ETV Bharat / bharat

ଘାଟିରେ ବିଜେପି ନେତାଙ୍କ ହତ୍ୟା ଘଟଣା: ଏଲଜି ମନୋଜ ସିହ୍ନାଙ୍କ କଡା ନିନ୍ଦା

ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବିଜେପି ନେତା ଅବଦୁଲ ହମୀଦ ନଜରଙ୍କ ମୃତ୍ୟୁ ଘଟଣାକୁ କଡା ନିନ୍ଦା କରିଛନ୍ତି ଜାମ୍ମୁ ଓ କାଶ୍ମୀରର ନବନିଯୁକ୍ତ ଉପରାଜ୍ୟପାଳ ମନୋଜ ସିହ୍ନା । ଅଧିକ ପଢନ୍ତୁ...

ଘାଟିରେ ବିଜେପି ନେତାଙ୍କ ହତ୍ୟା ଘଟଣା: ଏଲଜି ମନୋଜ ସିହ୍ନାଙ୍କ କଡା ନିନ୍ଦା
ଘାଟିରେ ବିଜେପି ନେତାଙ୍କ ହତ୍ୟା ଘଟଣା: ଏଲଜି ମନୋଜ ସିହ୍ନାଙ୍କ କଡା ନିନ୍ଦା
author img

By

Published : Aug 10, 2020, 8:40 PM IST

ଶ୍ରୀନଗର: ବଡଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବିଜେପି ନେତା ଅବଦୁଲ ହମୀଦ ନଜରଙ୍କ ମୃତ୍ୟୁ ଘଟଣାକୁ କଡା ନିନ୍ଦା କରିଛନ୍ତି ଜମ୍ମୁ ଓ କାଶ୍ମୀରର ନବନିଯୁକ୍ତ ଉପରାଜ୍ୟପାଳ ମନୋଜ ସିହ୍ନା । ଏହି ହତ୍ୟାକାଣ୍ଡକୁ ନେଇ ସିହ୍ନା ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ଏହି ଘୃଣ୍ୟକାର୍ଯ୍ୟ ଭୟ ବିସ୍ତାର କରିବାର ପ୍ରୟାସ ଏବଂ ଏଭଳି ଆକ୍ରମଣକୁ ବରଦାସ୍ତ କରାଯିବନି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ଏଲଜି କହିଛନ୍ତି ହିଂସା ଘଟାଇଥିବା ଅପରାଧିଙ୍କ ପାଇଁ ସମାଜରେ କୌଣସି ସ୍ଥାନ ନାହିଁ । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଜୋର ଦେଇ କହିଛନ୍ତି ।

ଏକ ସମବେଦନା ବାର୍ତ୍ତାରେ ସିହ୍ନା ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।

ରବିବାର ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ନଜର ସୋମବାର ସକାଳେ ଜୀବନ ମୃତ୍ୟୁର ସଂଗ୍ରାମରେ ହାରିଯାଇଥିଲେ । ଆଭ୍ୟନ୍ତରୀଣ କାଶ୍ମୀରର ବଡଗାମରେ ମୋହିନ୍ଦପୋରା ଅଞ୍ଚଳରେ ନଜରଙ୍କୁ ଆତଙ୍କବାଦୀମାନେ ଗୁଳି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.