ETV Bharat / bharat

କଲରାପତରିଆ ବାଘକୁ ପିଟିପଟି ଦରମରା କଲେ ଗ୍ରାମବାସୀ

author img

By

Published : Jul 12, 2020, 2:03 AM IST

ଏକ କଲରାପତରିଆ ବାଘ ଆକ୍ରମଣରେ ଜଣେ ମହିଳା ଓ ତାଙ୍କ ପୁଅ ଆହତ ହେବା ପରେ ଗ୍ରାମବାସୀ କଲରାପତରିଆ ବାଘକୁ ନୃଶଂସ ଭାବେ ଠେଙ୍ଗା ସାହାଯ୍ୟରେ ପିଟିପିଟି ଅଧା ଦରମାଲା କରି ଦେଇଛନ୍ତି ।

leopard
leopard

ଲକ୍ଷ୍ନୌ: ୟୁପିର ମୁରଦାବାଦ ଜିଲ୍ଲାର ଠାକୁରଦ୍ବାରା ଥାନା ଅଧିନରେ ଶନିବାର ସକାଳେ ଏକ କଲରାପତରିଆ ବାଘ ଆକ୍ରମଣରେ ଜଣେ ମହିଳା ଓ ତାଙ୍କ ପୁଅ ଆହତ ହୋଇଛନ୍ତି । ତେବେ ଆହତମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ । ଏହାପରେ ଏକ ଠେଙ୍ଗା ସାହାଯ୍ୟରେ ବାଘକୁ ମାରି ଦରମରା କରି ଏକ ରଶିରେ ବାନ୍ଧି ଦେଇଥିଲେ । ଏହାପରେ ବନ ବିଭାଗକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ବାଘକୁ ଉଦ୍ଧାର କରିଥିଲା ।

ଏପଟେ ଆହତ ମହିଳା ଜଣକ ଓ ତାଙ୍କ ପୁଅଙ୍କ ଚିକିତ୍ସା ବରେଲି ଡାକ୍ତରଖାନାରେ କରାଯାଉଛି ।

ସୂଚନାଥାଉକି, ଠାକୁରଦ୍ବାରା ଅଞ୍ଚଳ ଉତ୍ତରାଖଣ୍ଡ ସୀମାକୁ ଲାଗି ରହିଛି । ଫଳରେ ଜିମ କାର୍ବେଟ ପାର୍କରୁ ଅଧିକାଂଶ ସମୟରେ ବନ୍ୟଜୀବଜନ୍ତୁ ଠାକୁରଦ୍ବାରା ଅଞ୍ଚଳକୁ ଆସି ଯାଇଥାନ୍ତି । ପୂର୍ବରୁ ମଧ୍ୟ ବାଘ ଆକ୍ରମଣରେ ପ୍ରାଣହାନୀ ମଧ୍ୟ ଘଟିଛି । ଅନ୍ୟପଟେ ବନ୍ୟବିଭାଗ ବାଘକୁ ମାରିଥିବା ଲୋକଙ୍କ ନାଁରେ ଏତଲା ଦାୟର କରାଯାଇ ଆଇନ ମପତାବାକ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.