ETV Bharat / bharat

ବାହାଘର ବର୍ଷେ ପରେ ଲାଲୁ ଦେଖିଥିଲେ ପତ୍ନୀଙ୍କ ମୁହଁ

ବାହାଘରର ବର୍ଷେ ପର୍ଯ୍ୟନ୍ତ ଲାଲୁ ଦେଖି ନଥିଲେ ରାବିଡି ଦେବୀଙ୍କ ଚେହେରା । ଲାଲୁଙ୍କ ବ୍ୟକ୍ତିଗତ ଜୀବନ ଉପରେ ଆଧାରିତ 'from gopalganj to raisina' ନାମକ ପୁସ୍ତକ ପ୍ରକାଶ ପାଇବାକୁ ଯାଉଛି, ଯେଉଁଥିରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

author img

By

Published : Apr 6, 2019, 11:11 PM IST

Updated : Apr 7, 2019, 1:20 PM IST

ଡିଜାଇନ ଫଟୋ

ରାୟପୁର: ଭାରତୀୟ ରାଜନୀତିରେ ଲାଲୁ ଯାଦବ ଜଣେ ଚର୍ଚ୍ଚିତ ଚେହେରା। ତାଙ୍କ ଅନ୍ଦାଜ୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଆସିଛନ୍ତି । ବିହାରରେ ରହିଛି ଲାଲୁଙ୍କ ଦବଦବା। ସେ ଜଣେ ପ୍ରଭାବଶାଳୀ ନେତା ଭାବେ ବେଶ୍ ପରିଚିତ। ତେବେ ଚର୍ଚ୍ଚିତ ନେତାଙ୍କ ଜୀବନ ସହ ଜଡିତ ଥିବା କିଛି କଥା ସାମ୍ନାକୁ ଆସିଛି।

ଲାଲୁଙ୍କ ରାଜନୈତିକ ଜୀବନ ଉପରେ ଖୁବ୍ ଶୀଘ୍ର ଏକ ପୁସ୍ତକ ପ୍ରକାଶ ପାଇବାକୁ ଯାଉଛି । ଯାହାର ନାମ ରହିଛି 'from gopalganj to raisina' । ଏହି ପୁସ୍ତକରେ ଲାଲୁଙ୍କ ରାଜନୈତିକ ଜୀବନ ସହ ବ୍ୟକ୍ତିଗତ କଥା ମଧ୍ୟ ଉଲ୍ଲେଖ ରହିଛି। ଏହି ପୁସ୍ତକରେ ଲାଲୁ ତାଙ୍କ ପତ୍ନୀ ରାବିଡି ଦେବୀଙ୍କ ସହ ପ୍ରଥମ ଦେଖା ସାକ୍ଷାତ୍‌ ଉପରେ ବଖାଣିଛନ୍ତି।

ଲାଲୁ କହିଛନ୍ତି, ‘ବାହାଘର ହୋଇଥିଲା 1973 ମସିହା ବସନ୍ତ ପଞ୍ଚମୀରେ । ହେଲେ ଗୁନା ପରମ୍ପରା ପରେ 1974 ମାର୍ଚ୍ଚ ମାସରେ ବିବାହ ପରେ ପ୍ରଥମ ଥର ପାଇଁ ପତ୍ନୀ ରାବିଡି ଘରକୁ ଆସିଥିଲେ । କିନ୍ତୁ ବିବାହର ବର୍ଷେ ପର୍ଯ୍ୟନ୍ତ ରାବିଡିଙ୍କୁ ଦେଖି ନଥିଲେ । ତାଙ୍କୁ ଯେବେ ମୁଁ ପ୍ରଥମଥର ପାଇଁ ଦେଖିଥିଲି, ସେ ଲାଜ କରୁଥିଲେ ଏବଂ ଭୟଭୀତ ଅବସ୍ଥାରେ ଛିଡା ହୋଇଥିଲେ । ମୁଁ ତାଙ୍କ ପାଖକୁ ଯାଇ କହିଥିଲି ମୁଁ ବିହାରର ଏକ ଆନ୍ଦୋଳନକାରୀ ନେତା ଅଟେ। ଜୟପ୍ରକାଶ ଆମର ନେତା ଅଟନ୍ତି। ମୋତେ କୌଣସି ପରିସ୍ଥିତିରେ ବି 18 ତାରିଖରେ ପାଟନା ଯିବାର ଅଛି । ଯଦି ଠିକ୍ ସମୟରେ ମୁଁ ସେଠାରେ ନ ପହଞ୍ଚେ ତେବେ ମୋତେ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇପାରେ। ମୋତେ ଜେଲ ମଧ୍ୟ ହୋଇପାରେ । ମୋତେ ତୁମ ସହଯୋଗର ଆବଶ୍ୟକ ରହିଛି । ହେଲେ ଏସବୁ ଶୁଣି ରାବିଡି ଦେବୀ କିଛି କହି ନଥିଲେ । ’

କହି ରଖୁଛୁ, ଲାଲୁଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଥିବା କିଛି କଥା ଏକ ପ୍ରମୁଖ ପତ୍ରିକା ପ୍ରକାଶ କରିଛି। ଯେଉଁଥିରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ତେବେ ଲାଲୁଙ୍କ ରାଜନୈତିକ ପୁସ୍ତକ ବର୍ତ୍ତମାନ ସୁଦ୍ଧା ପ୍ରକାଶ ପାଇନି ହେଲେ ଏବେ ଠାରୁ ତାଙ୍କ ପୁସ୍ତକକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ।

Intro:Body:

blank

Conclusion:
Last Updated : Apr 7, 2019, 1:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.