ETV Bharat / bharat

ଲାଲୁ ଯାଦବଙ୍କୁ ମିଳିଲା ଜାମିନ୍‌, କିନ୍ତୁ ଏବେ ବି ରହିବେ ଜେଲ୍‌ରେ...

author img

By

Published : Oct 9, 2020, 12:58 PM IST

ଶେଷରେ ଚାରା ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ଦେଲେ ଝାଡଖଣ୍ଡ ହାଇକୋର୍ଟ । ଚାଇଁବାସା ଟ୍ରେଜେରୀ ମାମଲାରୁ ତାଙ୍କୁ ଝାଡଖଣ୍ଡ ହାଇକୋର୍ଟ ଜାମିନ ଦେଇଛନ୍ତି । ତେବେ ଜାମିନ ସତ୍ତ୍ବେ ଲାଲୁ ଜେଲରୁ ମୁକୁଳି ପାରିବେ ନାହିଁ । କାରଣ ଦୁମକା ଟ୍ରେଜେରୀରୁ ବେଆଇନ ଭାବରେ ଟଙ୍କା ଉଠାଇବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଲାଲୁ ଯାଦବଙ୍କୁ ମିଳିଲା ଜାମିନ୍‌, କିନ୍ତୁ ଏବେ ବି ରହିବେ ଜେଲ୍‌ରେ...
ଲାଲୁ ଯାଦବଙ୍କୁ ମିଳିଲା ଜାମିନ୍‌, କିନ୍ତୁ ଏବେ ବି ରହିବେ ଜେଲ୍‌ରେ...

ରାଞ୍ଚି: ଶେଷରେ ଚାରା ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ଦେଲେ ଝାଡଖଣ୍ଡ ହାଇକୋର୍ଟ । ଚାଇଁବାସା ଟ୍ରେଜେରୀ ମାମଲାରୁ ତାଙ୍କୁ ଝାଡଖଣ୍ଡ ହାଇକୋର୍ଟ ଜାମିନ ଦେଇଛନ୍ତି । ତେବେ ଜାମିନ ସତ୍ତ୍ବେ ଲାଲୁ ଜେଲରୁ ମୁକୁଳି ପାରିବେ ନାହିଁ । କାରଣ ଦୁମକା ଟ୍ରେଜେରୀରୁ ବେଆଇନ ଭାବରେ ଟଙ୍କା ଉଠାଇବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ବିଚାରପତି ଜଷ୍ଟିସ ଅପରେଶ କୁମାର 2 ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚଲିକା ବଦଳରେ ଜାମିନ ଦେଇଛନ୍ତି । ଚାଇଁବାସା ଟ୍ରେଜେରୀରୁ ବେଆଇନ କ୍ଲିୟରାନ୍ସ ମାମଲାରେ ଲାଲୁ ପ୍ରସାଦଙ୍କୁ 5 ବର୍ଷ ଦଣ୍ଡିତ କରାଯାଇଥିଲା । ଯାହାର ଅଧା ଦଣ୍ଡ ସେ ଜେଲରେ କାଟି ସାରିଲେଣି । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଦିନକୁ ଦିନ ବିଗିଡିବାରେ ଲାଗିଛି । ତେବେ ତାଙ୍କୁ ଜାମିନ ପ୍ରଦାନ କରାଯିବା ଉଚିତ ବୋଲି ତାଙ୍କ ଓକିଲ ନିଜ ପକ୍ଷ ରଖିଥିଲେ । ଫଳରେ କୋର୍ଟ ତାଙ୍କ ଅନୁରୋଧ ରକ୍ଷା କରି ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଜେଲଦଣ୍ଡ ପାଇବା ଦିନଠୁ ଲାଲୁ ରାଞ୍ଚିର ରାଜେନ୍ଦ୍ର ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ରିମ୍ସ) ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ତେବେ ହାଇକୋର୍ଟରେ ଶୁଣାଣି ସମୟରେ ଏହାକୁ ସିବିଆଇ ବିରୋଧ କରିଥିଲା । କିନ୍ତୁ କୋର୍ଟ ଲାଲୁଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଦୁମକା ଟ୍ରେଜେରୀରୁ ବେଆଇନ ଟଙ୍କା ଉଠାଣ ମାମଲାରେ ତାଙ୍କୁ ସିବିଆଇ କୋର୍ଟରେ 7 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସେହି ମାମଲାରେ କୌଣସି ଜାମିନ ମିଳିନାହିଁ । ତେଣୁ ତାଙ୍କୁ ବର୍ତ୍ତମାନ ପାଇଁ ଜେଲରେ ରହିବାକୁ ପଡିବ । ପୂର୍ବରୁ ଦେଓଗଡ ଟ୍ରେଜେରୀରୁ ବେଆଇନ ଟଙ୍କା ଉଠାଣ ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି ।

ଏଠାରେ ସୂଚନା ଥାଉ ଯେ, ଚାଇଁବାସା ଟ୍ରେଜେରୀ ମାମଲାରେ ଲାଲୁ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଚାଇଁବାସା ଟ୍ରେଜେରୀରେ 1992-93 ମସିହାରେ 67 ଟି ନକଲି ଆବଣ୍ଟନ ପତ୍ର ଆଧାରରେ 33.67 କୋଟି ଟଙ୍କା ବେଆଇନ ଭାବେ ଟଙ୍କା ଉଠାଇଥିଲେ ଲାଲୁ । 1996 ରେ ଏନେଇ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ସମୁଦାୟ 736 ଅଭିଯୁକ୍ତ ଥିଲେ, ଯେଉଁଥିରେ ମୁଖ୍ୟତଃ ଲାଲୁ ପ୍ରସାଦ ଯାଦବ ଏବଂ ଜଗନ୍ନାଥ ମିଶ୍ରଙ୍କ ନାମ ଅନ୍ତର୍ଭୁକ୍ତ ଥିଲା । ଏହି ମାମଲାରେ 14 ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇସାରିଲାଣି । ତିନି ଅଭିଯୁକ୍ତ ଦୀପେଶ ଚାନ୍ଦ, ଆର.କେ ଦାସ ଏବଂ ଶୈଲେଶ ପ୍ରସାଦ ସିଂଙ୍କୁ ସରକାରୀ ସାକ୍ଷୀ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.