ETV Bharat / bharat

ଜମ୍ମୁ କାଶ୍ମୀରରରେ JK-IGRAMS ପୋର୍ଟାଲ ଲଞ୍ଚ କଲେ ଏଲଜି

author img

By

Published : Sep 11, 2020, 10:36 PM IST

ଶୁକ୍ରବାର ଏଲଜି ଜାମ୍ମୁ ଓ କଶ୍ମୀରରେ ଅଭିଯୋଗ ସମାଧାନ ଏବଂ ତଦାରଖ ପ୍ରଣାଳୀ (JK-IGRAMS)କୁ ଉନ୍ମୋଚନ କରିଛନ୍ତି । ଏହା କେବଳ ଜାମ୍ମୁ, ଶ୍ରୀନଗର ଏବଂ କିଛି ରାଜ୍ୟର କିଛି ଜିଲ୍ଲାରେ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଜାମ୍ମୁ ଓ କାଶ୍ମୀରର ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଲଞ୍ଚ ହେଲା JK-IGRAMS

ଶ୍ରୀନଗର: ଜମ୍ମୁ କାଶ୍ମୀରରରେ ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ତଥା ଅଧିକାରୀଙ୍କ କାର୍ଯ୍ୟର ଗୁଣବତ୍ତା ବୃଦ୍ଧି ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଏହି କ୍ରମରେ ଶୁକ୍ରବାର ଏଲଜି ଜମ୍ମୁ ଓ କଶ୍ମୀରରେ ଅଭିଯୋଗ ସମାଧାନ ଏବଂ ତଦାରଖ ପ୍ରଣାଳୀ (JK-IGRAMS) ପୋର୍ଟାଲକୁ ଉନ୍ମୋଚନ କରିଛନ୍ତି । ତେବେ ଏହା କେବଳ ଜମ୍ମୁ, ଶ୍ରୀନଗର ଏବଂ କିଛି ରାଜ୍ୟର କିଛି ଜିଲ୍ଲାରେ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ ହୋଇଛି ।

ସୂଚନାନୁସାରେ ଜମ୍ମୁ, ଶ୍ରୀନଗର ଏବଂ ରାଜ୍ୟର ତିନୋଟି ଜିଲ୍ଲା ପାଇଁ ପାଇଲଟ ପ୍ରୋଜେକ୍ଟ ଆଧାରରେ ଏହି ନୂତନ ବ୍ୟବସ୍ଥା ଆରମ୍ଭ ହୋଇଛି । ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ 2 ଅକ୍ଟୋବର 2020 ସୁଦ୍ଧା କିମ୍ବା ଏହା ପୂର୍ବରୁ ଧୀରେ ଧୀରେ ଆରମ୍ଭ ହେବ । ଏହି କ୍ରମରେ 2018ରେ ତତ୍କାଳୀନ ଜମ୍ମୁ କାଶ୍ମୀର ସରକାର ଲଞ୍ଚ କରିଥିବା ପୋର୍ଟାଲକୁ JK-IGRAMS ବଦଳାଇଦେବ ।

ଏହି ଅବସରରେ ଭାଷଣ ଦେଇ ଏଲଜି କହିଛନ୍ତି ଯେ ଏକ ଜନ-କେନ୍ଦ୍ରିକ ଉତ୍ତମ ଶାସନ ଗଠନକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ସମସ୍ତ ସଂସ୍କାର ଆଣିବାକୁ ପ୍ରତିଶ୍ରୁତିବଦ୍ଧ । ଏହାର ଏକ ଅନୁଷ୍ଠାନିକ ଅଭିଯୋଗର ସମାଧାନ ପ୍ରଣାଳୀ ଅଛି, ଯାହା ଏକ ସୁପରିଚାଳିତ ଉତ୍ତରଦାୟିତ୍ବର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଉପାଦାନ ଭାବରେ ଦେଖାଯାଇପାରେ | ଏହା ପ୍ରଶାସନ ଏବଂ ପ୍ରଶାସନିକ ପ୍ରକ୍ରିୟାଗୁଡ଼ିକର ଦକ୍ଷତା ଏବଂ କାର୍ଯ୍ୟକାରିତା ପାଇଁ ଏକ ନୂତନ ସୂଚକ ବୋଲି ସମ୍ବୋଧନରେ କହିଛନ୍ତି ସିହ୍ନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.