ବାଲିଯାତ୍ରାରେ ବାସିଖାଦ୍ୟ ବିକ୍ରି, CMCର ଚଢ଼ାଉ - CMC RAIDS FOOD STALLS IN BALIYATRA

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 17, 2024, 5:22 PM IST

CMC raids food stalls କଟକ: ଚାଲିଛି କଟକ ଐତିହାସିକ ବାଲିଯାତ୍ରା । ଆଉ ବାଲିଯାତ୍ରା ପଡ଼ିଆରେ ଯେପରି ବାସିଖାଦ୍ୟ ବିକ୍ରି ନହୁଏ ସେ ଦିଗରେ ନଜର ରଖିଛି ପ୍ରଶାସନ । ବାସି ଖାଦ୍ୟ ବିକ୍ରି ହେଉଥିବା ଦୋକାନମାନଙ୍କରେ ଚଢାଉ ହୋଇଛି  । କଟକ ମହାନଗର ନିଗମର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲମାନଙ୍କରେ ଆଜି ଚଢାଉ କରାଯାଇଛି । ବିଶେଷ କରି ବାସିଖାଦ୍ୟରେ ରାସାୟନିକ ରଙ୍ଗ, ଅସ୍ୱାସ୍ଥ୍ୟକର ପରିବେଶ ଓ ନିମ୍ନମାନର ତେଲକୁ ଯାଞ୍ଚ କରାଯାଇଛି । ଖିଲାପ କରିଥିବା ଦୋକାନ ଗୁଡ଼ିକୁ ଫାଇନ ଆଦାୟ କରିବା ସହ ପୁନର୍ବାର ଏପରି ନକରିବା ପାଇଁ ଚେତାବନୀ ଦିଆଯାଇଛି । 

ଏହା ବି ପଢନ୍ତୁ...ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହାସହ ବାସିଖାଦ୍ୟକୁ ଜବତ କରିବା ସହ ନଷ୍ଟ ମଧ୍ୟ କରାଯାଇଛି। ଏହି ଚଢାଉ ପ୍ରକ୍ରିୟା ବାଲିଯାତ୍ରାର ପ୍ରତ୍ୟେକ ଦିନ କରାଯିବ ବୋଲି ସୂଚନା ଦେଇଛନ୍ତି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର। ପ୍ରତିଦିନ ବାଲିଯାତ୍ରାକୁ ଲକ୍ଷାଧିକ ଲୋକ ଆସିଥାନ୍ତି। ତେଣୁ ସମସ୍ତଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ସିଏମସି ପ୍ରତିଦିନ ଏହି ଚଢ଼ାଉ ଜାରି ରଖିବ ବୋଲି କୁହାଯାଇଛି । ପୂର୍ବ ବର୍ଷ ବାଲିଯାତ୍ରାରେ କୁଇଣ୍ଟାଲ କୁଇଣ୍ଟାଲ ବାସିଖାଦ୍ୟ ନଷ୍ଟ କରିଛି ସିଏମସି । ତେବେ ଚଳିତବର୍ଷ ମଧ୍ୟ ସମାନ ଭାବରେ ଚଢ଼ାଉ ଜାରି ରଖିଛି ସିଏମସିର ଫୁଡ୍ ସେଫଟି ଟିମ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.