ETV Bharat / bharat

ହାପି ବର୍ଥ ଡେ' ଲତା ମଙ୍ଗେସକର, ହଜାରରୁ ଊର୍ଦ୍ଧ୍ବ ଗାଇଛନ୍ତି ଗୀତ

ବଲିଉଡର ଏଭରଗ୍ରୀନ ଭର୍ସାଟାଇଲ ସିଙ୍ଗର । ଭାରତୀୟ ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ । କୋକିଳ କଣ୍ଠୀ, ସୁର ସାମ୍ରାଜ୍ଞୀ ତଥା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଆଜି ଜନ୍ମଦିନ । ଦୀର୍ଘ 7 ଦଶନ୍ଧି ଧରି ସଙ୍ଗୀତ ରାଇଜରେ ରାଜୁତି କରୁଥିବା ଏହି ରାଜକୁମାରୀ ଆଜି 91 ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ଏହି ମହାନ ପ୍ରତିଭାଙ୍କ ଶତାୟୁ କାମନା କରିବା ସହ ଆଗକୁ ଦେଶ ତାଙ୍କ କଣ୍ଠସ୍ବର ଶୁଣୁଥାଉ ବୋଲି ଇଟିଭି ଭାରତ ପରିବାର କାମନା କରୁଛି ।

author img

By

Published : Sep 28, 2020, 9:02 PM IST

91 ବର୍ଷରେ ପାଦ ଦେଲେ କୋକିଳକଣ୍ଠୀ, ହଜାରରୁ ଊର୍ଦ୍ଧ୍ବ ଗାଇଛନ୍ତି ଗୀତ

ହାଇଦ୍ରାବାଦ: 91 ବର୍ଷରେ ପାଦ ଦେଇଛନ୍ତି ଭାରତୀୟ ସଙ୍ଗୀତ ଜଗତର ସୁର ସାମ୍ରାଜ୍ଞୀ କୋକିଳକଣ୍ଠୀ ଲତା ମଙ୍ଗେସକର, ଯାହାଙ୍କୁ ସାରା ଭାରତ ପ୍ରିୟରେ ଡାକେ ଲତା ଦିଦି । ଆଉ ଆଜି ବି ସାରା ବିଶ୍ବର ହୃଦୟରେ ରାଜ କରୁଛି ତାଙ୍କ ଭଏସ୍ । ଆଜି ବି ତାଙ୍କ କଣ୍ଠ ଶୁଣି ସୃଷ୍ଟି ହୁଏ ଶିହରଣ । ୧୯୨୯ ସେପ୍ଟେମ୍ବର ୨୮ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ସେ । ମାତ୍ର 5 ବର୍ଷ ବୟସରୁ ପିତା ଦିନାନାଥଙ୍କ ଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ ଲତା । ହେଲେ ସେତବେଳେ ସେ ଜାଣିନଥିଲେ ଯେ ସଙ୍ଗୀତ ତାଙ୍କୁ ଏତେ ବଡ ସଫଳତା ଆଣିଦେବ ।

୧୯୪୨ରେ ମରାଠୀ ଚଳଚ୍ଚିତ୍ର 'କିଟ୍ଟି ହାସଲ'ରୁ ସେ ଗାୟିକା ଭାବେ ଆରମ୍ଭ କରିଥିଲେ ନିଜ କ୍ୟାରିୟର । ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି 8ଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ ନିଜ କଣ୍ଠଦାନ କରିଥିଲେ । ଆଉ ମୁମ୍ବାଇରେ ଏକ ଲୋକାଲ୍ ଟ୍ରେନରେ ଯାତ୍ରା ସମୟରେ ତାଙ୍କୁ 'ଆପ୍ କି ସେବା ମେଁ' ରେ ପ୍ରଛଦପଟ ଗାୟିକା ହେବାର ମିଳିଥିଲା ସୁଯୋଗ । ଧୀରେଧୀରେ ସେ ଅନେକ ଚଳଚ୍ଚିତ୍ରରେ ଗୀତ ଗାଇ ଛୁଇଁଥିଲେ ସଫଳତାର ଶୀର୍ଷ । ୧୯୬୩ରେ ଭାରତ-ଚୀନ ଯୁଦ୍ଧ ସମୟରେ ଲତା ଗାଇଥିଲେ ଦେଶାତ୍ମବୋଧକ ଗୀତ 'ଏ ମେରେ ୱତନ୍ କେ ଲୋଗୋଁ' । ଯାହା ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲା ଆଉ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଭାବବିହ୍ବଳ କରିଥିଲା ।

ମଧୁବାଲାଠୁ ମୀନାକୁମାରୀ, ମାଧୁରୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସେ କଣ୍ଠଦାନ କରିଥିବା ବେଳେ ମୁକେଶ , ମାନା ଡେ, ମହେନ୍ଦ୍ର କପୁର, ମହମ୍ମଦ ରଫି, କିଶୋର କୁମୀର, ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଆରଡି ବର୍ମନ, କୁମାର ସାନୁ, ଉଦିତ ନାରାୟଣ, ହରିହରନ, ସୁରେଶ ୱାଡେକର, ଅଭିଜିତ୍ ଭଟ୍ଟାଚାର୍ଯ୍ୟ, ସୋନୁ ନିଗମ ଭଳି ଗାୟକଙ୍କ ସହ ଡୁଏଟ ଗୀତ ଗାଇଛନ୍ତି । ରୋମାଣ୍ଟିକ ଗୀତଠୁ ଆରମ୍ଭ କରି ଭଜନ, ଗଜଲ, କବାଲି, ଶାସ୍ତ୍ରୀୟ, ଦେଶାତ୍ମକବୋଧକ ସବୁ ପ୍ରକାର ଗୀତରେ ନିଜ କଣ୍ଠଦାନ କରିଛନ୍ତି ଲତା ।

ସଙ୍ଗୀତ ଜଗତରେ ତ ଲତାଦିଦି ସଫଳତାର ସିଢି ଚଢୁଥିଲେ ସତ କିନ୍ତୁ ବ୍ୟକ୍ତିଗତ ଜୀବନ କିନ୍ତୁ ଖୁସିମୟ ନଥିଲା । ପିତାଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିଲା ଲତାଙ୍କ ସଂଘର୍ଷମୟ ଜୀବନ । ନିଜ ଭାଇଭଉଣୀଙ୍କ ଦାୟିତ୍ବ ନେବାକୁ ଯାଇ ସେ ସାରାଜୀବନ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ । ପଦ୍ମଭୂଷଣ ହଉ କି ପଦ୍ମବିଭୂଷଣ ହେଉ ଅବା ଦାଦା ଫାଲକେ କି ଭାରତ ରତ୍ନ ସମସ୍ତ ସର୍ବୋତ୍ତମ ପୁରସ୍କାରର ଅଧିକାରିଣୀ ସେ । କିନ୍ତୁ ଫିଲ୍ମଫେୟାରରୁ ପୁରସ୍କାର ଗ୍ରହଣ କରିବାକୁ ରୋକଠୋକ ମନା କରିଦେଇଥିଲେ ସେ ଆଉ ଏହାର କାରଣ ଥିଲେ ଇଣ୍ଡଷ୍ଟ୍ରିକୁ ଆସୁଥିବା ନୂଆ ପ୍ରତିଭା ।

ଆଜି ତାଙ୍କ 91 ଜନ୍ମବାର୍ଷିକୀ ଅବସରରେ ଏହି ମହାନ ପ୍ରତିଭାଙ୍କ ଶତାୟୁ କାମନା କରିବା ସହ ଆଗକୁ ଦେଶ ତାଙ୍କ କଣ୍ଠସ୍ବର ଶୁଣୁଥାଉ ବୋଲି ଇଟିଭି ଭାରତ ପରିବାର କାମନା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.