ETV Bharat / bharat

2048 ସୁଦ୍ଧା ଭାରତ ଜନସଂଖ୍ୟା 160 କୋଟି ହୋଇପାରେ: ଅଧ୍ୟୟନ - ଭାରତ ଜନସଂଖ୍ୟା

2048 ମସିହାରେ ଭାରତର ଜନସଂଖ୍ୟା ପ୍ରାୟ 1.6 ବିଲିୟନରେ ପହଞ୍ଚିପାରେ । ପରେ 2100 ସୁଦ୍ଧା ଏହା 32% ହ୍ରାସ ହୋଇ ପ୍ରାୟ 1.09 ବିଲିୟନରେ ପହଞ୍ଚିପାରେ । ଅଧିକ ପଢନ୍ତୁ..

2048 ସୁଦ୍ଧା ଭାରତ ଜନସଂଖ୍ୟା 160 କୋଟି ହୋଇପାରେ

author img

By

Published : Jul 17, 2020, 8:40 PM IST

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ 2048 ମସିହାରେ ଭାରତର ଜନସଂଖ୍ୟା ପ୍ରାୟ 1.6 ବିଲିୟନରେ ପହଞ୍ଚିପାରେ । ଏବଂ 2100 ସୁଦ୍ଧା ଏହା 32% ହ୍ରାସ ହୋଇ ପ୍ରାୟ 1.09 ବିଲିୟନରେ ପହଞ୍ଚିପାରେ । ଏଥିସହ ଏହା ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ହେବ ବୋଲି ଆଶା ରହିଛି ।

ଦି Lancet ପତ୍ରିକାରେ ଏହି ବିଶ୍ଲେଷଣକୁ ପ୍ରକାଶ କରାଯାଇଛି । ଏଥିରେ ଗ୍ଲୋବାଲ ବର୍ଡନ୍ ଅଫ୍ ଡିଜେଜ୍ ଷ୍ଟଡି 2017 ର ତଥ୍ୟ ବ୍ୟବହାର କରାଯାଇଥିଲା । ଏବଂ ଏହାକୁ 183 ଦେଶ ପାଇଁ ବୈଶ୍ବିକ, ଆଞ୍ଚଳିକ ଏବଂ ଜାତୀୟ ଜନସଂଖ୍ୟାର ଅନୁମାନ ପାଇଁ ନୂଆ ମଡେଲ ଲାଗୁ କରିଛି । ଯେଉଁଥିରେ ଭାରତ, ଆମେରିକା , ଚୀନ ଏବଂ ଜାପାନର ମୃତ୍ୟୁ ହାର, ପ୍ରଜନନ କ୍ଷମତା ଏବଂ ପ୍ରବାସ ହାରକୁ ସାମିଲ କରାଯାଇଛି ।

ବିଶେଷଜ୍ଞଙ୍କ ମୁତାବକ, ଆମେରିକାରେ ୱାଶିଂଟନ ବିଶ୍ବବିଦ୍ୟାଳୟର ସେହି ଲୋକ ସମେତ ଭାରତ ଓ ଚୀନ ଭଳି ଦେଶରେ କାମ କରୁଥିବା ବୟସ ଜନସଂଖ୍ୟାରେ ହ୍ରାସ ହୋଇପାରେ । ଯାହା ଦ୍ବାରା ଆର୍ଥିକ ଅଭିବୃଦ୍ଧିରେ ବାଧା ସୃଷ୍ଟି ହେବ । ଫଳରେ ବୈଶ୍ବିକ ଶକ୍ତିରେ ପରିବର୍ତ୍ତନ ହୋଇପାରେ ।

ସେମାନେ କହିଛନ୍ତି କି, ଭାରତ, ନାଇଜେରିଆ, ଚୀନ ଓ ଆମେରିକା ଭଳି ପ୍ରମୁଖ ଶକ୍ତି ସହ ଏହି ଶତାବ୍ଦୀ ଶେଷ ସୁଦ୍ଧା ଦୁନିଆର multipolar ହୋଇପାରେ ।

ଅଧ୍ୟୟନ ଅନୁଯାୟୀ, ଚୀନ ତୁଳନାରେ ଭାରତରେ କାର୍ଯ୍ୟରତ ବୟସ୍କଙ୍କ ସଂଖ୍ୟା 2017 ରେ 762 ମିଲିୟନରୁ ହ୍ରାସ ହୋଇ 2100 ମସିହାରେ ପ୍ରାୟ 578 ମିଲିୟନ ରହିବା ଆକଳନ କରାଯାଇଛି । ଚୀନ ରେ ୱାର୍କରଙ୍କ ସଂଖ୍ୟା 2017 ରେ 950 ମିଲିୟନରୁ ହ୍ରାସ ପାଇ 2100ରେ 357 କୁ ମିଲିୟନ ରହିବ ବୋଲି ଅନୁମାନ କରାଯାଇଛି ।

ଏଥିସହ ପୂର୍ବାନୁମାନ କରିଛି କି ବୈଶ୍ବିକ ଜନସଂଖ୍ୟା ପ୍ରାୟ 2064 ମସିହାରେ 9.7 ବିଲିୟନରେ ପହଞ୍ଚିବ । ଏଥିସହ ଶତାବ୍ଦୀ ଶେଷ ଆଡକୁ ଏହା 8.8 ବିଲିୟନ ଡଲାରକୁ ଖସିଯିବ ।

ଆର୍ଥିକ ପରିମାଣ

ସବୁଠୁ ଅଧିକ କର୍ମଠ ଜନସଂଖ୍ୟା ରହିଥିବାରୁ ଭାରତ 2100 ସୁଦ୍ଧା ଜିଡିପି ଅଭିବୃଦ୍ଧି ଲିଷ୍ଟରେ ଶୀର୍ଷ 3ରେ ରହିବ ।

ରଣନୀତିରେ ପରେ ପୂର୍ବାନୁମାନ କରାଯାଇଛି କି, 2017ରେ 10ଟି ଦେଶରେ ସବୁଠୁ ଅଧିକ କାମ କରୁଥିବା ବ୍ୟକ୍ତି (20-64 ବର୍ଷ ବୟସ୍କ)ଙ୍କ ସଂଖ୍ୟା ଅଧିକ ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.