ETV Bharat / bharat

ପ୍ରଚାରରେ ପଡିଲା ଯବନିକା, ଶେଷ ଦିନରେ ଗର୍ଜିିଲେ ହେଭିୱେଟ - election

ଆସନ୍ତା ରବିବାର ଅନୁଷ୍ଠିତ ହେବାକୁ ଯାଉଛି ସପ୍ତମ ତଥା ଅନ୍ତିମ ପର୍ଯ୍ୟୟ ମତଦାନ। ଆଜି ସନ୍ଧ୍ଯା 6ଟା ସୁଦ୍ଧା ଶେଷ ହୋଇଛି ପ୍ରଚାର। ନିର୍ବାଚନୀ ପ୍ରଚାରର ଶେଷ ଦିନରେ ଦିନରେ ସମସ୍ତ ଦଳ ରାଲି ଏବଂ ରୋଡ ଶୋ' ମାଧ୍ୟମରେ ନିଜର ସମସ୍ତ ଶକ୍ତି ପ୍ରଦର୍ଶନ କରିଛନ୍ତି।

ଫାଇଲ ଫଟୋ
author img

By

Published : May 17, 2019, 9:03 PM IST

ନୂଆଦିଲ୍ଲୀ: ଆସନ୍ତା ରବିବାର ମେ 19ରେ ହେବାକୁ ଯାଉଛି ସପ୍ତମ ତଥା ଅନ୍ତିମ ପର୍ଯ୍ୟୟ ମତଦାନ। ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି ନିର୍ବାଚନ ପ୍ରଚାର। ଶେଷ ଦିନରେ ସମସ୍ତ ଦଳ ରାଲି ଏବଂ ରୋଡ ଶୋ' ମାଧ୍ୟମରେ ନିଜର ସମସ୍ତ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏଥର କେନ୍ଦ୍ରରେ କିଏ ସରକାର ଗଢିବ ତାହା ମେ 23ରେ ସ୍ପଷ୍ଟ ହୋଇଯିବ।

ତେବେ ଶେଷ ପର୍ଯ୍ୟାୟରେ 8 ରାଜ୍ୟର 59 ଆସନ ପାଇଁ ମତଦାନ ହେବ, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରଣାସୀ ଆସନ ମଧ୍ୟ ସାମିଲ ଅଛି । ଏହି ପର୍ଯ୍ୟାୟରେ ଉତ୍ତର ପ୍ରଦେଶର 13, ବିହାରର 8, ପଶ୍ଚିମବଙ୍ଗର 9, ପଞ୍ଜାବର 13, ମଧ୍ୟ ପ୍ରଦେଶର 8, ଝାଡଖଣ୍ଡର 3, ହିମାଚଳ ପ୍ରଦେଶର 4 ଏବଂ ଚଣ୍ଡିଗଡର ଗୋଟିଏ ଆସନ ପାଇଁ ମତଦାନ ହେବ ।

ପ୍ରଚାରର ଶେଷ ଦିନରେ ପିଏମ୍‌ ମୋଦି ମଧ୍ୟ ପ୍ରଦେଶର ରଣକ୍ଷେତ୍ରରେ ଓହ୍ଲାଇଥିଲେ । ସେ ଖରଗୌନରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶର ସୋଲମରେ ନିର୍ବାଚନ ପ୍ରଚାର କରିଥିଲେ । ଏହା ବ୍ୟତୀତ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ପୁଣିଥରେ ୟୁପି ପହଞ୍ଚିଥିଲେ। ସେ ମିର୍ଜାପୁର ଏବଂ କୁଶୀନଗରରେ ରୋଡ ଶୋ' କରିଥିଲେ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.