

ମହାଦେବଙ୍କ ମନ୍ଦିରର ରହସ୍ୟ, 12 ବର୍ଷରେ ଥରେ ହୁଏ ବ୍ରଜପାତ

ପ୍ରତି 12 ବର୍ଷରେ ଥରେ ଏହି ମନ୍ଦିର ଉପରେ ସ୍ୱର୍ଗରୁ ବଜ୍ରପାତ ହେଉଥିବା କୁହାଯାଏ । ମାତ୍ର ଏହାଦ୍ବାରା ମନ୍ଦିରରେ କୌଣସି ପ୍ରକାରର କ୍ଷୟିକ୍ଷତି ହୁଏ ନାହିଁ । କେଉଁଠି ରହିଛି ଏହି ମନ୍ଦିର ? ଅଧିକ ପଢନ୍ତୁ...

ମହାଦେବଙ୍କ ମନ୍ଦିରର ରହସ୍ୟ, 12 ବର୍ଷରେ ଥରେ ହୁଏ ବ୍ରଜପାତ
ମହାଦେବଙ୍କ ମନ୍ଦିରର ରହସ୍ୟ, 12 ବର୍ଷରେ ଥରେ ହୁଏ ବ୍ରଜପାତ
author img

By

Published : Jul 12, 2020, 7:00 AM IST

ହାଇଦ୍ରାବାଦ: ହିମାଚଳ ପ୍ରଦେଶରେ ଅନେକ ଦେବତାଙ୍କର ମନ୍ଦିର ରହିଛି । ତେଣୁ ଏହି ସ୍ଥାନକୁ ଦେବ ଭୂମିର ଆଖ୍ୟା ମଧ୍ୟ ଦିଆଯାଇଛି । ଦେବ ଭୂମିରେ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି ଯାହାର ଅନେକ ବିଶେଷତ୍ବ ମଧ୍ୟ ରହିଛି ।

ହିମାଚଳ ପ୍ରଦେଶର କୁଲୁ ସହରରେ ବ୍ୟାସ ଏବଂ ପାର୍ବତୀ ନଦୀର ସଙ୍ଗମସ୍ଥଳି ପାଖରେ ଥିବା ଉଚ୍ଚ ପର୍ବତରେ ଭଗବାନ ଶିବଙ୍କର ଏକ ରହସ୍ୟମୟ ମନ୍ଦିର ରହିଛି । ଯାହା ଆଜି ମଧ୍ୟ ରହସ୍ୟ ଘେରରେ ରହିଛି । ପ୍ରତି 12 ବର୍ଷରେ ଥରେ ଏହି ମନ୍ଦିର ଉପରେ ସ୍ୱର୍ଗରୁ ବଜ୍ରପାତ ହେଉଥିବା କୁହାଯାଏ । ମାତ୍ର ଏହାଦ୍ବାରା ମନ୍ଦିରରେ କୌଣସି ପ୍ରକାରର କ୍ଷୟିକ୍ଷତି ହୁଏ ନାହିଁ । କିନ୍ତୁ ଶିବଲିଙ୍ଗ ଭାଙ୍ଗିଯାଏ ।

ଆଜି ଆମେ ଆପଣଙ୍କୁ ଏହି ମନ୍ଦିରେ ସମ୍ପର୍କରେ ଅବଗତ କରାଇବୁ...

ପୌରାଣିକ ବିଶ୍ୱାସ ରହିଛି, ଏହି ମନ୍ଦିର ଯେଉଁ ଘାଟି ଉପରେ ଅବସ୍ଥିତ ତାହା ସାପ ସଦୃଶ୍ୟ ପ୍ରତିତ ହୋଇଥାଏ । କୁହାଯାଏ ଭଗବାନ ଶଙ୍କର ଏହି ସାପର ହତ୍ୟା କରିଥିଲେ । ଆଉ ପ୍ରତି 12 ବର୍ଷରେ ଥରେ ଏହି ମନ୍ଦିର ଉପରେ ସ୍ୱର୍ଗରୁ ବଜ୍ରପାତ ହୋଇଥାଏ । ମାତ୍ର ଆଶ୍ଚର୍ଯ୍ୟର କଥା ଏହି ବଜ୍ରପାତ କାରଣରୁ ମନ୍ଦିରରେ କୌଣସି ପ୍ରକାର କ୍ଷତି ହୁଏ ନାହିଁ ହେଲେ ଶିବଲିଙ୍ଗ ଗୁଡିକ ଭାଙ୍ଗିଯାଏ । ପରବର୍ତ୍ତୀ ସମୟରେ ମନ୍ଦିରର ଉପାସକମାନେ ଭଙ୍ଗା ଶିବଲିଙ୍ଗ ଉପରେ ମଲମ ଭାବରେ ଲହୁଣୀ ଲଗାନ୍ତି, ଯାହାଫଳରେ ମହାଦେବ ଯନ୍ତ୍ରଣାରୁ ମୁକ୍ତି ପାଇଥାନ୍ତି ବୋଲି ବିଶ୍ବାସ ରହିଛି ।

ଏହି ମନ୍ଦିର ସହିତ ଜଡିତ କିମ୍ବଦନ୍ତୀ ଅନୁଯାୟୀ, ସେଠାରେ କୁଲାଣ୍ଟ ନାମକ ଏକ ରାକ୍ଷସ ବାସ କରୁଥିଲା । ଏହି ରାକ୍ଷସ ତାର ଶକ୍ତି ଦ୍ୱାରା ସାପର ରୂପ ନେଇଥିଲା । ଥରେ ଏହି ରାକ୍ଷସ ଏକ ଅଜଗରର ରୂପ ନେଇ, ମଥାନ ଗ୍ରାମ ନିକଟରେ ଥିବା ବ୍ୟାସ ନଦୀରେ ବସି ରହିଥିଲା । ଏହାଦ୍ବାରା ନଦୀର ପ୍ରବାହ ବନ୍ଦ ହୋଇଗଲା । ତେବେ ଏମିତି କରିବା ପଛରେ ତାର ଉଦ୍ଦେଶ୍ୟ ଥିଲା ସେଠାରେ ରହୁଥିବା ସମସ୍ତ ପ୍ରାଣୀ ପାଣିରେ ବୁଡି ନିଜ ପ୍ରାଣ ହରାଇବେ । ଏହା ଦେଖିବା ପରେ ମହାଦେବ ରାଗିଗଲେ ଏବଂ ଏକ ମାୟା ସୃଷ୍ଟି କଲେ । ଭଗବାନ ଶିବ ରାକ୍ଷସ ପାଖକୁ ଯାଇ କହିଲେ, ତା ଲାଞ୍ଜରେ ନିଆଁ ଲାଗିଯାଇଛି ।

ମହାଦେବଙ୍କ କଥା ଶୁଣିବା ପରେ ରାକ୍ଷସ ପଛକୁ ଦେଖିବା ମାତ୍ରେ ଭଗବାନ ଶିବ ତା ମୁଣ୍ଡରେ ତ୍ରିଶୁଳ ଦ୍ବାରା ଆକ୍ରମଣ କରିଥିଲେ ଏବଂ ସେଠାରେ ହିଁ ତାର ମୃତ୍ୟୁ ହୋଇଥିଲା । କୁହାଯାଏ ପରବର୍ତ୍ତୀ ସମୟରେ ସେହି ରାକ୍ଷସର ବିଶାଳକାୟ ଶରୀର ଏକ ପର୍ବତରେ ପରିଣତ ହୋଇଛି । ଯାହାକୁ ବର୍ତ୍ତମାନ କୁଲୁ ପର୍ବତ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.