ହାଇଦ୍ରାବାଦ: ମେକ ଇନ ଇଣ୍ଡିଆ ଯୋଜନାରେ ଭାରତୀୟ ବଜାରରେ ପ୍ରବେଶ କରିଛି ଲାଭାର Z ସିରିଜର ସ୍ମାର୍ଟଫୋନ Z61 ପ୍ରୋ । ଏହି ସ୍ମାର୍ଟଫୋନରେ 1.6GHz ଅକ୍ଟା କୋର ପ୍ରୋସେସର ସହ 2 ଜିବି ରାମ୍ ଓ 16 ଜିବିର ଷ୍ଟୋରେଜ କ୍ଷମତା ରହିଛି । ଏହାକୁ ଆପଣ ଚାହିଁଲେ 128ଜିବି ପର୍ଯ୍ୟନ୍ତ ମଧ୍ୟ ବଢାଇପାରିବେ ।
ଏହି ସ୍ମାର୍ଟଫୋନ ନେଇ ଲାଭା ଅନ୍ତର୍ଜାତୀୟର ଉତ୍ପାଦ ନିର୍ଦ୍ଦେଶକ ତେଜିନ୍ଦର ସିଂ କହିଛନ୍ତି କି ସ୍ମାର୍ଟଫୋନଟି ସମ୍ପୂର୍ଣ୍ଣ ମେକ ଇନ ଇଣ୍ଡିଆ ଯୋଜନା ଆଧାରରେ ନିର୍ମାଣ ହୋଇଛି । ଏହା ନା ଯେ କେବଳ ସହଜ କାର୍ଯ୍ୟକ୍ଷମତା ଯୋଗାଏ ବରଂ ଏହାର ଡିଜାଇନ ଗ୍ରାହକଙ୍କୁ ଆକୃଷ୍ଟ କରିବ ନିଶ୍ଚୟ ବୋଲି ସେ ମତ ପ୍ରକାଶ କରିଛନ୍ତି । ତେବେ ଏହି ସ୍ମାର୍ଟଫୋନ ଗ୍ରାହକଙ୍କ ମନୋରଞ୍ଜନ ଆବଶ୍ୟକତା ପୂରଣ କରିବା ସହ ଭାରତୀୟ ହେବାର ଅନୁଭବ ମଧ୍ୟ ଦେବ ।
- ଏହି ଡିଭାଇସରେ 5.45 ଇଞ୍ଚର HD+ ଫୁଲ ଭିୟୁ ଡିସପ୍ଲେ ସହ 18:9 ଆସପେକ୍ଟ ଅନୁପାତ ରହିବ । ଏଥିରେ ଦୁଇଟି ଆକର୍ଷଣୀୟ ଗ୍ରାଡିଏଣ୍ଟ ଉପଲବ୍ଧ ହେବ । ସେ ହେଉଛି ମିଡନାଇଟ ବ୍ଲୁ ଓ ଆମ୍ବର ରେଡ । ତେବେ ଏହି ସ୍ମାର୍ଟଫୋନର ମୂଲ୍ୟ 5774ରୁ ଆରମ୍ଭ ହେବା ନେଇ ସୂଚନା ରହିଛି ।
- କ୍ୟାମେରା ପାଇଁ ଏହି ସ୍ମାର୍ଟଫୋନରେ 8 ଏମପି ରିଅର କ୍ୟାମେରା ସହ ଏଲଇଡି ଫ୍ଲାସ ଓ 5 ଏମପି ଫ୍ରଣ୍ଟ କ୍ୟାମେରା ରହିବ ।
- ଏହି ସ୍ମାର୍ଟଫୋନ କ୍ୟାମେରାରେ ଗ୍ରାହକ କିଛି ନୂଆ ଫିଚର ମଧ୍ୟ ପାଇପାରିବେ । ସେ ହେଉଛି ପୋଟ୍ରେଟ ମୋଡ, ବର୍ଷ୍ଟ ମୋଡ, ପାନୋରମା, ଫିଲ୍ଟର, ବିୟୁଟି ମୋଡ, ଏଚଡିଆର ଓ ନାଇଟ ମୋଡ ।
- ଏଥିରେ ସୁପର ଫାଷ୍ଟ ଫେସ-ଅନଲକ ଫିଚର ମଧ୍ୟ ରହିଛି ।
- କନେକ୍ଟିଭିଟି ପାଇଁ ସ୍ମାର୍ଟଫୋନରେ ବ୍ଲୁଟୁଥ 4.2, ୱାଇଫାଇ, ଜିପିଏସ, ଡୁଆଲ ସିମ୍, ଓଟିଜି ସପୋର୍ଟ ଓ ମାଇକ୍ରୋ ୟୁଏସବି ପୋର୍ଟ ସମେତ 3100ଏମଏଏଚର ବ୍ୟାଟେରୀ ବ୍ୟାକଅପ୍ ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ