ETV Bharat / bharat

ଆହତ ବାଘର ଉଠାଉଥିଲେ ଫଟୋ...ତା’ପରେ - kolkata

ବାଘ ପାଖକୁ ଆସି ଫଟୋ ଉଠାଉଥିବା ବେଳେ ଆହତ ବାଘଟି ହଠାତ୍‌  ଉଠିପଡ଼ି ବ୍ୟକ୍ତିଙ୍କୁ ଆକ୍ରମଣ କରିଛି । ଦେଖନ୍ତୁ ଭିଡିଓ...

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 19, 2019, 10:17 PM IST

କୋଲକାତା: ଘାଇଲା ବାଘର ଫଟୋ ଉଠାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଯୁବକ ଜଣକ ବାଘ ପାଖକୁ ଆସି ଫଟୋ ଉଠାଉଥିବା ବେଳେ ଆହତ ବାଘଟି ହଠାତ୍‌ ଉଠିପଡ଼ି ଉକ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କରିଛି । ତେବେ ସୌଭାଗ୍ୟବଶତଃ ବାଘଟି ଆହତ ଥିବାରୁ ବ୍ୟକ୍ତିଙ୍କୁ କିଛି କ୍ଷଣ ମଧ୍ୟରେ ଛାଡିଦେଇଛି । ଫଳରେ ବାଘ ଆକ୍ରମଣରୁ ବଞ୍ଚି ଯାଇଛନ୍ତି ସମ୍ପୃକ୍ତ ଯୁବକ । ଯାହାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓ ସୌଜନ୍ୟ: ଏଏନଆଇ

ଘଟଣାଟି ପଶ୍ଚିମବଙ୍ଗର ଅଲିପୁରଦ୍ବାରର । ଏଠାରେ ଏକ ରାସ୍ତା କଡରେ ବାଘଟି ଆହତ ହୋଇ ପଡିଥିଲା । ଏହା ଦେଖି ସେଠାରେ ଲୋକଙ୍କ ଭିଡ ଜମିବାରେ ଲାଗିଲା । କିଛି ବ୍ୟକ୍ତି ବାଘର ଫଟୋ ମଧ୍ୟ ଉଠାଇବାରେ ଲାଗିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ବାଘର ଖୁବ ନିକଟରେ ଯାଇ ଫଟୋ ଉଠାଉଥିଲେ । ଏହି ସମୟରେ ଯୁବକଙ୍କୁ ନିଜ ପାଖକୁ ଆସୁଥିବା ଦେଖି ବାଘଟି ହଠାତ୍‌ ଆତର୍କିତ ଭାବରେ ଆକ୍ରମଣ କରିଥିଲା । କିନ୍ତୁ ବାଘଟି ଆହତ ଥିବାରୁ ବ୍ୟକ୍ତି ଜଣକ ବଞ୍ଚି ଯାଇଥିଲେ ।

ତେବେ ଘଟଣାରେ ବ୍ୟକ୍ତିଙ୍କୁ ସାମାନ୍ୟ ଆଘାତ ଲାଗିଥିଲା । ସେପଟେ ଆହତ ବାଘର ଚିକିତ୍ସା ପାଇଁ ବନ ବିଭାଗର ଟିମ୍‌ ତାକୁ ସେଠାରୁ ନେଇଯାଇଥିଲେ ।

Intro:Body:

ଜାମ୍ମୁର ତାୱି ନଦୀରେ ଉଦ୍ଧାର କାର୍ଯ୍ୟ ଜାରି । ଫସି ରହିଛି ଦୁଇ ଜୀବନ । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.