ମଥୁରା: ଆଉ କିଛିଦିନ ପରେ ରଙ୍ଗରେ ରଙ୍ଗାୟିତ ହେବ ପୁରା ଦେଶ । କାରଣ ଆଗକୁ ଆସୁଛି ପବିତ୍ର ରଙ୍ଗର ପର୍ବ ହୋଲି । ଏହାକୁ ନେଇ ଦେଶରେ କୋଣ ଅନୁକୋଣରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମଥୁରାରେ ଏହାର ପ୍ରାକ ପର୍ବ ବା ଲଟୁମାର ବା ଲାଖମାର ହୋଲି ପାଳନ କରାଯାଇଛି ।
ଏହି ପର୍ବରେ ସମସ୍ତେ ନୂଆ ବସ୍ତ୍ର ପରିଧାନ କିର ହାତରେ ବାଡି ଧରି ଏହ ପର୍ବକୁ ପାଳନ କରିଥାନ୍ତି । ଦୂରଦୂରାନ୍ତରୁ ଶତାଧିକ ଭକ୍ତ ଏଥିରେ ଯୋଗ ଦେଇଥିଲେ । ଶତାବ୍ଦୀ ଧରି ଚାଲିଆସୁଥିବା ଏହି ପରମ୍ପରା ଏବେ ବି ମଥୁରାର ନନ୍ଦା ଗାଁର ନନ୍ଦା ଭବନରେ ଜୀବିତ ରହିଛି ।
ଇତିହାସ କୁହେ, ସ୍ବର୍ଗରୁ 33 କୋଟି ଦେବତା ଏବଂ ଦେବୀ ପୃଥିବୀକୁ ଆସିଥିଲେ ଏବଂ ଲାଥମାର ହୋଲିଙ୍କୁ ଦେଖିବା ପାଇଁ ନନ୍ଦା ଗ୍ରାମରେ ପହଞ୍ଚିଥିଲେ । ଆଉ ସେବେଠାରୁ ଭଗବାନଙ୍କ ସେହି ପର୍ବକୁ ପାଳନ କରିଆସୁଛନ୍ତି ଏଠାକାର ବାସିନ୍ଦା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ