ETV Bharat / bharat

ଶାହାଙ୍କୁ ଭେଟିଲେ ଲଦାଖର ପ୍ରତିନିଧି ଦଳ - leh leaders

ଲଦାଖର ରାଜଧାନୀ ଲେହର ଏକ ପ୍ରତିନିଧି ମଣ୍ଡଳ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଏହି ବୈଠକରେ ପ୍ରତିନିଧି ଦଳ ଆଗାମୀ ଲଦାଖ ସ୍ବୟଂଶାସିତ ହିଲ୍ ଡେଭଲପମେଣ୍ଟ କାଉନସିଲ୍ (LAHDC) ଲେହ ନିର୍ବାଚନ ବହିଷ୍କାର ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅମିତ ଶାହା
ଅମିତ ଶାହା
author img

By

Published : Sep 27, 2020, 7:37 PM IST

ନୂଆଦିଲ୍ଲୀ: ଲଦାଖର ରାଜଧାନୀ ଲେହର ଏକ ପ୍ରତିନିଧି ମଣ୍ଡଳ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଏହି ବୈଠକରେ ପ୍ରତିନିଧି ଦଳ ଆଗାମୀ ଲଦାଖ ସ୍ବୟଂଶାସିତ ହିଲ୍ ଡେଭଲପମେଣ୍ଟ କାଉନସିଲ୍ (LAHDC) ଲେହ ନିର୍ବାଚନ ବହିଷ୍କାର ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଲଦାଖରେ ଲୋକଙ୍କ ସୁରକ୍ଷା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ।

ଏହି ପ୍ରତିନିଧି ଦଳରେ ପୂର୍ବତନ ଲଦାଖର ବରିଷ୍ଠ ନେତା ଥିକ୍ସେ ରିନପୋଚେ, ଥୁପସ୍ତାନ ଛେୱାଙ୍ଗ ଏବଂ ଛେରିଙ୍ଗ ଡୋର୍ଜେ ଲାକ୍ରୋକ୍ ସାମିଲ ଅଛନ୍ତି । ଏହି ବୈଠକରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ କିଶାନ ରେଡ୍ଡୀ, ଯୁବ ବ୍ୟାପାର ଏବଂ କ୍ରୀଡାମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ LAHDC ଲେହ ନିର୍ବାଚନକୁ ବହିଷ୍କାର କରିବା ଡାକରା ପ୍ରତ୍ୟାହାର କରିବାକୁ ଏହି ପ୍ରତିନିଧି ଦଳ ରାଜି ହୋଇଛନ୍ତି ।

ଏହି ନିର୍ବାଚନର ସୁଗମ ଆଚରଣ ପାଇଁ ଏହାର ସମ୍ପୂର୍ଣ୍ଣ ସମର୍ଥନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଲଦାଖର ଲୋକଙ୍କ ସହ ଜଡିତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଦେଶର ସମ୍ବିଧାନର ଷଷ୍ଠ ଅନୁସୂଚୀ ଅନୁଯାୟୀ ଉପଲବ୍ଧ ସୁରକ୍ଷା ଉପରେ ଭାରତ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ। ଏହି ବୈଠକରେ ଭାଷା, ଜନସଂଖ୍ୟା, ଜାତି, ଜମି ଏବଂ ଚାକିରି ସମ୍ବନ୍ଧୀୟ ସମସ୍ତ ପ୍ରସଙ୍ଗକୁ ଧ୍ୟାନ ଦିଆଯିବ ବୋଲି ପ୍ରତିନିଧି ଦଳ ନିଶ୍ଚିତ କରିଥିଲେ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ପ୍ରତିନିଧି ଦଳକୁ ଆଶ୍ବାସନା ଦେଇଛନ୍ତି ଯେ ଭାରତ ସରକାର ଲେହ ଏବଂ କାର୍ଗିଲର LAHDC କୁ ମଜବୁତ କରିବାକୁ ପ୍ରତିଶ୍ରୁତିବଦ୍ଧ । ସରକାର ଲଦାଖର ଲୋକଙ୍କ ସ୍ବାର୍ଥ ରକ୍ଷା କରିବେ। ଏହି ଉଦ୍ଦେଶ୍ୟ ପୂରଣ କରିବା ପାଇଁ ସମସ୍ତ ବିକଳ୍ପଗୁଡିକ ମଧ୍ୟ ଅନୁସନ୍ଧାନ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.