ହାଇଦ୍ରାବାଦ: ନିଜ ଦୈନନ୍ଦିନ ଜୀବନକୁ ନେଇ ନିଜ ପାଇଁ ସଠିକ ଲାପଟପ କିଣିବାକୁ ଚାହୁଁଥିଲେ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ଲାପଟପ କମ୍ପାନୀ ‘ଲେନୋଭୋ’ । ଏନେଇ ଗୁରୁବାର କମ୍ପାନୀ ଲାପଟପ ବ୍ୟବହାରକାରୀଙ୍କ ପାଇଁ ଘୋଷଣା କରିଛି ଫ୍ରି ସର୍ଭିସ ‘ପିସି ପାଲ’ । ଏହି ସର୍ଭିସ ଗ୍ରାହକଙ୍କୁ ନିରପେକ୍ଷ ପରାମର୍ଶ ଦେବ । ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜସ୍ବ ଆବଶ୍ୟକତାକୁ ନଜରରେ ରଖି ଏହି ସର୍ଭିସ ସେମାନଙ୍କ ପାଇଁ ବେଷ୍ଟ ଲାପଟପର ପରାମର୍ଶ ଦେବ ।
ବର୍ତ୍ତମାନ ଭାରତରେ ଅନେକ ଗ୍ରାହକ ପିସି କିଣିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ପ୍ରଥମ ଥର ପିସି କିଣୁଥିବା ବେଳେ କେଉଁ କମ୍ପାନୀର ଲାପଟପ ସେମାନଙ୍କ ପାଇଁ ଭଲ ରହିବ ସେନେଇ ସେମାନଙ୍କ ମନରେ ରହିଥାଏ ହଜାର ପ୍ରଶ୍ନ । ଲାପଟପର ବ୍ୟବହାର, ଏହାର ମେଣ୍ଟେନାନ୍ସ ଓ ବଜେଟରେ ଭଲ ଲାପଟପର ଚାହିଦା ସମସ୍ତଙ୍କର ଥାଏ । ହେଲେ ଏହାକୁ ନେଇ ନିଷ୍ପତ୍ତି ନେବାରେ କେଉଁଠି ନା କେଉଁଠି ଅନେକ ଲୋକେ ବାଦ ପଡିଯାଆନ୍ତି । ଏହି ସାଧାରଣ ସମସ୍ୟାର ସମାଧାନ ପାଇଁ ଲେନୋଭୋ ଆଣିଛି ‘ପିସି ପାଲ’ ଫ୍ରି ସର୍ଭିସ । ଏଥିରେ ଲୋକଙ୍କୁ ନିରପେକ୍ଷ ପରାମର୍ଶ ଦିଆଯିବା ନେଇ ସୂଚନା ଦେଇଛନ୍ତି ଲେନୋଭୋ ଇଣ୍ଡିଆର କାର୍ଯ୍ୟକାରୀ ସଭାପତି ତଥା ସିଇଓ ରାହୁଲ ଅଗ୍ରୱାଲ ।
ଦେଶରେ ପିସି କିଣା ପ୍ରକ୍ରିୟାକୁ ସରଳ କରିବା ପାଇଁ ଏହାକୁ ଡିଜାଇନ କରାଯାଇଛି । ଏଥିରେ ଲୋକଙ୍କୁ କିଛି ସାଧାରଣ ପ୍ରଶ୍ନ ପଚାରଯିବ । ଏହି ପ୍ରଶ୍ନର ଉତ୍ତର ଆଧାରରେ ଏକ୍ସପର୍ଟମାନେ ଗ୍ରାହକଙ୍କ ପାଇଁ ଏକ ସଠିକ ଲାପଟପ ଚୟନ କରି ସେମାନଙ୍କୁ ପରାମର୍ଶ ଦେବେ । ଯାହା ସେମାନଙ୍କୁ ଆବଶ୍ୟକତା, ବଜେଟ ଓ ଜୀବନୀକୁ ସୁହାଇବ । ତେବେ ଏହି ସର୍ଭିସ ଅନଲାଇନ ଓ ଫୋନ ଯୋଗେ ମିଳିବା ନେଇ କମ୍ପାନୀ ସୂଚନା ଦେଇଛି ।
@IANS