ETV Bharat / bharat

ଦେଶର ଭବିଷ୍ୟତ ପାଇଁ ଆଜି ଶେଷ ସୁଯୋଗ

ଆଉ କିଛି ସମୟ ପରେ ଆରମ୍ଭ ହେବ ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ 8 ରାଜ୍ୟର 59 ଲୋକସଭା ଆସନ ପାଇଁ ମତଦାନ ହେବ ।

author img

By

Published : May 19, 2019, 6:11 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଆରମ୍ଭ ହେବ ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ 8 ରାଜ୍ୟର 59 ଲୋକସଭା ଆସନ ପାଇଁ ମତଦାନ ହେବ । ଅନ୍ତିମ ପର୍ଯ୍ୟାୟରେ ପଞ୍ଜାବ ଏବଂ ଉତ୍ତର ପ୍ରଦେଶର 13-13, ବିହାରର 8, ମଧ୍ୟପ୍ରଦେଶର 8, ପଶ୍ଚିମବଙ୍ଗର 9, ହିମାଚଳ ପ୍ରଦେଶର 4, ଝାଡଖଣ୍ଡର 3 ଏବଂ ଚଣ୍ଡିଗଡର ଗୋଟିଏ ଆସନ ପାଇଁ ପଡିବ ଭୋଟ ।

ଏହି ପର୍ଯ୍ୟାୟରେ 96 ଜଣ ମହିଳା ପ୍ରାର୍ଥୀଙ୍କ ସମେତ ସର୍ବମୋଟ 918 ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିବେ । ପାଖାପାଖି 10 କୋଟି ମତଦାତା ଆଜି ଏହି ପ୍ରାର୍ଥୀଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବା ପାଇଁ ମତାଧିକାର ସାବ୍ୟସ୍ତ କରିବେ । ଏହି ପର୍ଯ୍ୟାୟ ନିର୍ବାଚନରେ ନକ୍ସଲ ପ୍ରଭାବିତ ବିହାରର ସାସାରାମ ଏବଂ କାରାକଟ ଲୋକସଭା ଆସନର 4-4 ବିଧାନସଭା କ୍ଷେତ୍ରରେ ଏବଂ ଉତ୍ତର ପ୍ରଦେଶର ରାବର୍ଟସଂଗଜ ଆସନର 3 ବିଧାନସଭା କ୍ଷେତ୍ରରେ ମତଦାନ ହେବ ।

ଏହି ପର୍ଯ୍ୟାୟ ନିର୍ବାଚନରେ ଅନେକ ହେଭିଓ୍ବେଟ ନେତାଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରବିଶଙ୍କର ପ୍ରସାଦ, ମନୋଜ ସିହ୍ନା, ହରଦୀପ ପୁରୀ, ଅଶ୍ବିନୀ ଚୌବେ, ହରସିମରତ କୌର ଏବଂ ଅନୁପ୍ରିୟା ପଟେଲଙ୍କ ଭଳି ଅନେକ ହେଭିଓ୍ବେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ ।

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.