ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ

ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ । ଆତଙ୍କାବୀଦଙ୍କ ହିଟଲିଷ୍ଟରେ ଗିରିଶ ଥିବା ନେଇ ଗୁଇନ୍ଦା ବିଭାଗ ସୂଚନା ପ୍ରଦାନ କରିଛି ।

author img

By

Published : Nov 7, 2019, 9:42 PM IST

ଫଟୋ ସୌଜନ୍ୟ: ଏଏନଆଇ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ଦାୟିତ୍ବ ଭାର ଗ୍ରହଣ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରା ପାଇଛନ୍ତି ଗିରିଶ ଚନ୍ଦ୍ର ମୁର୍ମୁ । ଡାକର ପାଇବା ପରେ ପିଏମଙ୍କୁ ସାକ୍ଷାତ କରିଛନ୍ତି ଗିରିଶ ଚନ୍ଦ୍ର ମୁର୍ମୁୁ । ଗୁରୁବାର ଗିରିଶ ଆତଙ୍କୀଙ୍କ ହିଟ୍‌ଲିଷ୍ଟରେ ଥିବା ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ।

girish-chandra-murmu-called-on-pm-narendra-modi
ଫଟୋ ସୌଜନ୍ୟ: ଏଏନଆଇ

ଏହି ସାକ୍ଷାତକାରରେ ଜମ୍ମୁ କାଶ୍ମୀର ବର୍ତ୍ତମାନ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା ହେବା ସମ୍ଭାବନା ରହିଛି । ଏହାସହ ସୁରକ୍ଷା ସମ୍ବନ୍ଧୀୟ କେତେକେ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ପିଏମ୍‌ଙ୍କ ସହ ବିସ୍ତୃତ ଆଲୋଚନା କରି ପାରନ୍ତି ଗିରିଶ ।

ଏଠାରେ ସୂଚନା ଯୋଗ୍ୟ ଯେ ଗୁରୁବାର ଏକ ରିପୋର୍ଟରେ ଆତଙ୍କବାଦୀଙ୍କ ହିଟ୍‌ଲିଷ୍ଟରେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଥିବା ଗୁଇନ୍ଦା ବିଭାଗ ସୂଚନା ପ୍ରଦାନ କରିଥିଲା । ଏହାପରେ ଆଇବି ଜମ୍ମୁ-କାଶ୍ମୀର ପୋଲିସ, ଲଦାଖ ପୋଲିସ ସମେତ ଅନ୍ୟକେତେକ ରାଜ୍ୟ ପୋଲିସକୁ ସତର୍କ କରିଛି । ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଦାୟିତ୍ବ ସମ୍ଭାଳିବା ପରେ ଗରିଶ ଚନ୍ଦ୍ର ମୁର୍ମୁଙ୍କୁ ଆକ୍ରମଣ ନେଇ ଗୁଇନ୍ଦା ରିପୋର୍ଟ ଆସିଛି ।ଏହିଭଳି ଆତଙ୍କୀ ଆକ୍ରମଣ ଇନପୁଟ ମିଳିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଘୋଷଣା ଖୁବଶୀଘ୍ର କରାଯାଇପାରେ ।

ଏଠାରେ ସୂଚନାଯୋଗ୍ୟ ଗତ ଅକ୍ଟୋବର ୩୧ରେ ଓଡିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଅଞ୍ଚଳର ଦାୟିତ୍ବଭାର ଗ୍ରହଣ କରିଥିଲେ ।

Intro:Body:

yy

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.