ETV Bharat / bharat

ପୁଣି ବଜ୍ରପାତରେ ବିହାରରେ 21 ମୃତ - ବିହାର

ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତ ଯୋଗୁଁ ବିହାରର 8ଟି ଜିଲ୍ଲାରୁ 21 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ବଜ୍ରପାତ
ବଜ୍ରପାତ
author img

By

Published : Jul 4, 2020, 5:44 PM IST

ପାଟନା: ବିହାରର ବିଭିନ୍ନ ସ୍ଥାନରେ ଶନିବାର ଘଡଘଡି ସହ ପ୍ରବଳ ବର୍ଷା ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତ ଯୋଗୁଁ ରାଜ୍ୟର 8ଟି ଜିଲ୍ଲାରୁ 21 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବିହାର ବପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ତେବେ ମୃତକମାନେ ବିହାରର ଲଖିସାରାଇ, ଗୟା, ବାଙ୍କା, ଜାମୁଇ, ସମସ୍ତିପୁର, ବୈଶାଳୀ, ନାଳନ୍ଦା ଏବଂ ଭୋଜପୁର ଜିଲ୍ଲାର ବୋଲି ଜଣାପଡିଛି । ତେବେ ବଜ୍ରପାତରୁ ରକ୍ଷା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲୋକଙ୍କୁ ନିବେଦନ କରିଛନ୍ତି। ଲୋକମାନେ ଘରେ ରୁହନ୍ତୁ ଏବଂ ନିରାପଦରେ ରୁହନ୍ତୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଘଡଘଡି ଏବଂ ବଜ୍ରପାତରେ ପ୍ରାୟ 100ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.