ETV Bharat / bharat

ମହାନ ଦେଶର ମହାନ ଭୋଟର: ମହାପର୍ବରେ ସମସ୍ତେ ସାମିଲ

author img

By

Published : Apr 18, 2019, 2:16 PM IST

ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟରେ ଭୋଟରଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ବିପୁଳ ସଂଖ୍ୟାରେ ଭୋଟର ମତଦାନରେ ସାମିଲ ହୋଇଛନ୍ତି ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଦେଶରେ ଅଧାଭାଗରେ ଚାଲିଛି 2ୟ ପର୍ଯ୍ୟାୟ ମତଦାନ। ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ଭୋଟ୍‌ ଦେଉଛନ୍ତି ଦେଶବାସୀ। ବୃଦ୍ଧା ଠାରୁ ଦିବ୍ୟାଙ୍ଗ, ନବଦମ୍ପତ୍ତି ଠାରୁ ଗର୍ଭବତୀ ସମସ୍ତେ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଛନ୍ତି। ଗଣତନ୍ତ୍ରର ଏହି ମହାପର୍ବରେ ସମସ୍ତେ ସାମିଲ ହୋଇଛନ୍ତି । ଆଉ ଦେଶର ଗଣତନ୍ତ୍ରକୁ ମଜଭୁତ କରିବାରେ ନିଜର ଅବଦାନ ଦେଇଛନ୍ତି।

  • #Maharashtra: 105-year-old Kavaibai Kamble along with her family cast her vote at a polling station in Harangul Budruk in Latur constituency; Polling is underway at 10 parliamentary constituencies in the state pic.twitter.com/fP3poGXxXW

    — ANI (@ANI) April 18, 2019 " class="align-text-top noRightClick twitterSection" data=" ">

ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଏଥର ଭୋଟରଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ବିପୁଳ ସଂଖ୍ୟାରେ ଭୋଟର ମତଦାନରେ ସାମିଲ ହୋଇଛନ୍ତି । ତେବେ ଏଥର ଭୋଟ୍‌ ଦେବା ସମୟରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ନିର୍ବାଚନରେ ସାମିଲ ହେବାକୁ ସମସ୍ତେ ଯୁବପିଢିଙ୍କୁ ଆହ୍ବାନ ଦେଉଥିବାବେଳେ ଏମାନଙ୍କୁ ପଛରେ ପକାଇ ଦେଇଛନ୍ତି ବୟସ୍କ ବ୍ୟକ୍ତି । ଆଜି ମତଦାନ ସମୟରେ ବିଭିନ୍ନ ଜାଗାରେ ଅନେକ ସଂଖ୍ୟାରେ ବୟସ୍କ ବ୍ୟକ୍ତିଙ୍କୁ ଭୋଟ୍‌ ଦେବାର ଦେଖିବାକୁ ମିଳିଛି ।

ବୟସ କେବଳ ଏକ ସଂଖ୍ୟା ମାତ୍ର। ଏହା ଶରୀରକୁ ଅଟକାଇପାରେ କିନ୍ତୁ ମନକୁ ନୁହେଁ । ହେଲେ ଆଜି ଏହି ବୟସ୍କ ବ୍ୟକ୍ତିମାନେ ପ୍ରମାଣ କରିଛନ୍ତି ମନର ଶକ୍ତି ଆଗରେ ଶରୀର ବି ହାର ମାନିଯାଏ । ଗଣତନ୍ତ୍ରରେ ନିଜର ଯୋଗଦାନ ପାଇଁ ଏମାନେ ଶାରୀରିକ ଅକ୍ଷମତାକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଖୁବ୍‌ ଉତ୍ସାହର ସହ ଆଗେଇ ଆସିଛନ୍ତି ନିଜ ଅଧିକାର ସାବ୍ୟସ୍ତ କରିବାକୁ । ଏକ ମଜଭୁତ୍‌ ସରକାର ତଥା ଦେଶର ଭବିଷ୍ୟତ ଗଠନ କରିବାରେ ନିଜର ଅବଦାନ ଦେଇଛନ୍ତି ।

ବୟସ, ଅକ୍ଷମତା, ରୋଗ କିଛି ବି ଅଟକାଇପାରିନି । ଇଛା ଓ ଉତ୍ସାହ ଆଗରେ ଫିକା ପଡିଛି ସମସ୍ତ ବାଧାବିଘ୍ନ। କିଏ ବିବାହ ବେଦୀରୁ ଉଠିଆସିଛି ତ କିଏ ହସ୍ପିଟାଲ ବେଡ୍‌ରୁ । କିଏ ହ୍ବିଲ ଚେୟାରରେ ଆସିଛି ତ କିଏ କାନ୍ଧରେ ବୁହା ହୋଇ, କାହାକୁ ଶାରୀରିକ ଅକ୍ଷମତା ଗ୍ରାସ କରିଛି ତ କାହାର ବୟସ 100 ପାର କରିଛି । କିନ୍ତୁ କେହି ବସି ଯାଇନାହାନ୍ତି । ଭୋଟ୍‌ ଦେବାକୁ ଆଗେଇ ଆସିଛନ୍ତି । ନୂଆ ସରକାର ଗଢିବାରେ ସହାୟକ ହୋଇଛନ୍ତି । ଆଶା ନୂଆ ସରକାର ଆସିବ, ନୂଆ ଆଲୋକ ଦେଖାଯିବ, ଆଉ ସେମାନଙ୍କ ସମସ୍ତ ସମସ୍ୟାର ସମାଧାନ ହେବ।

ଦେଖନ୍ତୁ ଏଭଳି କିଛି ନିଆରା ଦୃଶ୍ୟ । ମତଦାନର ଉତ୍ସାହ ଏପରି ଘାରିଛି ଯେ ଏହା ମହାରାଷ୍ଟ୍ରର ଲାଟୁରରେ 105 ବର୍ଷିୟା କଭାଇବାଇ କମ୍ବଲେଙ୍କୁ ଭୋଟ୍‌ କେନ୍ଦ୍ରକୁ ଟାଣି ଆଣିଛି । ନିଜ ପରିବାର ସହ ଆସି ସେ ଭୋଟ୍‌ ଦେଇଛନ୍ତି । ସେହିପରି ଜମ୍ମୁ ଓ କାଶ୍ମୀରର 80 ବର୍ଷିୟା ଯୋଗିନ୍ଦେର ଦେବୀ କାଠୁଆ ଜିଲ୍ଲାର ହସ୍ପିଟାଲରୁ ପୋଲିଂ ବୁଥ୍‌କୁ ଭୋଟ୍‌ ଦେବାକୁ ଆସିଛନ୍ତି । ଭୋଟ୍‌ ଦେବା ପରେ ସେ ପୁଣି ହସ୍ପିଟାଲ ଫେରିଯିବେ ।

କର୍ଣ୍ଣାଟକର ବୟସ୍କ ଦମ୍ପତ୍ତି ବୟସର ଅପରାହ୍ନରେ ମଧ୍ୟ ନିଜ ଅଧିକାର ସାବ୍ୟସ୍ତ କରିବାରେ ପଛଘୁଞ୍ଚା ଦେଇନାହାନ୍ତି । 91 ବର୍ଷିୟ ଶ୍ରୀନିବାସ ଏବଂ ତାଙ୍କ ପତ୍ନୀ 84 ବର୍ଷିୟା ମଞ୍ଜୁଳା ଏହା ପ୍ରମାଣ କରିଛନ୍ତି ଯେ ସରକାର ଗଢିବାରେ କେବଳ ଯୁବଶକ୍ତି ନୁହେଁ ବୟସ୍କଙ୍କର ଅନେକ ଆବଶ୍ୟକତା ରହିଛି । ବିହାରର ଭାଗଲପୁରରେ 90 ବର୍ଷିୟା ଉର୍ମିଳା ଓ ଉଶା ଭୋଟ୍‌ ଦେବାକୁ ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି । ମତଦାନର ଜୋସ ଏପରି ଘାରିଥିଲା ଯେ ଉର୍ମିଳାଙ୍କୁ ଜଣେ ସୁରକ୍ଷାକର୍ମୀ ବୋହି ଆଣିଥିଲେ ।

ସେହିପରି ହାତଗଣ୍ଠି ପକାଇ ଏକାଠି ଭୋଟ୍‌ ଦେଇଥିଲେ ଜମ୍ମୁ ଓ କାଶ୍ମୀରର ନବଦମ୍ପତ୍ତି । ବିବାହ ବେଦୀରୁ ସିଧା ମତଦାନ କେନ୍ଦ୍ରକୁ ଯାଇ ଏମାନେ ନିଜ ଅଧିକାର ସାବ୍ୟସ୍ତ କରିଥିଲେ । ପେଟରେ ଥିଲା ନିଜ ଭବିଷ୍ୟତ । କିନ୍ତୁ ସେ ଚିନ୍ତା କରୁଥିଲେ ଦେଶର ଭବିଷ୍ୟତ କଥା । ସେଥିପାଇଁ ମହାରାଷ୍ଟ୍ରର ଗର୍ଭବତୀ ମହିଳା ନିଜ ସ୍ବାମୀଙ୍କ ସହ ଆସିଥିଲେ ଭୋଟ୍‌ ଦେବାକୁ । ଆଉ ମତଦାନ ପରେ ଉଠାଇଥିଲେ ସେଲ୍ଫି । ସୋସିଆଲ ମିଡିଆରେ ଏହି ସବୁ ଫଟୋ ଭାଇରାଲ ହେବା ପରେ ଏମାନଙ୍କ ପ୍ରତି ଛୁଟୁଛି ପ୍ରଶଂସାର ସୁଅ । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା ପାଇଁ ସବୁ ପ୍ରକାର ବାଧାବିଘ୍ନକୁ ପଛରେ ପକାଇ ଛୁଟି ଆସିଛନ୍ତି ସମସ୍ତେ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.