ETV Bharat / bharat

ହାଥରସ ମାମଲା: ଜନ୍ତରମନ୍ତରରେ ଜୋରଦାର ପ୍ରଦର୍ଶନ, ପହଞ୍ଚିଲେ କେଜ୍ରିୱାଲ - ଜନ୍ତରମନ୍ତର ପ୍ରଦର୍ଶନ

ହାଥରସ ଘଟଣାକୁ ନେଇ ଦିଲ୍ଲୀର ଜନ୍ତରମନ୍ତରରେ ଜୋରଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜନ୍ତରମନ୍ତର ପହହଞ୍ଚିଛନ୍ତି । ଅଧିକ ପଢନ୍ତୁ...

ହାଥରସ ମାମଲା: ଜନ୍ତରମନ୍ତରରେ ଜୋରଦାର ପ୍ରଦର୍ଶନ, ପହଞ୍ଚିଲେ କେଜ୍ରିୱାଲ

author img

By

Published : Oct 2, 2020, 8:10 PM IST

ନୂଆଦିଲ୍ଲୀ: ହାଥରସ ଘଟଣାକୁ ନେଇ ବିରୋଧର ସ୍ବର ତେଜିବାକୁ ଲାଗିଛି । ସଭିଙ୍କ ମନରେ ଆକ୍ରୋଶ । ସ୍ଥାନେ ସ୍ଥାନେ ଜାରି ରହିଛି ପ୍ରଦର୍ଶନ । ଏହି ମଧ୍ୟରେ ଦିଲ୍ଲୀର ଜନ୍ତରମନ୍ତରରେ ଜୋରଦାର ପ୍ରଦର୍ଶନ ଦେଖିବାକୁ ମିଳିଛି ।

ଜନ୍ତରମନ୍ତରରେ ଜାରି ପ୍ରଦର୍ଶନରେ ସାମିଲ ହୋଇଛନ୍ତି ସିପିଏମ ମହାସଚିବ ସୀତାରାମ ୟେଚୁରୀ, ସିପିଆଇ ନେତା ଡି. ରାଜା ଓ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ । ଅନ୍ୟପକ୍ଷେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜନ୍ତରମନ୍ତର ପହହଞ୍ଚିଛନ୍ତି।

ୟେଚୁରୀ କହିଛନ୍ତି ଯେ ଉତ୍ତରପ୍ରଦେଶ ସରକାରଙ୍କର କ୍ଷମତାରେ ରହିବାର କୌଣସି ଅଧିକାର ନାହିଁ। ଆମର ଦାବି ହେଉଛି ନ୍ୟାୟ । ସେପଟେ ହାଥରସ ଯିବେ ବୋଲି କହିଛନ୍ତି ଚନ୍ଦ୍ରଶେଖର ଆଜାଦ । ଯେପର୍ଯ୍ୟନ୍ତ ୟୁପି ମୁଖ୍ୟମନ୍ତ୍ରୀ ଇସ୍ତଫା ନ ଦିଅନ୍ତି ଏବଂ ନ୍ୟାୟ ନମିଳେ, ସେପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରି ରହିବ। ଏହି ଘଟଣାକୁ ଗମ୍ଭୀରତାର ସହ ନେବାକୁ ସେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରୁଛି।

ସେହିପରି ଘଟଣାରେ ଯୁବ କଂଗ୍ରେସ ମଧ୍ୟ ପ୍ରଦର୍ଶନ ଜାରି ରଖିଛି । ଯୁବ କଂଗ୍ରେସର କର୍ମୀ ମହାତ୍ମା ଗାନ୍ଧୀଙ୍କ ବେଶରେ ଲାଠି ଓ ମହମବତୀ ଧରି କ୍ୟାଣ୍ଡେଲ ମାର୍ଚ୍ଚ ସହ ବିରୋଧ ପ୍ରଦର୍ଶନ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.