ETV Bharat / bharat

ଲକଡାଉନ ନିୟମ ଉଲ୍ଲଘଂନ କରି 3375 ଜଣ ଗିରଫ

author img

By

Published : Apr 22, 2020, 12:07 AM IST

ଦିଲ୍ଲୀରେ ଲକଡାଉନ ନିୟମ ଉଲ୍ଲଘଂନ କରିବାରୁ 3375 ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦିଲ୍ଲୀରେ ଲକଡାଉନ ନିୟମ ଉଲ୍ଲଘଂନ
ଦିଲ୍ଲୀରେ ଲକଡାଉନ ନିୟମ ଉଲ୍ଲଘଂନ

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଭ୍ୟାକ୍ସିନ ବାହାରି ନାହିଁ । ତେବେ ଏହାର ମୁକାବିଲା ପାଇଁ ସରକାର ସାମାଜିକ ଦୂରତା ରକ୍ଷା କରିବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି । ତେଣୁ ଦେଶବ୍ୟାପୀ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । ହେଲେ ଏହି ଲକଡାଉନକୁ ପାଳନ କରୁନାହାଁନ୍ତି କିଛି ଅମାନିଆ ବ୍ୟକ୍ତି । ତେବେ ମଙ୍ଗଳବାର ଦିଲ୍ଲୀରେ ଏହି ନିୟମକୁ ଉଲ୍ଲଘଂନ କରିଛନ୍ତି କିଛି ଲୋକେ । ଆଉ ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି 3375 ଲୋକଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ସମସ୍ତଙ୍କ ବିରୋଧରେ ଧାରା 65 ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା । ତେବେ ଏହି ସମସ୍ତଙ୍କୁ ହେପାଜତକୁ ନିଆଗଲା ଏବଂ ପରେ ଚେତାବନୀ ଦେଇ ଛାଡିଦିଆଗଲା । ମଙ୍ଗଳବାର ଦିଲ୍ଲୀରେ ଆଇପିସି ଧାରା 188 ଅନ୍ତର୍ଗତ 145 ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାୟାଇଛି । ସେପଟେ 66 ଡିପି ଆକ୍ଟ ଅନ୍ତର୍ଗତ 278 ଟି ଗାଡି ଜବତ କରାଗଲା । ବିନା ମାସ୍କ ପିନ୍ଧିଥିବା 74 ଲୋତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.