ETV Bharat / bharat

‘ହ୍ବାଟ୍ସଆପ’ର ବ୍ୟବହାର ବନ୍ଦ କରିବାକୁ କେନ୍ଦ୍ର ପ୍ରଯୁକ୍ତିିବିଦ୍ୟା ମନ୍ତ୍ରୀଙ୍କୁ ଚିଠି

author img

By

Published : Jan 10, 2021, 7:44 PM IST

ଲୋକପ୍ରିୟ ସୋସିଆଲ ମିଡିଆ ଆପର ‘ହ୍ବାଟସଆପ ’ର ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଲେ କନଫିଡେରେସନ ଅଫ ଅଲଇଣ୍ଡିଆ ଟ୍ରେଡର୍ସ (CAIT )। ଅଧିକ ପଢନ୍ତୁ .....

‘ଓ୍ବାଟସଆପ’ର ବ୍ୟବହାର ବନ୍ଦ କରିବାକୁ କେନ୍ଦ୍ର ପ୍ରସାରଣ ମନ୍କ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ଆପର ‘ଓ୍ବାଟସଆପ’ର ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଲେ କନଫିଡେରେସନ ଅଫ ଅଲଇଣ୍ଡିଆ ଟ୍ରେଡର୍ସ (CAIT ) । ଆପର ନୂଆ ସଂସ୍କରଣରେ ବ୍ୟବହାରକାରୀଙ୍କ ଗୋପନୀୟତା ବାଧାପ୍ରାପ୍ତ ହେବା ଭଳି ସର୍ତ୍ତ ରଖାଯାଇଥିବା ଅଭିଯୋଗ କରିଛି ସଂଗଠନ । ତେଣୁ ଏହି ଆପର ବୈଧତାକୁ ରଦ୍ଧ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।

‘ଓ୍ବାଟସଆପ’ର ବ୍ୟବହାର ବନ୍ଦ କରିବାକୁ କେନ୍ଦ୍ର ପ୍ରଯୁକ୍ତିିବିଦ୍ୟା ମନ୍ତ୍ରୀଙ୍କୁ ଚିଠି

ହ୍ବାଟସଆପ ନୂଆ ଜାରି କରଥିବା ଭର୍ସନରେ କିଛି ସର୍ତ୍ତ ରଖାଯାଇଛି ଯାହା ବ୍ୟବହାରକାରୀଙ୍କୁ ଗ୍ରହଣ କରିବାକୁ ବାଧ୍ୟତା ମୂଳକ କରାଯାଇଛି । ତେଣୁ ଏହି ଆପକୁ ବ୍ୟବହାର କରିବା ପାଇଁ ଏପରି ସର୍ତ୍ତକୁ ସ୍ବୀକାର କରିବାକୁ ବ୍ୟବହାରକାରୀ ମାନେ ବାଧ୍ୟ ହେଉଛନ୍ତି । ଯେଉଁଥିରେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟକୁ ପ୍ରଘଟ ହେବାର ଆଶଙ୍କା ରହିଛି ।

ଭାରତୀୟ ସମ୍ବିଧାନ ଅନୁଯାୟୀ ଜଣେ ବ୍ୟକ୍ତିର ଗୋପନୀୟତା ଅକ୍ଷୁର୍ଣ୍ଣ ରହିବା ନିହାତି ଅପରିହାର୍ଯ୍ୟ । ଏହାକୁ କ୍ଷୁର୍ଣ୍ଣ କରିବା ପରି ସର୍ତ୍ତ କେହି ବି ସରକାରୀ ବା ବେସରକାରୀ ସଂସ୍ଥା ରଖି ପାରିବେ ନାହିଁ ବୋଲି ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟ ଅଛି । ଏପରି ସ୍ଥଳେ ହ୍ବାଟସଆପର ପରିବର୍ତ୍ତିତ ଭର୍ସନ ବ୍ୟକ୍ତିଗତ ତଥ୍ୟ ଓ ଗୋପନୀୟତା ପ୍ରତି ବିପଦ ରହିଥିବା ଦର୍ଶାଇଛି ସଂଗଠନ । ତେଣୁ ଏହା ପ୍ରତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଏହା ପ୍ରତି ଧ୍ୟାନ ଦେବା ସହ ଏହାକୁ ତୁରନ୍ତ ବନ୍ଦ କରିବାକୁ ଚିଠିରେ ଦାବି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.