ETV Bharat / bharat

କୋରୋନା ସତର୍କତା; ଦିଲ୍ଲୀ ସରକାରଙ୍କ ଉଚ୍ଚ ସମୀକ୍ଷା ବୈଠକ - କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

କୋରୋନା ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କ ଉଚ୍ଚ ସମୀକ୍ଷା ବୈଠକ । ଆଗମୀ ଦିନ ପାଇଁ ପ୍ରସ୍ତୁତି କରିବାକୁ ନିଷ୍ପତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

LG Anil Baijal
LG Anil Baijal
author img

By

Published : Mar 27, 2020, 5:09 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସାରା ଦେଶକୁ କବଳିତ କରିସାରିଛି । ଦିନକୁ ଦିନ ଏହି ମାରାତ୍ମକ ଭୂତାଣୁ ସମଗ୍ର ମାନବ ସମାଜ ପାଇଁ ସଂକଟ ଭାବେ ଉଭାହୋଇଛି । ସମଗ୍ର ବିଶ୍ବ କୋରୋନା ବିରୋଧ ଲଢେଇ ଆରମ୍ଭ କରିଛନ୍ତି । ତେବେ ଦିଲ୍ଲୀ ସରକାର ମଧ୍ଯ କୋରୋନା ବିରୋଧରେ ସଂଗ୍ରାମକୁ ଯୋରଦାର କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ 40ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ଯୁ ହୋଇଛି । ଏପରି ସ୍ଥଳେ ଷ୍ଟେଜ-3 କୁ ଯେମିତି ନଯାଏ ସେଥିପାଇଁ ଦିଲ୍ଲୀ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ବୈଠକ ପରେ ବୈଠକ ଜାରି ରଖିଛନ୍ତି । ଏହାସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଅନୁସାରେ ଦିଲ୍ଲୀ ସରକାର କାର୍ଯ୍ୟକ୍ରମ କରୁଛନ୍ତି ।

ଆଜି(ଶୁ୍କ୍ରବାର) ପୁଣି ଥରେ କୋରୋନା ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ଉଚ୍ଚ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ଉପ-ରାଜ୍ୟପାଳ ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ , ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ଅନ୍ୟ ପ୍ରମୁଖ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ବୈଠକରେ ବର୍ତ୍ତମାନର ସ୍ଥିତି ଓ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ କଣ କରିବାକୁ ପଡିବ କଣ ପଦକ୍ଷେପ ନିଆଯାଇ ପାରିବ ସେନେଇ ବିଚାର ବିମର୍ଶ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.